ଏହି ମନ୍ଦିରକୁ ଦେଖି ମୁଗ୍ଧ ହେଇଯାଇଥିଲେ ବ୍ରିଟିଶ ଆର୍କୀଟେକ୍ଟ ଏଡୱିନ, ଯାହାର ତିଆରି ଶୈଳୀକୁ ଆଧାର କରି ତିଆରି ହୋଇଛି ସଂସଦ ଭବନ, କେବେ ଏଠି ହେଉଥିଲା ତନ୍ତ୍ରର…

ଭାରତ ମନ୍ଦିର ମାଳିନୀ ଦେଶ ଅଟେ । ସମସ୍ତେ ମାନନ୍ତି କି ନିଜେ ଇଶ୍ଵର ଭାରତବର୍ଷର ଏହି ପବିତ୍ର ଭୂମିରେ ଅବତାର ନେଇଛନ୍ତି । ଭାରତୀୟ ଜ୍ୟୋତିଷ ଓ ଧର୍ମ ବିଜ୍ଞାନରେ ତନ୍ତ୍ରର ବହୁତ ମହତ୍ଵ ଅଛି । ଆଜି ଆପଣଙ୍କୁ ଏକ ଏମିତି ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହାକୁ ତନ୍ତ୍ର ବିଦ୍ୟାର ୟୁନିଭର୍ସିଟି ବୋଲି କୁହାଯାଏ । ଏହା ଛଡା ଦେଶର ସଂସଦ ଭବନର ନିର୍ମାଣ ବି ଏହାର ଆକାର ଉପରେ ପ୍ରଭାବିତ ହୋଇ କରାଯାଇଛି । ଏହି ମନ୍ଦିର ମଧ୍ୟପ୍ରଦେଶର ମୁରୈନାରେ ଅବସ୍ଥିତ ।

ଭାରତରେ ଏମିତି ୪ ଟି ମନ୍ଦିର ଅଛି । ଯାହାକୁ ଚୌଷଠି ଯୋଗିନୀ ମନ୍ଦିର କୁହାଯାଏ । ଏମାନଙ୍କ ମଧ୍ୟରୁ ଦୁଇଟି ମନ୍ଦିର ଓଡିଶା ଓ ଅନ୍ୟ ଦୁଇଟି ମନ୍ଦିର ମଧ୍ୟପ୍ରଦେଶରେ ଅବସ୍ଥିତ । ମଧ୍ୟ ପ୍ରଦେଶରେ ଥିବା ଚୌଷଠି ଯୋଗିନୀ ମନ୍ଦିର ଭଲ ସ୍ଥିତିରେ ଅଛି । ଏହି ମନ୍ଦିର ତନ୍ତ୍ର – ମନ୍ତ୍ର ପାଇଁ ବହୁତ ଫେମସ ଥିଲା । ସେଥିପାଇଁ ଏହାକୁ ତାନ୍ତ୍ରିକ ୟୁନିଭର୍ସିଟି ବୋଲି ମଧ୍ୟ କୁହା ଯାଉଥିଲା ।

ସୁନ୍ଦର ବାସ୍ତୁକଳା ଓ ବହୁତ ସୁନ୍ଦରତାର ସହିତ ତିଆରି କରାଯାଇଥିବା ଏହି ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପାଖାପାଖି ୨୦୦ ସିଢି ଚଢିବାକୁ ହୋଇଥାଏ । ଏହି ମନ୍ଦିର ଏକ ବୃତ୍ତୀୟ ଆଧାରରେ  ନିର୍ମିତ । ଏଥିରେ ୬୪ ଟି ଘର ଅଛି । ପ୍ରତି ଘରେ ଗୋଟିଏ ଗୋଟିଏ ଶିବଲିଙ୍ଗ ଓ ଅନ୍ୟାନ୍ୟ ଦେବୀ ଦେବତାଙ୍କର ମୂର୍ତ୍ତି ସ୍ଥାପିତ କରାଯାଇଛି । ମନ୍ଦିର ମଧ୍ୟ ଭାଗରେ ଏକ ଖୋଲା ମଣ୍ଡପ ଅଛି । ଯେଉଁଥିରେ ବିଶାଳ ଶିବଲିଙ୍ଗ ଅଛି ।

ଏହି ମନ୍ଦିରକୁ ୧୩୨୩ ଇ ରେ କ୍ଷତ୍ରିୟ ରାଜାମାନେ ତିଆରି କରାଇଥିଲେ । ଏହି କାରଣରୁ ଏହି ମନ୍ଦିରର ନାମ ଚୌଷଠି ଯୋଗିନୀ ମନ୍ଦିର ହୋଇଛି । କିନ୍ତୁ ଏଠାରୁ କିଛି ମୂର୍ତ୍ତି ଚୋରୀ ହୋଇଯାଇଛି ଓ ଅନ୍ୟ କିଛି ମୂର୍ତ୍ତିକୁ ଦିଲ୍ଲୀର ସଂଗ୍ରହାଳୟରେ ରଖାଯାଇଛି । ଏହି ମନ୍ଦିର ୧୦୧ ଟି ଖମ୍ବ ଉପରେ ଛିଡା ହୋଇଛି ।

ବ୍ରିଟିଶ ଆର୍କିଟେକ୍ଟ ଏଡବିନ ଲୁଟିଯଂସ ଏହି ମନ୍ଦିରକୁ ଆଧାର କରି ଦିଲ୍ଲୀର ସଂସଦ ଭବନ ନିର୍ମାଣ କରିଥିଲେ । ଯାହାର ଚର୍ଚ୍ଚା ନା କୌଣସି ବହିରେ ଅଛି ନା ସଂସଦର ୱେବସାଇଟରେ ଅଛି । ସଂସଦ ଭବନ କେବଳ ବାହାରରୁ ହିଁ ଏହିଭଳି ଦେଖାଯାଏ । କୁହାଯାଏ କି ଏହି ମନ୍ଦିରରେ ଭଗବାନ ଶିବଙ୍କର ସାଧନା ମା କାଳୀଙ୍କ ସହିତ କରି ଯୋଗିନୀଙ୍କୁ ଜାଗୃତ କରାଯାଉଥିଲା ।

ଆଜି ବି ସ୍ଥାନୀୟ ଲୋକମାନେ ଏଠି ରାତିରେ ନ ରହିବା ପାଇଁ ଉପଦେଶ ଦେଇଥାନ୍ତି । ଆଜି ବି କିଛି ତାନ୍ତ୍ରିକ ସିଦ୍ଧି ପ୍ରାପ୍ତ କରିବା ପାଇଁ ଏଠି ଯଜ୍ଞ କରିଥାନ୍ତି । ଏହି ମନ୍ଦିରକୁ ଇକଂତେଶ୍ୱର ମହାଦେବ ମନ୍ଦିର ନାମରେ ମଧ୍ୟ ଜଣାଯାଏ ।