ଭୁଲରେ ବି କରନ୍ତୁ ନାହିଁ ଏହି ଲୋକମାନଙ୍କର ଅପମାନ, ନ ହେଲେ ହୋଇଯିବେ ଶନିଦେବଙ୍କର କ୍ରୋଧର ଶିକାର

ସମସ୍ତ ଦେବତାଙ୍କ ମଧ୍ୟରେ ଶନିଦେବଙ୍କୁ ସମସ୍ତେ ଡରନ୍ତି । କାରଣ ଶନିଦେବଙ୍କର ପ୍ରକୋପ ସବୁଠୁ ଭୟଙ୍କର ହୋଇଥାଏ । କୌଣସି ବି ଖରାପ କାମ କଲେ ଆପଣ ତାଙ୍କର କ୍ରୋଧର ଶିକାର ହୋଇଯାଆନ୍ତି । ଏହା ଛଡା ଆପଣ ଯଦି କୌଣସି ଦୋଷ କରି ନଥିବା କିମ୍ବା କୌଣସି ବେସାହାରା ବ୍ୟକ୍ତିଙ୍କୁ ଅପମାନିତ କିମ୍ବା ଖରାପ ବ୍ୟବହାର କରୁଛନ୍ତି, ତେବେ ଆପଣ ଶନିଦେବଙ୍କର କ୍ରୋଧର ଶିକାର ହୋଇଯିବେ । ସେଥିପାଇଁ ଭୁଲେରେ ବି କରନ୍ତୁ ନାହିଁ ଗରିବ ଲୋକମାନଙ୍କୁ ଅପମାନ, ନହେଲେ ଶନିଦେବଙ୍କର କ୍ରୋଧର ଶିକାର ହୋଇଯିବେ ।

ଭୁଲରେ ବି କେବେ ବି କରନ୍ତୁ ନାହିଁ ଏହି ଲୋକମାନଙ୍କୁ ଅପମାନ

ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହଙ୍କୁ ନ୍ୟାୟାଧୀଶ ବୋଲି କୁହାଯାଇଛି । ସେ ଆମର କର୍ମର ଫଳ ପ୍ରଦାନ କରିଥାନ୍ତି । ସେଥିପାଇଁ ଶନିବାର ଦିନ ବିଶେଷ ରୂପରେ ଏହି ସବୁ କାମରୁ ବଞ୍ଚିବା ଦରକାର, ଯାହା କି ଶନିଦେବଙ୍କୁ ପସନ୍ଦ ନୁହେଁ ।

୧. ଶନିବାର ଦିନ ଘରେ ଲୁହା କିମ୍ବା ସେଥିରେ ତିଆରି କୌଣସି ବି ଜିନିଷ ଘରକୁ ଆଣିବେ ନାହିଁ । ଏହି ଦିନରେ ଲୁହାରେ ପ୍ରସ୍ତୁତ କୌଣସି ଜିନିଷକୁ ଦାନ କରିବା ଉଚିତ ନୁହେଁ ।

୨. କୌଣସି ଗରିବକୁ ଅପମାନ କରିବା ମାନେ ସିଧା ଶନିଦେବଙ୍କୁ ଅପମାନିତ କରିବା ସଙ୍ଗେ ସମାନ ଅଟେ । ବିଶେଷ କରି ଶନିବାର ଦିନ ତ ଏହିଭଳି କରିବେ ନାହିଁ ।

୩. ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ତେଲ ଦାନ କରନ୍ତୁ । ଶନିଦେବଙ୍କ ମନ୍ଦିରରେ ଶୋରିଷ ତେଲରେ ଦୀପ ଲଗାଇବା ଦ୍ଵାରା ତାହା ଆପଣଙ୍କ ପାଇଁ ଶୁଭ ହୋଇଥାଏ । କିନ୍ତୁ ଶନିବାର ଦିନ ଘରକୁ କୌଣସି ତେଲ କିଣି ଆଣିବେ ନାହିଁ ।

୪. ଶନିବାର ଦିନ କାହାକୁ ଜୋତା ଓ ଚପଲ ଉପହାର ଦିଅନ୍ତୁ ନାହିଁ କି କାହା ଠାରୁ ନିଅନ୍ତୁ ନାହିଁ । କିନ୍ତୁ ଶନିବାର ଦିନ ଆପଣ ଜୋତା କିମ୍ବା ଚପଲ ଗରିବ ଲୋକମାନଙ୍କୁ ଦାନ କରି ପାରିବେ । ଏହା କରିବା ଦ୍ଵାରା ଆପଣଙ୍କର ଶନି ଦୋଷ ଦୂର ହୋଇଯାଏ ।

୫. ଶନିବାର ଦିନ ଓସ୍ଥ ଗଛର ପୂଜା କରନ୍ତୁ । ପୂଜା କରିବା ପରେ ପରିକ୍ରମା ନିଶ୍ଚିତ ରୂପରେ କରନ୍ତୁ । ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ ।

୬. ଶନିଦେବଙ୍କ ପାଇଁ କଳା ରାଶି ଦାନ କରନ୍ତୁ ଓ ହନୁମାନଙ୍କ ମନ୍ଦିରକୁ ଯାଇ ଶୋରିଷ ତେଲର ଦୀପ ଲଗାଇ ଶନିଦେବଙ୍କର ଆରାଧନା କରନ୍ତୁ । ଏହା ଆପଣଙ୍କୁ ସୁଖମୟ ଜୀବନ ଯାପନ କରିବାରେ ସାହାର୍ଯ୍ୟ କରିବ ।