ଶନିଦୋଷ ରୁ ବଞ୍ଚିବା ପାଇଁ ଭୁଲରେ ବି ଶନିବାର ସେବନ କରନ୍ତୁ ନାହିଁ ଏହି ୭ଟି ଜିନିଷ

ଶନିଦୋଷରୁ ବଞ୍ଚିବା ପାଇଁ ଲୋକମାନେ ବିଭନ୍ନ ପ୍ରକାରର ଉପାୟ କରିଥାନ୍ତି ଏବଂ ଶନିବାର ଦିନ ଶନିଦେବଙ୍କର ପୂଜା କରିଥାନ୍ତି ଓ ଏହା ସହିତ ଶନିବାର ଦିନ ବିଭନ୍ନ ଜିନିଷର ଦାନ ମଧ୍ୟ କରିଥାନ୍ତି । ଦାନ ସହିତ ଏହି ଦିନରେ କେତେକ ଲୋକମାନେ କିଛି ଖାଦ୍ୟ ଦ୍ରବ୍ୟର ସେବନ କରନ୍ତି ନାହିଁ । ଆପଣମାନେ ବି ଯଦି ଶନିଦୋଷରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଶନିବାର ଦିନ ଭୁଲରେ ବି ଏହି ଜିନିଷ ଗୁଡିକ ସେବନ କରିବେ ନାହିଁ ।

ଶନିବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଜିନିଷ

ଆମ୍ବ ଆଚାର

ଏମିତି କୁହାଯାଏ କି ଶନିଦେବଙ୍କୁ ଖଟା ଜିନିଷ ପସନ୍ଦ ନୁହେଁ ଏବଂ ସେଥିପାଇଁ ଶନିବାର ଦିନ କୌଣସି ବି ପ୍ରକାରର ଖଟା ଜିନିଷ ବା ଆମ୍ବ ଆଚାରର ସେବନ କରିବା ଉଚିତ ନୁହେଁ ।

ନାଲି ଲଙ୍କା

କେତେକ ଲୋକମାନେ ରାଗ ଖାଇବାକୁ ପସନ୍ଦ କରନ୍ତି ଏବଂ ନିଜ ଖାଦ୍ୟରେ ନାଲି ଲଙ୍କାର ପ୍ରୟୋଗ ମଧ୍ୟ କରିଥାନ୍ତି । ଯଦି ଆପଣ ଶନିଦୋଷରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଶନିବାର ଦିନ ନାଲି ଲଙ୍କାର ସେବନ କରନ୍ତୁ ନାହିଁ ।

ମସୁର ଡାଲି

ଯଦି ଆପଣ ଶନିଦେବଙ୍କୁ କ୍ରୋଧିତ କରିବାକୁ ଚାହୁଁନାହାନ୍ତି ତେବେ ଶନିବାର ଦିନ ଭୁଲରେ ବି ମସୁର ଡାଲି ଖାଆନ୍ତୁ ନାହିଁ ।

ମଦର ସେବନ

ଯେଉଁ ଲୋକମାନେ ମଦ ପିଅନ୍ତି ସେମାନଙ୍କୁ ଭୁଲରେ ବି ଶନିବାର ଦିନ ମଦର ସେବନ କରିବା ଉଚିତ ନୁହେଁ । କୁହାଯାଏ କି ଯଦି କେହି ଶନିବାର ଦିନ ନିଶା ଦ୍ରବ୍ୟର ସେବନ କରନ୍ତି ତେବେ ତାଙ୍କ ଜାତକରେ ଶନିର ଖରାପ ପ୍ରଭାବ ପଡିଥାଏ ।

ସୋରିଷ ତେଲ

ଶୋରିଷ ତେଲ ଶନି ଭଗବାନଙ୍କୁ ଅର୍ପଣ କରାଯାଏ ଏବଂ ଏହି ତେଲକୁ ଚଢାଇବା ଦ୍ଵାରା ଶନିଦେବ ଖୁସି ହୋଇଥାନ୍ତି । କିନ୍ତୁ ଶାସ୍ତ୍ରରେ କୁହାଯାଇଛି କି ଶନିବାର ଦିନ ଶୋରିଷ ତେଲରେ ତିଆରି କୌଣସି ଖାଦ୍ୟ ସେବନ କରିବା ଉଚିତ ନୁହେଁ । ଏହି ତେଲକୁ ମାଲିସ ବି କରନ୍ତୁ ନାହିଁ ।

କ୍ଷୀର ଏବଂ ଦହି

ଶନିବାର ଦିନ ଲୋକମାନଙ୍କୁ କ୍ଷୀର ଓ ଦହିର ସେବନ କରିବା ଉଚିତ ନୁହେଁ । ଶନିବାର ଦିନ ଯଦି ଆପଣ କ୍ଷୀର ର ସେବନ କରୁଛନ୍ତି ତେବେ ସେଥିରେ ହଳଦୀ କିମ୍ବା ଗୁଡ ମିଶାଇ ପିଅନ୍ତୁ । ଏହିଭଳି ଦହିର ସେବନ କରିବା ସମୟରେ ଦହିରେ କଳା ଲଙ୍କା ପକାଇ ପିଅନ୍ତୁ ।