ଭୁଲରେ ଏହି ଦିଗରେ ଲଗାଉ ନାହାନ୍ତି ତ ଘଣ୍ଟା ? ହୋଇଥାଏ ଅନର୍ଥ ! ଜାଣନ୍ତୁ କଣ କହୁଛି ବାସ୍ତୁଶାସ୍ତ୍ର- Vastu Tips

ସମୟକୁ ଅମୂଲ୍ୟ କୁହାଯାଏ ଆଉ ବଳବାନ ବି କୁହାଯାଏ । ସମୟ ଉଭୟ ଖରାପ ଏବଂ ଭଲ ସମୟ ନେଇ ଆସେ । ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଘରେ ଥିବା ପ୍ରତ୍ଯେକ ବସ୍ତୁର ପ୍ରଭାବ ଆମ ଜୀବନରେ ପଡିଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ଘଡି ବା ଘଣ୍ଟା । ବାସ୍ତୁ ଶାସ୍ତ୍ର ଅନୁସାରେ ଘଣ୍ଟା ଆମ ଜୀବନକୁ ସିଧାସଳଖ ପ୍ରଭାବିତ କରିଥାଏ । ତେଣୁ ଆଜି ଆମେ ଆପଣଙ୍କ ପାଇଁ କିଛି ବାସ୍ତୁ ଟିପ୍ସ ନେଇ ଆସିଛୁ, ଯାହା ସାହାଯ୍ୟରେ ଆପଣ ନିଜ ଭାଗ୍ୟକୁ ପୁଣି ଥରେ ସୁଧାରି ପାରିବେ ।

ଘରର କାନ୍ଥରେ ଲାଗିଥିବା ଘଣ୍ଟା ଆମକୁ ଠିକ ସମୟ ଜଣାଇବା ସହ ଘରର ସମସ୍ତ ସଦସ୍ୟଙ୍କୁ ସକାରାତ୍ମକ ଊର୍ଜା ମଧ୍ୟ ପ୍ରଦାନ କରିଥାଏ । ଘଣ୍ଟା ନିରନ୍ତର ଚାଲିବାକୁ ସନ୍ଦେଶ ଦେଇଥାଏ । ତେଣୁ ବାସ୍ତୁ ଶାସ୍ତ୍ରରେ ଘରେ ବନ୍ଦ ହୋଇ ଯାଇଥିବା ଘଣ୍ଟା ରଖିବା ଉଚିତ ନୁହେଁ ବୋଲି କୁହାଯାଏ । ବନ୍ଦ ଘଣ୍ଟା ଘରେ ନକରାତ୍ମକ ଊର୍ଜାକୁ ବୃଦ୍ଧି କରିଥାଏ। ତେଣୁ ସବୁବେଳେ ଚାଲୁଥିବା ଘଣ୍ଟା ହିଁ ଘରେ ଲଗାନ୍ତୁ ।

ଘଣ୍ଟାକୁ ସବୁବେଳେ ଉତ୍ତର, ପୂର୍ବ ଏବଂ ପଶ୍ଚିମ ଦିଗରେ ହିଁ ଲଗାଇବା ଉଚିତ । ଦକ୍ଷିଣ ଦିଗକୁ ଯମରାଜଙ୍କ ଦିଗ ବୋଲି ମାନଯାଏ । ବାସ୍ତୁ ଶାସ୍ତ୍ର ହିସାବରେ ମଧ୍ୟ ଦକ୍ଷିଣ ଦିଗରେ ଘଣ୍ଟା ଲଗାଇବା ଅଶୁଭ ବୋଲି ମାନାଯାଏ । କାରଣ ଏହା ପରିବାର ସଦସ୍ୟଙ୍କ ଆୟୁ ଏବଂ ସ୍ୱାସ୍ଥ୍ୟ ପାଇଁ ଅଶୁଭ ଅଟେ । ତେଣୁ କେବେ ହେଲେ ଏହି ଦିଗରେ ଘଣ୍ଟା ଲଗାନ୍ତୁ ନାହିଁ । ଏହାସହ ଘରର ମୁଖ୍ୟଦ୍ଵାର କିମ୍ବା ଏହା ଉପରେ କେବେ ହେଲେ ଘଣ୍ଟା ଲଗାନ୍ତୁ ନାହିଁ । ଏପରି କରିବା ଦ୍ଵାରା ଘରେ ଅଶାନ୍ତି ବଢିଥାଏ ।

ଯଦି ଆପଣଙ୍କ ଘରେ ସବୁବେଳେ ଝଗଡା ହେଉଛି ତେବେ ଥରେ ଦେଖି ନିଅନ୍ତୁ କି ଆପଣଙ୍କ କବାଟ ଉପରେ ଘଣ୍ଟା ଲଗାଇ ନାହାନ୍ତି ତ ? ଘଣ୍ଟାକୁ ସବୁବେଳେ ସଫା ରଖନ୍ତୁ, ସେଥିରେ ଧୁଳି ବସିବାକୁ ଦିଅନ୍ତୁ ନାହିଁ । ଭାଙ୍ଗି ଯାଇଥିବା ବା କାମ କରୁ ନଥିବା ଘଣ୍ଟାର ବ୍ୟବହାର କେବେ ହେଲେ କରନ୍ତୁ ନାହିଁ । ସେହିପରି ସମୟ ଠାରୁ ପଛରେ ଚାଲୁଥିବା ଘଣ୍ଟା ମଧ୍ୟ ଆମ ପ୍ରଗତିରେ ବାଧା ଆଣିଥାଏ । ସେଥିପାଇଁ ଆପଣ ଚାହିଁଲେ ସମୟକୁ ଦୁଇରୁ ତିନି ମିନିଟ ଆଗରେ ରଖିପାରିବେ । କିନ୍ତୁ ଧ୍ୟାନ ରଖନ୍ତୁ ଯେପରି ଏହା ପଛୁଆ ନଚାଲେ ।

ପ୍ରତି ଘଣ୍ଟାରେ ମଧୁର ସଙ୍ଗୀତ ବାଜୁଥିବା ଘଣ୍ଟା ଘରେ ଲଗାଇବା ମଧ୍ୟ ଆହୁରି ଶୁଭ ହୋଇଥାଏ । ଏହା ପ୍ରତି ଘଣ୍ଟାରେ ଆପଣଙ୍କୁ ଆକର୍ଷିତ କରିବା ସହ ଘରେ ସକାରାତ୍ମକ ଊର୍ଜାର ସଞ୍ଚାର କରିବ । ପେଣ୍ଡୁଲମ ଘଣ୍ଟା ମଣିଷର ଖରାପ ସମୟକୁ ଦୂର କରି ସଫଳତା ଆଣିଥରେ ବୋଲି ବିଶ୍ବାସ କରାଯାଏ । ତେଣୁ ଘରର ହଲରେ ଏକ ପେଣ୍ଡୁଲମ ଘଣ୍ଟା ଲଗାଇବା ଉଚିତ ।

ବାସ୍ତୁ ଅନୁସାରେ ଗୋଲ ବା ଅଣ୍ଡାକାର ଆକୃତିର ଘଣ୍ଟା ଅତ୍ୟନ୍ତ ସକରାତ୍ମକତା ଆଣିଥାଏ । ଏହାସହ କେବେ ହେଲେ ମୁଣ୍ଡ ପାଖରେ ଘଣ୍ଟା ରଖି ଶୋଇବା ଉଚିତ ନୁହେଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।