କର୍ମ ବଡ ନା ଭାଗ୍ୟ ? କାହିଁକି ମଣିଷ ଖରାପ କର୍ମ କରି ବି ଭଲ ଫଳ ପାଇଥାଏ ? Odia Inspiration Story

ସବୁବେଳେ ଆପଣ ଏହି ପ୍ରଶ୍ନ ନିଶ୍ଚିତ ଶୁଣିଥିବେ କି ଭାଗ୍ୟ ବଡ ନା କର୍ମ ବଡ । ଯେଉଁମାନେ ଭାଗ୍ୟ ଉପରେ ବିଶ୍ଵାସ କରନ୍ତି ସେମାନେ କୁହନ୍ତି କି କର୍ମ ବୋଲି କିଛି ବି ନାହିଁ । ଯାହା ଭାଗ୍ୟରେ ଅଛି ତାହା ହିଁ ମିଳିବ । ଯେଉଁମାନେ କର୍ମ ଉପରେ ବିଶ୍ଵାସ କରନ୍ତି ସେମାନେ କୁହନ୍ତି କି ଭାଗ୍ୟ ବୋଲି କିଛି ନାହିଁ । କର୍ମ ଅନୁସାରେ ହିଁ ଫଳ ମିଳିଥାଏ । ଏମିତିରେ ଅସଲ କଥା କଣ ଆଜି ଆମେ ଆପଣଙ୍କୁ କହିବୁ । କେତେକ ଲୋକମାନେ ତ ଖରାପ କର୍ମ କରି ବି ଭଲ ଫଳ ପାଉଛନ୍ତି । ଆଜି ଆମେ ଆପଣଙ୍କୁ ଏକ କାହାଣୀ କହିବୁ ।

ଦିନେ ନାରଦ ମୁନି ବିଷ୍ଣୁଙ୍କ ନିକଟରେ ପହଞ୍ଚି କହିଲେ ହେ ପ୍ରଭୁ ଆପଣ କିଛି କରନ୍ତୁ । ପୃଥିବୀରେ ଧୀରେ ଧୀରେ ପୂଣ୍ୟର ଭାର କମି କମି ଯାଉଛି । ବିଷ୍ଣୁ ଏହାର କାରଣ ପଚାରିଲେ । ଯାହାର ଉତ୍ତର ଦେଇ ନାରଦ ମୁନି କହିଲେ କି ପ୍ରଭୁ ମୁଁ ଏମିତି କିଛି ଦୃଶ୍ୟ ଦେଖିଲି ଯାହାକୁ ଦେଖିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି ।

ଲୋକମାନେ ଖରାପ କର୍ମ କରି ବି ଭଲ ଫଳ ପାଉଛନ୍ତି ଓ ଅନ୍ୟ ପଟେ କିଛି ଲୋକ ଭଲ କର୍ମ କରି ବି ଖରାପ ଫଳ ପାଉଛନ୍ତି । ବିଷ୍ଣୁ ପୁଣି ପ୍ରଶ୍ନ କରିଲେ କି ଆପଣ ପୃଥିବୀ ପୃଷ୍ଠରେ କଣ ଦେଖିଲେ । ନାରଦ କହିଲେ କି ମୁଁ ବର୍ତ୍ତମାନ ଦେଖିଲି ଜଙ୍ଗଲରେ ଗୋଟିଏ ପଶୁ କାଦୁଅରେ ଫସି ଯାଇଛି । କିନ୍ତୁ ଗୋଟିଏ ଚୋର ଆସିଲା ଯିଏକି ତା ଉପରେ ଗୋଡ ଦେଇ ଚାଲି ଗଲା ଓ କିଛି ଦୂର ଯିବା ପରେ ତାକୁ ଗୋଟିଏ ସୁନା ମୁଣି ମିଳିଲା । ମୁଁ ଦେଖିଲି ସେହି ରାସ୍ତାରେ ଜଣେ ସାଧୁ ଆସିଲେ ଯିଏକି ବହୁତ କଷ୍ଟ କରି ସେହି ପଶୁକୁ କାଦୁଅରୁ ବାହାର କରିଲେ ।

କିନ୍ତୁ କିଛି ରାସ୍ତା ଗଲା ପରେ ସେ ଗୋଟିଏ ଗାତରେ ଖସି ପଡିଲେ ଓ ସେ କ୍ଷତ ବେକ୍ଷେତ ହୋଇଗଲେ । ପ୍ରଭୁ ଏହାର ଅର୍ଥ କଣ ଯିଏ ଖରାପ କର୍ମ କରୁଛି ସେ ଭଲ ଫଳ ପାଉଛି ଓ ଯେ ଭଲ କର୍ମ କରୁଛି ସେ ଖରାପ ଫଳ ପାଉଛି । ବିଷ୍ଣୁ କହିଲେ ଯାହା ବି ହୋଇଛି ଠିକ ହୋଇଛି । ଭାଗ୍ୟ ଓ କର୍ମ ହିସାବରେ ସବୁ ଠିକ ହୋଇଛି । ବିଷ୍ଣୁ ଏହା ବିଷୟରେ କହିଲେ କି ଚୋର ପଶୁର ପିଠି ଉପରେ ଚଢି ଚାଲି ଗଲା ତାକୁ ସୁନାର ମୋହର ମିଳିଲା । କିନ୍ତୁ ତାହାର ଭାଗ୍ୟରେ ବହୁତ ବଡ ଖଜଣା ଥିଲା ।

ତାର କୁକର୍ମରେ ସେ ନିଜର ଭାଗ୍ୟକୁ ବଦଳାଇ ଦେଲା । ଖଜଣା ଜାଗାରେ ତାକୁ କେବଳ କିଛି ସୁନାର ମୋହର ହିଁ ମିଳିଲା । ଯେଉଁ ସାଧୁ ଜଣକ ସେହି ପଶୁକୁ ଉଧାର କରିଲେ ସେ କିଛି ସମୟ ପରେ ମୃତ୍ୟୁକୁ ପ୍ରାପ୍ତ କରିଥାନ୍ତେ । କିନ୍ତୁ ତାଙ୍କର ଏହି କର୍ମ ଯୋଗୁ ମୃତ୍ୟୁ ଛୋଟ ଦୁର୍ଘଟଣାରେ ପରିଣତ ହୋଇଗଲା । ବିଷ୍ଣୁ ନାରଦକୁ କହିଲେ କି ବର୍ତ୍ତମାନ ଆପଣ କୁହନ୍ତୁ କି ଭାଗ୍ୟ ଓ କର୍ମ ହିସାବରେ ସବୁ ଠିକ ହୋଇଛି ନା ନାହିଁ । ନାରଦ ବି ଏଥିରେ ସହମତ ହେଲେ । ପ୍ରକୃତରେ ଆମର ଭାଗ୍ୟ ଆମର କର୍ମ ଉପରେ ହିଁ ନିର୍ଭର ହୋଇଥାଏ ।