ଛୋଟପିଲାଙ୍କ ଅସ୍ଥିର ମନ (ADHD)- ସମସ୍ଯା ନା ସାଧାରଣ ଅବସ୍ଥା ? ଜାଣନ୍ତୁ ବିଶିଷ୍ଟ ମନୋବିଜ୍ଞାନୀ Sambit Nanda ଙ୍କ ଖାସ Tips

କିଛି ପିଲା ବହୁତ ଅସ୍ଥିର ହେଉଥିବାର ଦେଖାଯାଏ । ସେମାନେ ଗୋଟିଏ କାର୍ଯ୍ୟରେ ଧ୍ୟାନ ଦେଇପାରନ୍ତି ନାହିଁ । ଅତି ଚଞ୍ଚଳଭାବ ଯୋଗୁଁ ପାଠପଢା ଠାରୁ ଆରମ୍ଭ କରି ସବୁ କାର୍ଯ୍ୟରେ ଭୁଲ କରନ୍ତି । ଏହାକୁ ପିଲାଟି ବହୁତ ଚଗଲା ହେଉଛି ବୋଲି ପରିବାର ଲୋକେ ଭାବିଥାନ୍ତି । ହେଲେ ଛୋଟ ପିଲାଙ୍କ ଠାରେ ଅସ୍ଥିର ମନ କିମ୍ବା ଚଞ୍ଚଳପଣ ଏକ ସ୍ୱାସ୍ଥ୍ୟ ସମସ୍ଯା ମଧ୍ୟ ହୋଇପାରେ । ଏନେଇ ବିଶିଷ୍ଟ ମନୋବିଜ୍ଞାନୀ ସମ୍ବିତ ନନ୍ଦ କଣ କହୁଛନ୍ତି ଆସନ୍ତୁ ଜାଣିବା ।

ଆଜିକାଲି ପିଲାଙ୍କ ଠାରେ ମାନସିକ ସମସ୍ଯା ଦେଖାଯାଉଛି । ଯାହା ଛୋଟବେଳୁ ତାଙ୍କ ବିକାଶରେ ମଧ୍ୟ ବାଧାପ୍ରାପ୍ତ ହେବା ହେତୁ ହୋଇଥାଏ ବୋଲି କୁହାଯାଏ । ପିଲା ଅସ୍ଥିର ହେବା, କୌଣସି କାର୍ଯ୍ୟରେ ମନ ନଦେବା କିମ୍ବା ଚଞ୍ଚଳ ହେବା ଆଦି ସମସ୍ଯାକୁ ଏଡିଏଚଡି (ADHD) ବା ଆଟେନସନ ଡେଫିସିଟ ହାଇପରଆକ୍ଟିଭ ଡିଜଅର୍ଡର କୁହାଯାଏ । ଗର୍ଭାବସ୍ଥା ସମୟରେ ପିତା କିମ୍ବା ମାତା ସ୍ମୋକିଂ କିମ୍ବା ଡ୍ରିଙ୍କିଙ୍ଗ କରୁଥିବେ ତେବେ ପିଲାଠାରେ ଏଭଳି ସମସ୍ଯା ଦେଖା ଦେଇପାରେ ।

ପିଲାର ବ୍ରେନରେ ଯଦି କିଛି ସମସ୍ଯା ହୁଏ କିମ୍ବା ଜିନ ଯୋଗୁଁ ମଧ୍ୟ ଏପରି ସମସ୍ଯା ପିଲାଠାରେ ଦେଖା ଦେଇପାରେ । ଏହା ଏକ ସାଧାରଣ ଅବସ୍ଥା ନୁହେଁ ବରନଗ ଏକ ସମସ୍ଯା ଅଟେ । ଜନ୍ମ ସମୟରେ ଓଜନ କରିବା ଏବଂ ଅତ୍ୟଧିକ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିବା ଯୋଗୁଁ ମଧ୍ୟ ପିଲାକୁ ଏପରି ହୋଇପାରେ । ଏହି ସମସ୍ଯାକୁ ଯେତେ କମ୍ ବୟସରୁ ଚିକିତ୍ସା କରାଯାଇ ପାରିବ ତାହା ଉଭୟ ପିଲା ଏବଂ ବାପାମା’ଙ୍କ ପାଇଁ ଭଲ ହେବ । କାରଣ ଏଥିପାଇଁ ନିର୍ଦ୍ଦିଷ୍ଟ ଥେରାପି ଆବଶ୍ୟକ ।

ଏହି ସମସ୍ଯା ଯୋଗୁଁ ପିଲାର ଭଲ ବୁଦ୍ଧି ଥିଲେ ମଧ୍ୟ ସେ କିଛି ଭଲରେ ଶିକ୍ଷାଗ୍ରହଣ କରିପାରେ ନାହିଁ । ଭୁଲ ହେଉ ଠିକ ହେଉ ଶୀଘ୍ର ପାଠ ଶେଷ କରିଦେବାକୁ ଚେଷ୍ଟା କରନ୍ତି କିମ୍ବା ଅସ୍ଥିରତା ଯୋଗୁଁ ଅନେକ ସମୟ ନିଅନ୍ତି । ଏପରି ପିଲାଙ୍କ ପାଇଁ ନିୟମ ମାନିବା ମଧ୍ୟ ଖୁବ କଷ୍ଟକର ହୋଇଥାଏ । ତେଣୁ ପିତାମାତା ମାନେ ଏହି ସବୁ ଲକ୍ଷଣକୁ ଧ୍ୟାନ ଦେଇ ପିଲାକୁ ଉପଯୁକ୍ତ ଥେରାପି ଦେବା ଆବଶ୍ୟକ । ଯାହାଦ୍ଵାର ପିଲାଟି ଧ୍ୟାନ ଦେବା ଶିଖିବ, ଗୋଟିଏ ସ୍ଥାନରେ ବସି ରହିବା ଶିଖିବ, ଅସ୍ଥିରତା କମିବ ଓ ସାଧାରଣ ବ୍ୟବହାର କରିବାକୁ ପାରିବ ।

ବିଭିନ୍ନ ପ୍ରକାର ଖେଳକୁଦ ଓ ଟାସ୍କ ମାଧ୍ୟମରେ ପିଲାକୁ ଏହି ଥେରାପି ସବୁ ଦିଆଯାଏ । ପିଲାକୁ ସ୍କୁଲ ଜୀବ ପୂର୍ବରୁ ଏହି ଥେରାପି ଦେଇପାରିଲେ ସବୁଠୁ ଭଲ । କାରଣ ସ୍କୁଲ ଯିବାପରେ ଏହିସବୁ ଶିକ୍ଷା ପିଲାକୁ ଅନେକ ସାହାଯ୍ୟ କରିବ । ବୁଝିବା, ମନ ରଖିବା, ମନଯୋଗ କରିବା, ଯୋଜନା କରିବା ଆଦି ପ୍ରକ୍ରିୟା ପିଲା ଶିଖିବା ଆବଶ୍ୟକ ।

ଏହିସବୁ ଶିଖିବା ପାଇଁ ଥେରାପିଷ୍ଟଙ୍କ ପାଖେ ଅନେକ ମଡେଲ ରହିଥାଏ । ଯାହାଦ୍ୱାରା ବିଭିନ୍ନ ଖେଳଣା, ରଙ୍ଗ ଦେବା ଆଦି ଆକ୍ଟିଭିଟି ମାଧ୍ୟମରେ ପିଲାର ଚିକିତ୍ସା କରାଯାଏ । ତେବେ ପିଲାକୁ ସ୍ଥିର କରିବାରେ ପିତାମାତାଙ୍କ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ ରହିଛି । ସେମାନେ ପିଲା ପ୍ରତି ଯେତେ ଧ୍ୟାନ ଦେବେ ସେତେ ସେମାନଙ୍କ ପାଇଁ ଭଲ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।