ଆଜିର ରାଶିଫଳ, 7 ଅଗଷ୍ଟ 2022, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୭ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ନୂଆ କାରୋବାରରେ ଆପଣଙ୍କୁ ସମ୍ଭାଳି କରି ରହିବାକୁ ହେବ । ସତର୍କତା ସହ କାମ କରନ୍ତୁ । ଧନ ଲାଭ ହୋଇପାରେ । ହୋଇପାରେ କୌଣସି ଗରିବ ଙ୍କୁ ଦାନ କରିବେ । ପାରିବାରିକ ଜୀବନ ଖୁସିମୟ ରହିବ । ଯଦି ଆପଣ ଅବିବାହିତ ଅଛନ୍ତି ତେବେ ଆପଣଙ୍କର ବିବାହ ହେବାର ଯୋଗ ରହିଛି । ଆଜି ଆପଣଙ୍କର ସାକ୍ଷାତ ଆପଣଙ୍କ ଜୀବନ ସାଥିଙ୍କ ସହ ହୋଇପାରେ । ବିଜେନ୍ସ ସହ ଜଡିତ ନିସ୍ପତି ନେବେ । ବିଦ୍ୟାର୍ଥୀ ଙ୍କୁ ସିନିୟର୍ସ ଙ୍କ ସାହାଜ୍ଯ ମିଳିବ । ପଇସାର ସ୍ଥିତିରେ ସୁଧାର ଆସିବ ।

ବୃଷ ରାଶି : ଆଜି ଆପଣଙ୍କୁ କୌଣସି ନୂଆ ବ୍ଯବସାୟିକ ପ୍ରସ୍ତାବ ମିଳିପାରେ । ହୋଇପାରେ ଆପଣ କୌଣସି ବଡ ଓ ମହତ୍ଵ ପୂର୍ଣ୍ଣ ନିସ୍ପତି ନେଇ ପାରନ୍ତି । ଆଜି ଆପଣଙ୍କୁ ସମାନ ରୁ ଭଲ ଅବସର ମିଳିବ । ଏହି ଅବସରକୁ ଆପଣ ଜାଣିବକୁ ହେବ ଆଉ ଆଗକୁ ବଢିବାକୁ ହେବ । ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ଛୋଟ ସମସ୍ଯା ହୋଇପାରେ । ତେଣୁ ତାହାକୁ ନଜର ଅନ୍ଦାଜ କରନ୍ତୁ ନାହି । ତରବର ହୋଇ ନିସ୍ପତି ନିଅନ୍ତୁ ନାହି । କୌଣସି କ୍ଷେତ୍ର ରୁ ବଡ ଖୁସି ଖବର ପ୍ରାପ୍ତ ହେବ । ପ୍ରେମ ସମ୍ପର୍କ ମଜବୁତ ହେବ ।

ମିଥୁନ ରାଶି : ଆଜି ଦିନ ଟି ମନୋରଞ୍ଜନ ତଥା ମିଳନ ରେ ବିତାଇବେ । ଆର୍ଥିକ ପକ୍ଷ ମଜବୁତ ରହିବ । ପରିବାରର ସଦସ୍ୟ ଙ୍କ ସହ ମତଭେଦ ହୋଇପାରେ । ଜମିବାଡି ମାମଲାରେ କାଗଜ ପତ୍ର ପ୍ରତି ସାବଧାନ ରୁହନ୍ତୁ । ଖରାପ ବିଚାର ଭାରି ପଡିପାରେ । ବ୍ୟାପାରରେ ଭାଇ ଙ୍କ ଆର୍ଥିକ ସହଯୋଗ ମିଳିବ । ଆପଣଙ୍କ ମନରେ କୌଣସି ପ୍ଳାନ ବର୍ଷ ରୁ ଚାଲୁଥିଲେ ତାହା ସତରେ ପରିଣତ ହେବାର ସମୟ ଆସି ଯାଇଛି । ଜୀବନ ସାଥିଙ୍କ ପ୍ରେମ ଭରା ବ୍ୟବହାର ଆପଣଙ୍କୁ ପ୍ରସନ୍ନତା ଦେବ ।

କର୍କଟ ରାଶି : ଶାରୀରିକ ପ୍ରୟାସ ସଫଳ ହେବ । ଆଜି ମାନସିକ ଚିନ୍ତା ରହିବ । ଯାତ୍ରା ରେ ଛୋଟ ଆଘାତ ଲାଗିପାରେ । ଅଯଥା ଖର୍ଚ୍ଚ ବଢିପାରେ । ବିଜେନ୍ସ ରେ ଅଟକି ରହିଥିବା କାମ ପୂରଣ ହେବ । ଆପଣଙ୍କ ପ୍ରିୟଜନ ଆପଣଙ୍କ ଠାରୁ ସମୟ ସହ ଆପଣଙ୍କୁ ଠାରୁ ଉପହାରର ପାଇବାକୁ ପେକ୍ଷା କରିଛନ୍ତି । ଯଦି ଆପଣ ଭାବି ଚିନ୍ତି ଜବାବ ନ ଦେବେ ତେବେ ଏଥିରେ ସାମିଲ ହୋଇଥିବା ଲୋକେ ଆପଣଙ୍କ ଉପରେ ରାଗି ପାରନ୍ତି । ନୂଆ କାମର ଆରମ୍ଭ କରିବା ପାଇଁ ଆଜି ଦିନ ଟି ଭଲ ସାବ୍ୟସ୍ତ ହେବ ନାହି ।

ସିଂହ ରାଶି : ଆଜି ଜୀବନ ପ୍ରତି ଆପଣଙ୍କ ନଜରିୟା ସାକାରାତ୍ମକ ରହିବ । ଜୀବନ ସାଥି ପରିବାର ସହ ମିଳିମିଶି କୌଣସି ନୂଆ କଥା କରିବେ ଯାହା ପରିବାରର ଭଲ ପାଇଁ ହେବ । ଏଥିରେ ଆପଣଙ୍କୁ ଖୁସି ମିଳିବ । ଆଜି ଦିନ ଟି ଆପଣଙ୍କ ପକ୍ଷ ରେ ରହିବ । ପାରିବାରିକ ସଦସ୍ୟ ଙ୍କ ପ୍ରତି ଆପଣଙ୍କ ବ୍ୟବହାର ରେ ପରିବର୍ତ୍ତନ ଆଣନ୍ତୁ । ଚୁପ ରହିବା ଆପଣଙ୍କ ପାଇଁ ଲାଭକାରୀ ହୋଇପାରେ । ଆପଣଙ୍କର ରୋଜଗାର ବଢିବ । କାମ ମାମଲାରେ ଭଲ ଫଳ ମିଳିବ ।

କନ୍ୟା ରାଶି : ଆରାମ ଓ ମନୋରଞ୍ଜନ କରିବାକୁ ସମୟ ମିଳିବ ନାହି । ଶତ୍ରୁ ସକ୍ରିୟ ରହିବେ । ପରିବାରର ମାହୋଲ ସାମାନ୍ଯ ରହିବ । କିନ୍ତୁ ଆପଣଙ୍କ ଛୋଟ ଭାଇ ଭଉଣୀ ଙ୍କୁ କୌଣଶି ସମସ୍ୟାର ସାମନା କରିବାକୁ ପଡିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଚାକିରି ଓ ବ୍ୟାପାର କରୁଥିବା ଲୋକ ଙ୍କୁ ଧର୍ଯ୍ୟ ରଖିବାକୁ ହେବ । ଖର୍ଚ୍ଚ ବଢିବ । ଫାଇଦା ପାଇବା ପାଇଁ ଅଧିକ ମେହନତ କରିବାକୁ ପଡିବ । ପ୍ରୟାସରେ ସଫଳତା ମିଳିବ । କାମ କାର୍ଯ୍ୟ ରେ ଫଳ ମିଳିବ ।

ତୁଳା ରାଶି : ଆଜି ଆପଣଙ୍କୁ ବିଜେନ୍ସ ରେ ସହଯୋଗ ଓ ଫାଇଦା ମିଳିବାର ଯୋଗ ରହିଛି । ଏହି ରାଶିର ଓକିଲାତି ପଢୁଥିବା ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ଭଲ ରହିବ । କୌଣସି ସିନିୟର୍ସ ଓକିଲ ଙ୍କ ସହ ଇଣ୍ଟରସିପ କରିବାର ଅବସର ମିଳିବ । କିଛି ଅନାବଶ୍ୟକ ଖର୍ଚ୍ଚ ବି ସାମନା କୁ ଆସିପାରେ । ଆଜି ଆପଣ ଧର୍ମ ବା ସମାଜ ସହ ଜଡିତ କାର୍ଯ୍ୟ କରି ପାରିବେ । ବିବାଦ ଠାରୁ ଦୂର ରେ ରୁହନ୍ତୁ । ଅଫିସରେ କାମ ପୁରା କରିବାରେ ଆପଣ ପୁରା ସକ୍ଷମ ହେବେ ।

ବିଛା ରାଶି : ଆଜି ଆପଣଙ୍କ ମନ ସାମାଜିକ କାର୍ଯ୍ୟ ରେ ଅଧିକ ରହିବ । ଆପଣ କୌଣସି ପାରିବାରିକ ସମାରୋହରେ ଯୋଗ ଦେବେ । ଏହା ବ୍ଯତୀତ ସମ୍ପର୍କ କୁ ମଜବୁତ କରିବା ପାଇଁ ଆପଣଙ୍କୁ ଚେଷ୍ଟା କରିବାକୁ ପଡିବ । ଆପଣଙ୍କୁ ଜୀବନ ସାଥି ଙ୍କ ସହ ପୁରା ପୁରା ସହଯୋଗ ମିଳିବ । ଆପଣ ତାଙ୍କ ସହ କୌଣସି ଟ୍ରିପ କୁ ଯିବାର ପ୍ଳାନ କରିବେ । ଛାତ୍ର ଙ୍କୁ ପ୍ରତିଯୋଗୀ ପରୀକ୍ଷା ରେ ଲାଭ ହେବ । ଅତିରିକ୍ତ ଲାଭ ରେ ଧନର ବୃଦ୍ଧି ହେବ ।

ଧନୁ ରାଶି : ଆଜି ଆପଣଙ୍କୁ ମାନସିକ ଚିନ୍ତା ହୋଇପାରେ । ଆପଣ ନିଜ କାମ ଛାଡି ଅନ୍ୟ ମାନଙ୍କର କାମ ରେ ହସ୍ତକ୍ଷେପ କରି ନିଜର ମୂଲ୍ୟବାନ ସମୟ ବରବାତ କରନ୍ତୁ ନାହି । ଏହି ଅଭ୍ୟାସରେ ପରିବର୍ତ୍ତନ ଆଣନ୍ତୁ । ନୂଆ ପରିଯୋଜନା ଆରମ୍ଭ କରି ପାରିବେ । ବିତ୍ତୀୟ ଲାଭ ପ୍ରାପ୍ତି ହେବ । ବ୍ୟପାରରେ ଆପଣଙ୍କୁ ଦୁଇ ଗୁଣା ଲାଭ ହେବାର ପ୍ରବଳ ସମ୍ଭାବନା ନଜର ଆସୁଛି । ଆପଣ ନିଜର ମିତ୍ର ଓ ପ୍ରିୟଜନ ଙ୍କ ପାଇଁ ଅଧିକ ଚିନ୍ତାରେ ରହିବେ ।

ମକର ରାଶି : ଆଜି ଦିନ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣଙ୍କ ପରିବାରରେ ମାହୋଲ ଠିକ ରହିବ । ନିଜର ଅଧୀନରେ ଥିବା ଅଧିକାରୀ ଙ୍କ ପ୍ରତି ଆପଣଙ୍କର ବ୍ୟବହାର ଉଦାରତା ପୂର୍ଣ୍ଣ ରହିବ । ସେମାନଙ୍କର ସବୁ ଭୁଲକୁ ଆପଣ କ୍ଷମା କରିବାକୁ ରେଡି ରହିବେ । ଘରେ ଖାଲି ବସିଥିବା ଲୋକଙ୍କୁ ରୋଜଗାର କରିବାର ଅବସର ମିଳିବ । କୌଣସି ପୁରୁଣା କାମ ବାରମ୍ବାର କରିବାରେ ଆପଣ ରୁଚି ରଖିବେ ନାହି । କିନ୍ତୁ ଲମ୍ବା ସଫଳତା ପାଇଁ ଏହା ଆବଶ୍ୟକ ପଦକ୍ଷେପ ଅଟେ ।

କୁମ୍ଭ ରାଶି : ଆପଣଙ୍କ ପାଇଁ ଆଜି ଦିନ ଟି ସାମାନ୍ଯ ରହିବ । ନିଜର ସୁଖ ସୁବିଧା ଉପରେ ବେହିସାବ ଖର୍ଚ୍ଚ କରନ୍ତୁ ନାହି । ଧନ ବଞ୍ଚିତ କରିବା ପାଇଁ ଅଭ୍ୟାସ କରନ୍ତୁ । ଦାଂପତ୍ଯ ଜୀବନରେ ଉତ୍ଥାନ ପତନ ର ସ୍ଥିତି ରହିବ । ଆଜି ଆପଣଙ୍କୁ ପରିବାର ଜଣଙ୍କର ଭରପୁର ସହଯୋଗ ମିଳିବ । ଭାବିଥିବା କାମ ପୁରା ହେବା ପାଇଁ ସମୟ ଲାଗିପାରେ । କାମ ମାମଲାରେ ଆପଣଙ୍କୁ ବହୁତ ଭଲ ଫଳ ହାସିଲ ହେବ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ ।

ମୀନ ରାଶି : ଆଜି ଭାବନାରେ ଆସି କୌଣସି ନିସ୍ପତି ନିଅନ୍ତୁ ନାହି । କୌଣସି କାମରେ ଆପଣଙ୍କୁ ଅଧିକ ମେହନତ କରିବାକୁ ପଡିପାରେ । ଆପଣଙ୍କୁ ଭଲ ଧନ ଲାଭ ହେବ । ଲେଖିବା ପଢିବା ରେ ସମୟ ବ୍ଯତୀତ କରନ୍ତୁ । ବିଦ୍ୟାର୍ଥୀ ଙ୍କୁ ଗମ୍ଭୀର ପ୍ରଶ୍ନ ସମସ୍ଯା ଆଣିପାରେ । ଏକ ନୂଆ ସମ୍ପର୍କର ଆରମ୍ଭ ହେବ । ଭାଗ୍ୟ ଆପଣଙ୍କର ସାଥ ଦେବ କିନ୍ତୁ ଅଯଥା ଖର୍ଚ୍ଚ କରନ୍ତୁ ନାହି । ବାହନ ଚଲାଇବା ସମୟରେ ସତର୍କ ରୁହନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।