ଏମିତି ଏକ ଗାଁ ଯାହାର ନାମ ‘କିଡନୀ ଭିଲେଜ’ କାହାରି ଶରୀରରେ ବି ନାହିଁ ଗୋଟିଏ ବି Kideny, କାରଣ ଜାଣି ଚମକି ପଡିବେ ଆପଣ !

ଏଭଳି ଗାଁ ରହିଛି ଯେଉଁଠି ଅଧିକାଂଶ ଲୋକ ନିଜର ଗୋଟିଏ ଲେଖାଏଁ କିଡନୀ ବିକ୍ରି କରି ଦେଇଛନ୍ତି । ଦୁନିଆରେ ଏଭଳି ଏକ ଗାଁ ଅଛି ଯେଉଁଠି ସମସ୍ତ ଲୋକଙ୍କର କେବଳ ଗୋଟିଏ କିଡନୀ ଅଛି । ଆପଣ ଭାବୁଥିବେ ଏହି ଲୋକଙ୍କର କାହିଁକି ଗୋଟିଏ କିଡନୀ ରହିଛି । ତେବେ କଥାଟି ହେଉଛି ଏହି ଗାଁର ପ୍ରାୟତଃ ଲୋକମାନେ ଅଳ୍ପ ମୂଲ୍ଯରେ ନିଜର ଗୋଟିଏ କିଡନୀକୁ ବିକି ଦେଇଛନ୍ତି । ଏହା ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ନିରାଟ ସତ୍ୟ ।

ନେପାଳର ରାଜଧାନୀ କାଠମାଣ୍ଡୁ ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଗୋଟିଏ ଗାଁ । ହୋକସେ ନାମକ ଏହି ଗାଁରେ ପ୍ରାୟ ସମସ୍ତ ଲୋକଙ୍କ ପାଖରେ ରହିଛି ଗୋଟିଏ ଗୋଟିଏ କିଡନୀ । ଆଉ ସେଥିପାଇଁ ଏହି ଗାଁକୁ କିଡନୀ ଭ୍ୟାଲି ମଧ୍ୟ କୁହାଯାଏ । ୨୦୧୫ ମସିହାରେ ନେପାଳରେ ଏକ ଭୟଙ୍କର ଭୂମିକମ୍ପ ଆସିଥିଲା । ଆଉ ଏହାପରେ ଗ୍ରାମବାସୀ ଏକଦମ ବରବାଦ ହୋଇ ଯାଇଥିଲେ । ସେମାନେ ସରକାରଙ୍କ ଠାରୁ ସାହାଯ୍ୟ ଆଶା କରିଥିଲେ ମଧ୍ୟ ସେହି ସମୟରେ ସେମାନଙ୍କୁ କୌଣସି ସାହାଯ୍ୟ ମିଳି ନଥିଲା ।

ଏହାପରେ ମାନବ ଅଙ୍ଗକୁ ଚୋରା ଚାଲାଣ କରୁଥିବା ଗ୍ୟାଙ୍ଗ ଏହି ଗାଁ ଲୋକଙ୍କୁ ଟାର୍ଗେଟ କରିଥିଲେ । ଆଉ ଏହି ଟାର୍ଗେଟରେ ସେମାନେ ଲୋକଙ୍କୁ ଲୋଭ ଦେଖାଇଥିଲେ । ଆଉ ସହଜରେ ଠକାମିର ଶିକାର ହୋଇଥିଲେ ଏହି ଗାଁର ଲୋକେ । ମାତ୍ର ୧ ଲକ୍ଷ ଟଙ୍କା କିମ୍ବା ତା’ ଠାରୁ କମ୍ ପଇସାରେ ଲୋକମାନେ କିଡନୀ ଦେବାକୁ ରାଜି ହୋଇ ଯାଉଥିଲେ । କାଠମାଣ୍ଡୁ ସହର ହୋଇଥିଲେ ମଧ୍ୟ ହୋକସେ ନାମକ ଏହି ଗାଁଟି ବହୁତ ପଛୁଆ ଗାଁ ଟିଏ ।

ଏଠାକାର ଅଧିକାଂଶ ଲୋକ ଅତ୍ୟନ୍ତ ଗରିବ ଓ ଅଶିକ୍ଷିତ ମଧ୍ୟ । ତେଣୁ ଭୂକମ୍ପ ପରେ କିଡନୀ ଚୋରା ଚାଲାଣ କରୁଥିବା ଗ୍ୟାଙ୍ଗ ସେମାନଙ୍କୁ ବୁଝାଇଥିଲେ କି କିଡନୀ ବିକ୍ରି କରିବା ଦ୍ଵାରା ସେମାନଙ୍କର କୌଣସି କ୍ଷତି ହେବନାହିଁ ବରଂ ସେମାନେ ଲାଭରେ ରହିବେ । ନିରୀହ ଓ ଅଶିକ୍ଷିତ ଗ୍ରାମବାସୀ ତାଙ୍କ କଥାରେ ବିଶ୍ବାସ କରି ନିଜ କିଡନୀ ବିକିବା ଆରମ୍ଭ କରିଦେଲେ । ଏମିତି ଜଣଙ୍କ ପରେ ଜଣେ ନିଜ କିଡନୀ ବିକିବାକୁ ଆଗକୁ ଆସିଲେ । କିନ୍ତୁ ପରେ ସତ କଥା ଜାଣିବା ପରେ ସେମାନେ ଅନୁତାପ କରୁଛନ୍ତି ।

ଏହି ଖବର କୌଣସି ମତେ ଆନ୍ତର୍ଜାତୀୟ ବଜାରରେ ପ୍ରକାଶ ପାଇବା ପରେ କିଡନୀ ଚାଲାଣ କରୁଥିବା ଗ୍ୟାଙ୍ଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନେପାଳ ସରକାରଙ୍କ ଉପରେ ଚାପ ପଡିଥିଲା । ଯାଞ୍ଚରୁ ଜଣା ପଡିଥିଲା କି ଗାଁର ଅଧିକାଂଶ ଲୋକଙ୍କର ଗୋଟିଏ ଗୋଟିଏ କିଡନୀ ନାହିଁ । ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପରେ କିଡନୀ ଚାଲାଣକାରୀ ମାନେ ଏହି ଗାଁ କୁ ଆସିବା ବନ୍ଦ କରି ଦେଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।