ବିଷ୍ଣୁଙ୍କ ଅବତାର ଅଟେ ଏହି ଗଛ,ଏହାର ଚେର ପାଖରେ ରଖିଲେ ଗରିବ ହୋଇଯାଏ ଧନୀ

ପ୍ରାୟତଃ ଲୋକମାନେ ଆର୍ଥିକ ସମସ୍ୟାରେ ପୀଡିତ ଥାନ୍ତି କିମ୍ବା ନିଜର ରୋଗ ପାଇଁ ଚିନ୍ତିତ ଥାନ୍ତି । ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ କି ଆୟ କରନ୍ତି କିନ୍ତୁ ତାଙ୍କ ପାଖରେ ଟଙ୍କା ରୁହେ ନାହିଁ ଯାହା ପାଇଁ ଲୋକମାନେ ଚିନ୍ତିତ ରହିଥାନ୍ତି । କିନ୍ତୁ ଆମ ଶାସ୍ତ୍ରରେ ଏମିତି କିଛି କୁହାଯାଇଛି ଯାହା ଦ୍ଵାରା ଆପଣ ନିଜର ଭାଗ୍ୟକୁ ମଧ୍ୟ ବଦଳାଇ ପାରିବେ, ଯାହା ଦ୍ଵାରା ଆପଣ ଏକ ସୁଖମୟ ଜୀବନ ଯାପନ କରି ପାରିବେ ।

ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ କେବଳ ଗୁରୁବାର ଦିନ ହିଁ କରିବେ । ପ୍ରଥମେ ଗୁରୁବାର ଦିନ ସ୍ନାନ କରି ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ଯଦି ହଳଦିଆ ବସ୍ତ୍ର ନାହିଁ ତେବେ ଆପଣ ଯେ କୌଣସି ବସ୍ତ୍ର ପିନ୍ଧି ନିଜ ପାଖରେ ହଳଦିଆ ରଙ୍ଗର ରୁମାଲ କିମ୍ବା ଗାମୁଛା ରଖି ପାରିବେ ।

ଏହା ପରେ ଆପଣ ନିଜ ଘରେ ଥିବା କଦଳୀ ଗଛ କିମ୍ବା ଅନ୍ୟ କାହାର କଦଳୀ ଗଛ ପାଖକୁ ଯାଆନ୍ତୁ । କିନ୍ତୁ ଧ୍ୟାନ ରଖିବେ କି ଏହି ଉପାୟ କରୁଥିବା ସମୟରେ କାହା ସହିତ କଥାବାର୍ତ୍ତା କରିବେ ନାହିଁ, କେହି ଆପଣଙ୍କୁ ଅଟକାଇବେ ନାହିଁ, କିମ୍ବା କେହି ଆପଣଙ୍କୁ ପଛରୁ ଡାକିବେ ନାହିଁ ।

ଏହା ସହିତ ଧ୍ୟାନ ରଖିବେ ଏହି ଉପାୟ କରୁଥିବା ସମୟରେ କେହି ଆପଣଙ୍କ କାର୍ଯ୍ୟରେ ଯେମିତି ବିଘ୍ନ ନ ଦିଅନ୍ତି । ଏହା ପରେ କଦଳୀ ଗଛ ପାଖକୁ ଯାଇ କଦଳୀ ଗଛର ଚେର ଘରକୁ ଆଣି, ତାହାକୁ ଗଙ୍ଗା ପାଣିରେ ଧୋଇ ଦିଅନ୍ତୁ ଓ ସେହି ଚେରରେ ହଳଦିଆ ରଙ୍ଗର ସୂତା ବାନ୍ଧି ଦିଅନ୍ତୁ । ଏହା ପରେ ତାହାକୁ ଆପଣ ନିଜ ଘରର ତିଜୋରି କିମ୍ବା ନିଜ ପର୍ସରେ ରଖିଦିଅନ୍ତୁ । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କର ଆୟ ବହୁଗୁଣ ବଢିଯିବ ।