ଜ୍ୟୋତିଷ ତନ୍ତ୍ରରେ ଏହିଭଳି ବହୁତ ବିଦ୍ୟା ବିଷୟରେ କୁହାଯାଇଛି ଯାହା ଦ୍ଵାରା କୌଣସି ବି ଜଡି ମନ୍ତ୍ରରୁ ବ୍ୟକ୍ତି ନିଜକୁ ବଞ୍ଚାଇ ପାରିବ । ଯେଉଁ ବ୍ୟକ୍ତିଙ୍କ ଉପରେ ଜଡି ମନ୍ତ୍ର ହେଉଛି ସେମାନେ ଏହି ବିଦ୍ୟା ଗୁଡିକୁ ବ୍ୟବହାର ଅବଶ୍ୟ କରି ପାରିବେ । ଆଜି ଆମେ ଆପଣଙ୍କୁ ଏକ ଏମିତି ଜିନିଷ ବିଷୟରେ କହିବାକୁ ଯାଉଛୁ ଯଦି ଆପଣ ତାହାକୁ ଧାରଣ କରିବେ ତେବେ ଆପଣଙ୍କର କୌଣସି ବି ଜଡି ମନ୍ତ୍ର କିଛି ବି ଖରାପ କରି ପାରିବ ନାହିଁ ।
ଆମେ କଉଡି ବିଷୟରେ କଥା ହେଉଛୁ । ଏହାକୁ ଜଳରୁ ପ୍ରାପ୍ତ କରାଯାଏ । ପ୍ରାଚୀନ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି କି ଯେତେବେଳେ ନଡିଆ ପତ୍ର ବା ତାଳପତ୍ର ଜଳାଶୟ ତଥା ସମୁଦ୍ରରେ ପକାଯାଏ, ତେବେ ଏଥିରେ କଉଡି ଲାଗି ରହିଯାନ୍ତି । ଏହାକୁ ବାହାର କରି ସମୁଦ୍ର ତଟରେ ହିଁ ଶୁଖାଯାଏ ।
ପ୍ରାଚୀନ କାଳରେ କଉଡିକୁ ମୁଦ୍ରା ରୂପରେ ବ୍ୟବହାର କରାଯାଉଥିଲା । କିନ୍ତୁ ମୁଦ୍ରା ରୂପରେ କଉଡିର ପ୍ରଚଳନ କେବେ ବନ୍ଦ ହେଲା ଏହା ବିଷୟରେ କିଛି ବି କହିବା ବହୁତ କଷ୍ଟ ଅଟେ ।
ଭାରତ ଦେଶର ସଂସ୍କୃତିରେ କଉଡିର ବହୁତ ଗଭୀର ସମ୍ବନ୍ଧ ଅଛି । ବହୁତ ସମାଜରେ ବିବାହ ସଂସ୍କାରରେ କଉଡିକୁ ବହୁତ ମହତ୍ଵ ସ୍ଥାନ ଦିଆଯାଇଅଛି । ଏହାକୁ ବହୁତ ଶୁଭ ବୋଲି କୁହାଯାଇଛି । ରାଜସ୍ଥାନରେ କଉଡିରେ ମଣ୍ଡପ ସଜା ଯାଇଥାଏ । କନ୍ୟାର ହାତରେ ବି କଉଡି ବନ୍ଧା ଯାଇଥାଏ ।
ଆପଣ ସମସ୍ତେ ପଞ୍ଜାବୀ ବାହାଘର ବିଷୟରେ ଶୁଣିଥିବେ କି ପଞ୍ଜାବୀ କନ୍ୟା ହାତରେ ଯାହାକୁ ପିନ୍ଧନ୍ତି ସେଥିରେ କଉଡି ଲାଗି ରହିଥାଏ, ଯାହା ତାଙ୍କ ହାତରୁ ଝୁଲୁଥାଏ । ବୟସ୍କ ଲୋକମାନେ କନ୍ୟା ଓ ବର କାନ ପାଖରେ ହଲାଇବା ଦ୍ଵାରା କୁହାଯାଏ କି ତାଙ୍କୁ ଭଲ ସନ୍ତାନର ବର ପ୍ରଦାନ ହୋଇଥାଏ ।
ସେମିତି ଦେଖାଗଲେ ବହୁତ ଅନୁଷ୍ଠାନରେ ଓ ଧାର୍ମିକ କାର୍ଯ୍ୟରେ କଉଡିର ବହୁତ ମହତ୍ଵ ରହିଛି । ବହୁତ ଲୋକମାନେ ପୂଜା ସ୍ଥାନରେ ଶଙ୍ଖ ସହିତ କଉଡି ବି ରଖନ୍ତି । ଯେତେବେଳେ ଦୀପାବଳି ଆସିଥାଏ ତେବେ ଗୋବର୍ଦ୍ଧନ ପୂଜାରେ ଗାଈଙ୍କ ବେକରେ କଉଡିର ମାଳା ପିନ୍ଧାଯାଏ ।
ଏମିତି କୁହାଯାଏ କି କଉଡି ପିନ୍ଧିବା ଦ୍ଵାରା ଜଡି ମନ୍ତ୍ରର କୌଣସି ପ୍ରଭାବ ହୋଇ ନଥାଏ, ଏହା ବ୍ୟତୀତ କିଛି ଜନଜାତି ଏମିତି ବି ଅଛନ୍ତି କଉଡିକୁ ଶୌର୍ଯ୍ୟ ର ପ୍ରତୀକ ବୋଲି ମାନନ୍ତି । ୟୂନାନୀ ଚିକିତ୍ସା ପଦ୍ଧତିରେ ପାଚନ ଶକ୍ତି ଖରାପ ,ଆଖି – କାନ ତଥା କିଡନୀ ଇତ୍ୟାଦି ସମ୍ବନ୍ଧିତ ରୋଗର ଉପଚାର ତଥା ଭଲ ମାତ୍ରାରେ କ୍ୟାଲସିୟମ ଉପଲବ୍ଧ କରାଇବା ପାଇଁ କଉଡିର ବ୍ୟବହାର କରିଥାନ୍ତି ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।