ଭଗବାନ ଶିବ ସାକ୍ଷାତ ବିରାଜମାନ ଅଛନ୍ତି ଏହି ଗୁମ୍ଫାରେ, ଦର୍ଶନ କରିବା ବ୍ୟକ୍ତି କେବେ ବି ଫେରେ ନାହିଁ, ଜାଣନ୍ତୁ କାହିଁକି

ଆପଣ ସମସ୍ତେ କୌଣସି କାହାଣୀରେ କିମ୍ବା ପୁଣି କୌଣସି କଥାରେ ଏହି କଥା ବିଷୟରେ ନିଶ୍ଚିତ ଶୁଣି ଥିବେ କି ଭଗବାନ ଶିବ ଆଜି ବି ଏହି ଦୁନିଆରେ ଅଛନ୍ତି ଓ ସେ କୈଳାସ ପର୍ବତରେ ବାସ କରୁଛନ୍ତି । ଭଗବାନ ଶିବଙ୍କ ସହିତ ଜଡିତ ତୀର୍ଥ ସ୍ଥଳର କଥା କହିଲେ ପ୍ରଥେମ ଅମରନାଥ ଓ କେଦାରନାଥ ବିଷୟରେ ମନରେ ବିଚାର ଆସେ ।

କିନ୍ତୁ ଆଜି ଆମେ ଆପଣମାନଙ୍କୁ ଭଗବାନ ଶିବଙ୍କ ସହିତ ଜଡିତ ଏକ ତୀର୍ଥ ସ୍ଥଳ ବିଷୟରେ ସୂଚନା ଦେବାକୁ ଯାଉଛୁ, ଯାହା ବିଷୟରେ ପ୍ରାୟତଃ କେହି ବ୍ୟକ୍ତି ଜାଣି ନାହାନ୍ତି । ଆମେ ଯେଉଁ ତୀର୍ଥ ସ୍ଥଳ ବିଷୟରେ କଥା ହେଉଛୁ ତାହା ଶିବଖୋଡୀ ଗୁମ୍ଫା ଅଟେ । ଏହି ଗୁମ୍ଫାରେ ଭଗବାନ ଶିବ ନିଜ ପରିବାରଙ୍କ ସହ ବିରଜାମାନ ଅଛନ୍ତି ।

ଏହି ଗୁମ୍ଫା ଜମ୍ମୁ କାଶ୍ମୀର ରାଜ୍ୟର ଜମ୍ମୁ ଠାରୁ କିଛି ଦୂରରେ ଥିବା ରୟା ଜିଲ୍ଲାରେ ଅବସ୍ଥିତ । କୁହାଯାଏ କି ଏହି ଗୁମ୍ଫାରେ ଭଗବାନ ସାକ୍ଷାତ ବିରଜାମାନ ଅଛନ୍ତି । ଏହି ଗୁମ୍ଫାର ଅନ୍ୟ ପଟେ ଅମରନାଥଙ୍କର ଗୁମ୍ଫା ଖୋଲିଥାଏ । ଏହି ଗୁମ୍ଫା ୧୫୦ ମିଟର ଲମ୍ବା ଅଟେ ଏବଂ ଏହି ଗୁମ୍ଫାରେ ଭଗବାନ ଶିବଙ୍କର ୪ ଫୁଟ ଉଚ୍ଚତାର ଶିବଲିଙ୍ଗ ଅଛି ।

ଏଠି ଶିବଲିଙ୍ଗ ଉପରେ ପ୍ରାକୃତିକ ଭାବରେ ପବିତ୍ର ପାଣିର ଧାରା ବୋହି ଥାଏ ଓ ଏଠାରେ ଶିବଲିଙ୍ଗ ସହିତ ମାତା ପାର୍ବତୀ, କାର୍ତ୍ତିକ ଓ ଗଣପତିଙ୍କର ପିଣ୍ଡି ମଧ୍ୟ ଅଛି । ଧାର୍ମିକ ମାନ୍ୟତା ଅନୁସାରେ ଏହି ଗୁମ୍ଫାକୁ ଭଗବାନ ଶଙ୍କର ନିଜେ ତିଆରି କରିଛନ୍ତି ।

ପୌରାଣିକ କଥା ଅନୁସାରେ ଥରେ ଭସ୍ମାସୁର ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଘୋର ତପସ୍ୟା କରୁଥିଲା । ଭସ୍ମାସୁର ର କଠୋର ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ପ୍ରକଟ ହୋଇଥିଲେ । ଏହା ପରେ ଭସ୍ମାସୁର ଭଗବାନ ଶିବଙ୍କ ଠାରୁ ଏହି ବର ମାଗିଥିଲେ କି ସେ ଯାହା ଉପରେ ହାତ ରଖିବ ସେ ଭସ୍ମ ହୋଇଯିବ ଓ ଶିବ ତାଙ୍କୁ ଏହି ବରଦାନ ପ୍ରଦାନ କଲେ ।

ଏହା ପରେ ଭସ୍ମାସୁର ଭଗବାନ ଶିବଙ୍କୁ ହିଁ ଭସ୍ମ କରିବା ପାଇଁ ତାଙ୍କ ପଛରେ ଦୌଡିଲା । ଏହା ପରେ ଭଗବାନ ଶିବ ଓ ଭସ୍ମାସୁର ମଧ୍ୟରେ ଯୁଦ୍ଧ ଚାଲିଲା । କିନ୍ତୁ ଭଗବାନ ଶିବଙ୍କ ପାଖରେ ଭସ୍ମାସୁରକୁ ବଧ କରିବାର ସାମର୍ଥ୍ୟ ନ ଥିଲା । ସେଥିପାଇଁ ସେ ଏହି ଗୁମ୍ଫା ତିଆରି କରିଲେ ଓ ଏଠାରେ ଲୁଚିଗଲେ । ଯାହା ବର୍ତ୍ତମାନ ସମୟରେ ଶିବଖୋଡୀ ନାମରେ ପରିଚିତ ଅଟେ ।

ଏହା ପରେ ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣ କରି ଭସ୍ମାସୁରକୁ ଆକର୍ଷିତ କରିବା ପାଇଁ ତା’ ସାମ୍ନାରେ ନୃତ୍ୟ ପ୍ରଦର୍ଶନ କରିଲେ । ଭସ୍ମାସୁର ମୋହିନୀଙ୍କୁ ଦେଖି ସବୁ ଭୁଲି ଯାଇ ତାଙ୍କ ସହିତ ନୃତ୍ୟ କରିବାକୁ ଲାଗିଲା ଓଏହି ସମୟରେ ଭସ୍ମାସୁର ନିଜ ହାତକୁ ହିଁ ନିଜ ମୁଣ୍ଡରେ ରଖିଦେଲା ଯାହାଦ୍ୱାରା ସେ ନିଜେ ହିଁ ଭସ୍ମ ହୋଇଗଲା । ତେବେ ଯାଇ ଭଗବାନ ଶିବ ସେହି ଗୁମ୍ଫାରୁ ବାହାରକୁ ଆସିଥିଲେ ।

ଏହି ଗୁମ୍ଫାର ଅନ୍ତିମ ରାସ୍ତା ଦେଖାଯାଏ ନାହିଁ । ଏମିତି କୁହାଯାଏ କି ଏହି ଗୁମ୍ଫାରେ ସ୍ଥିତ ଶିବଲିଙ୍ଗ ଓ ପିଣ୍ଡିର ଦର୍ଶନ କରିବା ପରେ ଯିଏ ବି ଗୁମ୍ଫାର ଆଗକୁ ଯାଏ ସେ କେବେ ବି ଆଉ ଫେରେ ନାହିଁ । କୁହାଯାଏ କି ଏହି ଗୁମ୍ଫା ଭିତରେ ଦୁଇଟି ରାସ୍ତା ଅଛି । ଗୋଟିଏ ରାସ୍ତା ଅମରନାଥ ଆଡକୁ ଯାଇଥାଏ ଏବଂ ଅନ୍ୟ ରାସ୍ତା ବିଷୟରେ କାହାକୁ କିଛି ଜଣା ନାହିଁ । କୁହାଯାଏ କି ଏହି ଗୁମ୍ଫାରେ ଭଗବାନ ଶିବ ନିଜେ ବିରଜାମାନ ଅଛନ୍ତି ।