ଏହି କାରଣରୁ ଫଳ ବିକ୍ରି କରୁଥିବା ବ୍ୟକ୍ତିକୁ ମିଳିବ ପଦ୍ମଶ୍ରୀ ସମ୍ମାନ, ଯାହା ଜାଣିଲା ପରେ ସେ ନିଜେବି ଆଶ୍ଚର୍ଯ୍ୟ ହେଇଯାଇଥିଲେ

ବର୍ତ୍ତମାନ ହିଁ ବର୍ଷ ୨୦୨୦ର ପଦ୍ମଶ୍ରୀ ପୁରଷ୍କାରର ଘୋଷଣା କରାଯାଇଛି । ଆପଣଙ୍କୁ କହିଦେଉଛୁ କି ଏହି ବର୍ଷ ୭ ଜଣ ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ ଦିଆଯିବ । ଏହା ସହିତ ୧୬ ଜଣ ବ୍ୟକ୍ତିଙ୍କୁ ପଦ୍ମ ଭୂଷଣ ଓ ୧୧୮ ଜଣ ଲୋକଙ୍କୁ ପଦ୍ମଶ୍ରୀ ପୁରଷ୍କାର ଦ୍ଵାରା ସମ୍ମାନିତ କରାଯିବ । ଅନ୍ୟ ପଟେ ପୁରଷ୍କାର ପାଉଥିବା ଏହି ଲୋକମାନେ ନିଜ ଜୀବନରେ ଏମିତ ଏମିତି କାମ କରିଛନ୍ତି ଯାହାକି ସମସ୍ତଙ୍କୁ ପ୍ରେରଣା ଦେଇଥାଏ । ବର୍ତ୍ତମାନ ଆଜି ଆମେ ଆପଣଙ୍କୁ ଏମିତି ହିଁ ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ । ଯାହାଙ୍କୁ ପଦ୍ମ ଶ୍ରୀ ସମ୍ମାନ ମିଳିବାର ଅଛି ।

ଆମେ କଥା ହେଉଛୁ କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲାର ଜଣେ ଫଳ ବିକାଳି ହରେକାଲା ହଜାବ୍ବାଙ୍କ ବିଷୟରେ । ଯାହାଙ୍କ ବୟସ ୬୮ ବର୍ଷ ଅଟେ । ଯିଏକି ନିଜର ଛୋଟ ଫଳ ଦୋକାନର ଆମଦାନୀରେ ଏମିତି କାମ କରୁଛନ୍ତି କି ତାହାକୁ ଶୁଣିଲେ ଆପଣଙ୍କୁ ବି ଭଲ ଲାଗିବ ଓ ଗର୍ବ ବି ହେବ । କହିବାକୁ ଗଲେ ସେ ନିଜର ଆମଦାନୀରେ ନିଜର ଗ୍ରାମର ପିଲାମାନଙ୍କ ପାଇଁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ କରିଲେ ଓ ବର୍ତ୍ତମାନ ଏକ ବିଶ୍ଵବିଦ୍ୟାଳୟ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି ।

ଆପଣଙ୍କୁ କହିଦେଉଛୁ କି ହରେକାଲା ହଜାବ୍ବା ଅଧିକ ଶିକ୍ଷିତ ନୁହନ୍ତି ଓ ସେ କେବେ ବି ସ୍କୁଲ ବି ଯାଇ ନାହାନ୍ତି । ତାଙ୍କର କହିବା ଅଟେ କି, ‘ଦିନେ ଏକ ବିଦେଶୀ ଦମ୍ପତି ତାଙ୍କ ଠାରୁ କମଳା କିଣିବାକୁ ଚାହୁଁଥିଲେ । କିନ୍ତୁ ସ୍ଥାନୀୟ ଭାଷା ଛଡା ତାଙ୍କୁ ଦ୍ଵିତୀୟ ଭାଷା ଆସୁ ନ ଥିଲା । ଯେଉଁ କାରଣରୁ ସେ ସେହି ଦମ୍ପତିକୁ ଫଳ ବିକ୍ରି କରି ପାରିଲେ ନାହିଁ ।‘ ଏହା ପରେ ହରେକାଲା ହଜାବ୍ବାଙ୍କୁ ବହୁତ ଖରାପ ଲାଗିଲା ଓ ସେ ଶିକ୍ଷାର ମହତ୍ଵ ବୁଝିଗଲେ ।

ଏହା ପରେ ହରେକାଲା ହଜାବ୍ବା ଗ୍ରାମବାସୀଙ୍କ ସାହାର୍ଯ୍ୟରେ ସ୍ଥାନୀୟ ମସ୍ଜିଦରେ ଏକ ସ୍କୁଲ ଆରମ୍ଭ କରିଲେ ଓ ବହୁତ ଦିନ ପର୍ଯ୍ୟନ୍ତ ଭଲ ସୁବିଧା ପାଇଁ ଜିଲ୍ଲା ପଞ୍ଚାୟତ କାର୍ଯ୍ୟଳୟର ଚକ୍କର ବି କାଟିଲେ । ଶେଷରେ ବର୍ଷ ୨୦୦୮ରେ ଜିଲ୍ଲା ପ୍ରଶାସନ ଦକ୍ଷିଣ କନ୍ନଡ଼ ଜିଲ୍ଲା ପଞ୍ଚାୟତ ଅନ୍ତର୍ଗତ ନୟାପୁଡୁ ଗ୍ରାମରେ ମାଧ୍ୟମିକ ସ୍କୁଲ ତିଆରି କରିଲେ । ହରେକାଲା ହଜାବ୍ବା ୩ଟି ପିଲାଙ୍କର ପିତା ଅଟନ୍ତି ଓ ସେ ସେହି ସମୟରେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ତାଙ୍କର ନାମ ପଦ୍ମଶ୍ରୀ ସମ୍ମାନ ପାଇଁ ଚୟନ ହୋଇଛି ବୋଲି ସେ ଜାଣି ପାରିଲେ ।

ତାଙ୍କର କହିବା ଅଟେ କି ମୋତେ ଗୃହ ମନ୍ତ୍ରାଳୟରୁ ଫୋନ ଆସିଲା । ସେମାନେ ହିନ୍ଦୀରେ କଥାବାର୍ତ୍ତ କରିଲେ । ମୋତେ ବୁଝା ପଡିଲା ନାହିଁ । କିନ୍ତୁ ପରେ ଦକ୍ଷିଣ କନ୍ନଡର ଉପଯୁକ୍ତ କାର୍ଯ୍ୟଳୟର ଜଣେ ବ୍ୟକ୍ତି ମୋତେ କହିଲେ କି ଆପଣଙ୍କୁ ପଦ୍ମଶ୍ରୀ ପୁରଷ୍କାର ଦିଆଯିବ । କିନ୍ତୁ ମୋତେ ବିଶ୍ଵାସ ହେଲା ନାହିଁ । ମୁଁ ଏହିଭଳି ସ୍ଵପ୍ନ ବି ଦେଖି ନ ଥିଲି, କିନ୍ତୁ ଏହାକୁ ନେଇ ମୁଁ ବହୁତ ଖୁସି ଅଛି ।