ଇଏ ହେଉଛି ଦୁନିଆର ସବୁଠୁ ଅଜବ ଗଛ, ଗୋଟିଏ ବି ପତ୍ରର ସୁରକ୍ଷା ପାଇଁ ଯବାନମାନେ ଜଗି ରହିଥାନ୍ତି ୨୪ ଘଣ୍ଟା, ଜାଣନ୍ତୁ କାହିଁକି

ପ୍ରାୟତଃ ବଡ ବଡ ସେଲିବ୍ରିଟି ଓ ନେତାମାନଙ୍କର ସିକ୍ୟୁରିଟି ପାଇଁ ତାଙ୍କ ସହିତ କିଛି ସୁରକ୍ଷା ଅଧିକାରୀ ବି ନଜର ଆସିଥାନ୍ତି । କିନ୍ତୁ କଣ ଆପଣମାନେ କେବେ କୌଣସି ଗଛର ସୁରକ୍ଷା ପାଇଁ ଯବାନମାନଙ୍କୁ ଛିଡା ହୋଇଥିବାର ଦେଖିଛନ୍ତି ? ମଧ୍ୟପ୍ରଦେଶର ଏକ ଜିଲ୍ଲାରେ ଭାରତୀୟ ସେନାଙ୍କୁ ଏକ ଗଛର ସୁରକ୍ଷା କରିବା ପାଇଁ ଦାୟିତ୍ଵ ଦିଆଯାଇଛି ।

Image courtesy: Google

କହିବାକୁ ଗଲେ ମଧ୍ୟ ପ୍ରଦେଶର ରାୟସେନର ସାଞ୍ଚି ସ୍ତୂପ ପାଖରେ ଲାଗିଥିବା ବୌଦ୍ଧ ବୃକ୍ଷର ସୁରକ୍ଷା ପାଇଁ ସବୁଦିନ ଏଠାରେ ସୁରକ୍ଷା କର୍ମୀ ପହରା ଦେଇଥାନ୍ତି । ସୂଚନା ଅନୁସାରେ ବୌଦ୍ଧ ବୃକ୍ଷ କୌଣସି ରୋଗରେ ପୀଡିତ ଅଛି ଓ ଯଦି ଏହାର ସୁରକ୍ଷା ନ କରାଯାଏ ତେବେ ଏହି ଗଛଟି ଜଲ୍ଦି ମରିଯିବ । ଏହି ଗଛରେ ଗତ ଏକ ମାସ ହେବ କ୍ୟାଟର ପିଲର କୀଟ ଲାଗିଛି । ଯେଉଁ କାରଣରୁ ଏହି ଗଛର ପତ୍ର ଦିନକୁ ଦିନ ଶୁଖିବାରେ ଲାଗିଛି ।

Image courtesy: Google

ସାଞ୍ଚି ଓ ସଲାମତପୁର ମଧ୍ୟରେ ହାଇୱେ ନିକଟରେ ଥିବା ଏକ ଛୋଟ ପାହାଡ ଉପରେ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ସୁରକ୍ଷା ଜାଲି ମଧ୍ୟରେ ଏହି ଗଛଟି ଅଛି । ସାମାନ୍ୟ ଭାବରେ ଲୋକମାନେ ଏହାକୁ ଓସ୍ଥ ବୋଲି ମାନନ୍ତି ।

Image courtesy: Google

କହିବାକୁ ଗଲେ ୨୧ ଡିସେମ୍ବର ୨୦୧୨ ଶ୍ରୀଲଙ୍କାର ତତ୍କାଳୀନ ରାଷ୍ଟ୍ରପତି ମହିଂଦା ରାଜପକ୍ଷେ ଓ ମଧ୍ୟ ପ୍ରଦେଶର ସିଏମ ଶିବରାଜ ସିଂହ ଚୌହାନ ବିଭନ୍ନ ଦେଶର ପ୍ରତିନିଧିମାନଙ୍କରର ଉପସ୍ଥିତିରେ ମଧ୍ୟ ପ୍ରଦେଶ ବିଶ୍ଵ ପର୍ଯ୍ୟଟନ ସ୍ଥଳ ସାଞ୍ଚି ନିକଟରେ ବୌଦ୍ଧ ୟୂନିବର୍ସିଟି ର ପ୍ରସ୍ତାବିତ ପାହାଡ ଉପରେ ଏହି ଗଛକୁ ଲଗାଇ ଥିଲେ ।

ସୂଚନା ଅନୁସାରେ ଯେଉଁ ଗଛ ତଳେ ଭଗବାନ ବୁଦ୍ଧଙ୍କୁ ଜ୍ଞାନ ପ୍ରାପ୍ତି ହୋଇଥିଲା ସେହି ଗଛର ଏକ ଡାଳକୁ ଶ୍ରୀଲଙ୍କାରେ ସ୍ଥାପନ କରାଯାଇଥିଲା । ଏହା ପରେ ଶ୍ରୀଲଙ୍କାରୁ ଏକ ଡାଳ ଆଣି ମଧ୍ୟ ପ୍ରଦେଶର ଏହି ସ୍ଥାନରେ ଲଗାଯାଇଥିଲା । ଯାହାକୁ ବର୍ତ୍ତମାନ ବୌକ୍ଷ ନାମରେ ଜଣାଯାଏ ।

Image courtesy: Google

ଗୋଟିଏ ରିପୋର୍ଟ ଅନୁସାରେ ଏହି ଗଛର ସୁରକ୍ଷା ପାଇଁ ମଧ୍ୟ ପ୍ରଦେଶର ସରକାର ସବୁ ମାସରେ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ବର୍ତ୍ତମାନ ସୁଧା ଏହି ଗଛ ଉପରେ ସରକାର ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି । ଏହି ଗଛର ସୁରକ୍ଷା ପାଇଁ ୪ ଜଣ ଯବାନ ଦିନ ରାତି ସେଠାରେ ଡ୍ୟୁଟି କରିଥାନ୍ତି ।

ଏହା ସହିତ ନଗର ପରିଷଦ ସାଞ୍ଚିରୁ ପାଣି ଟ୍ୟାଙ୍କର ବି ପଠାଇଥାନ୍ତି । ଏହି ଗଛ ଉପରେ ମଧ୍ୟ ପ୍ରଦେଶ ସରକାର ସବୁବେଳେ ନଜର ରଖିବା ସତ୍ତ୍ୱେ ବି ଅଧିକାରୀମାନେ ଏହି ଗଛକୁ କୀଟମାନଙ୍କ ଠାରୁ ବଞ୍ଚାଇ ପାରିଲେ ନାହିଁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।