ଏହି ଜିନିଷ ବିନା କେବେ ବି ଗଢି ହୁଏନି ସମ୍ପର୍କ… ଏହିଭଳି ଆହୁରି କେତେକ Motivational Thoughts

ଜୀବନର କିଛି ଶିକ୍ଷା ରହିଛି ଯାହା ଆମେ ଅଙ୍ଗେ ନିଭେଇବା ପରେ ହିଁ ଭଲ ଭାବେ ବୁଝି ପାରିଥାଉ । ଆଜି ଆମେ ସେହିପରି କିଛି ଲାଇଫ ଲେସନ ବିଷୟରେ ଜାଣିବା । କାହାକୁ ହରାଇବା ପରେ ହିଁ ତାଙ୍କ ମୂଲ୍ୟ ବୁଝି ହୋଇଥାଏ । ଖରାପ ସମୟର ବି ଗୋଟେ ଭଲ ଗୁଣ ଅଛି, ଯେବେ ଆସେ ଫାଲ୍ତୁ ଲୋକଙ୍କୁ ଜୀବନରୁ ଦୂରେଇ ଦିଏ । ଯିଏ ତୁମର ମୂଲ୍ୟ ବୁଝି ପାରେଣୀ ତା’ ପଛରେ ପାଗଳ ହେବା ପ୍ରେମ ନୁହେଁ ମୁର୍ଖାମୀ ଅଟେ । କିଛି ଲୋକ ତୁମକୁ କେବଳ ସେତିକି ଭଲ ପାଆନ୍ତି ଯେତିକି ତୁମର ବ୍ୟବହାର କରିପାରିବେ ।

ତୁମ ଜୀବନରେ ସେ ପର୍ଯ୍ୟନ୍ତ କିଛି ବି ବଦଳିବ ନାହିଁ ଯେ ପର୍ଯ୍ୟନ୍ତ ତୁମେ ନିଜକୁ ବଦଳେଇବ ନାହିଁ । ବଡ ମଣିଷ ତ ସେ ହୋଇଥାଏ ଯିଏ ପାଖରେ ବସିଥିବା ବ୍ୟକ୍ତିକୁ ଛୋଟ ହେବାକୁ ଦେଇ ନଥାଏ । ଜୀବନରେ ସେ ସ୍ଵପ୍ନର କିଛି ମାନେ ନାଥାଏ ଯାହାକୁ ପୁରା କରିବା ପାଇଁ ନିଜ ଲୋକଙ୍କ ସହ ଛଳନା କରିବାକୁ ପଡେ । ଯିଏ ସମସ୍ତଙ୍କର ବୋଲି କହି ହୁଅନ୍ତି ବିଶ୍ବାସ କର ସେ କାହାର ହୋଇ ନଥାଏ । ସଚ୍ଚା ଲୋକଙ୍କୁ ବୋଧେ ମିଛ ବିଷୟରେ ଜଣା ନଥିବ ହେଲେ ମିଛୁଆ ଲୋକଙ୍କୁ ସତ ବିଷୟରେ ଜଣା ଥାଏ ।

ଯାହାର ହୃଦୟ ସଫା ଥିବ ସେ ପଛେ ସବୁଦିନ ଝଗଡା କରୁ କିନ୍ତୁ କେବେବି ଛଦିକରି ଯିବନି । ଯଦି ତୁମକୁ କେଉଁ ଝିଅ ସଚ୍ଚା ପ୍ରେମ କରିବ ତେବେ ତୁମକୁ କେବଳ ଗୋଟିଏ ଜିନିଷ ମାଗିବ ତାହା ହେଉଛି ସମୟ । ଜୀବନ ଗୋଟେ କଥା ଶିଖାଇ ଦେଇଛି ବନ୍ଧୁତା କର ବ ପ୍ରେମ କର ହେଲେ ଆଶା କାହଠୁ ବି ରଖ ନାହିଁ ।

ପ୍ରାୟତଃ ସେମାନଙ୍କର ମନ ଭାଙ୍ଗିଥାଏ ଯିଏ ଅନ୍ୟର ମନ ଭାଙ୍ଗିବାକୁ ଦିଅନ୍ତି ନାହିଁ । କଥା ଟା ପିତା ଲାଗିପାରେ ହେଲେ ଦୁନିଆରେ ଯିଏ ନିଜ କଷ୍ଟକୁ ଲୁଚେଇବା ଶିଖିଗଲା ସେ ବଞ୍ଚିବା ବି ଶିଖିଯାଏ । ଅନ୍ୟକୁ ଯଦି ନିଜ ଜୀବନରେ ଦାମିକା କରିବ ତେବେ ତୁମେ ତାଙ୍କ ଜୀବନରେ ଶସ୍ତା ହୋଇଯିବ । କାହାର ବିଶ୍ବାସ ଜିତିବା ପାଇଁ ପୁରା ଜୀବନ ଲାଗିଯାଏ ହେଲେ ଭାଙ୍ଗିବା ପାଇଁ ମାତ୍ର ଗୋଟିଏ ମୂହୁର୍ତ୍ତ ଲାଗିଥାଏ ।

ଲୋକମାନେ ଭାଗ୍ୟରେ ପରସ୍ପର ସହ ମିଳନ୍ତି କିନ୍ତୁ ନିଜ ଇଚ୍ଛାରେ ପରସ୍ପର ଠାରୁ ଅଲଗା ହୁଅନ୍ତି । କାହାର ଅଭ୍ଯାସ ଲାଗିଯିବା ପ୍ରେମ ହେବା ଠାରୁ ବି ମାରାତ୍ମକ ହୋଇଥାଏ । ଯେଉଁ ଜିନିଷ ସହଜରେ ମିଳିଯାଏ ମଣିଷ କେବେବି ଟା ମହତ୍ଵ ବୁଝିପାରେନି ।

ସ୍ଵାର୍ଥର ସମ୍ପର୍କ ଯେତେ ଶୀଘ୍ର ବାନ୍ଧି ହୁଏ ସେତେ ଶୀଘ୍ର ସରି ବି ଯାଏ । ମଣିଷ ଭିଡାରେ ହଜି ଯାଏନି , ସେ ସେତେବେଳେ ହଜିଯାଏ ଯେତେବେଳେ ସେ ଏକା ଥାଏ । ଜୀବନରେ ଭୁଲ ବୁଝାମଣା ଭୁଲ ହେବା ଠାରୁ ବି ଅଧିକ ଭୟଙ୍କର ହୋଇଥାଏ । ସମ୍ପର୍କ ବଡ ଅଜବ ଜିନିଷ ଯାହା ବିଶ୍ବାସ ବିନା ଗଢି ହୁଏନି ଆଉ ଧୋକା ଖାଇବା ବିନା ଶେଷ ହୁଏନି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।