ଏହି ବାବା ହେଉଛନ୍ତି ଅମ୍ବାନୀଙ୍କ ଠାରୁ ବି ବଡ ବିଜନେସମ୍ୟାନ, ହସିବା ପୂର୍ବରୁ ପୁରା ଖବର ଥରୁଟେ ପଢି ନିଅନ୍ତୁ

କହିବାକୁ ଗଲେ ବର୍ତ୍ତମାନ ସମୟରେ ସମସ୍ତେ ନିଜର ପିଲାଦିନର ସମୟରେ ଫେରି ଯିବା ପାଇଁ ଚାହୁଁଛନ୍ତି । ଏହି ଆଧାରରେ ଆଜି ଆମେ ଆପଣମାନଙ୍କୁ ପିଲାଦିନ ସହ ଜଡିତ ଏକ ଖବର ବିଷୟରେ କହିବାକୁ ଯାଉଛୁ । ଆଜି ଆମେ ଆପଣମାନଙ୍କୁ କମଳାର ଗୋଲି ବାଲା ବାବାଙ୍କ ସହ ସାକ୍ଷାତ କରାଇବାକୁ ଯାଉଛୁ ।

Image courtesy: Google

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆଜି ବି ଏହି ବାବା କମଳାର ଗୋଲି ବିକ୍ରି କରୁଛନ୍ତି ଓ କିଛି ଛୋଟ – ବଡ ପିଲାମାନେ ଏହାକୁ କ୍ରୟ କରୁଛନ୍ତି । ଆମେ କଥା ହେଉଛୁ ଗ୍ୱାଲିୟର, ମପ୍ରରେ ରହୁଥିବା ୯୧ ବର୍ଷର ବୟସ୍କ ବ୍ୟକ୍ତି ମୂଳଚନ୍ଦ୍ର ସୋନୀ ପରାତଙ୍କ ବିଷୟରେ । ମୂଳଚନ୍ଦ୍ର ବହୁତ ବର୍ଷ ପୂର୍ବେ କମଳାର ଗୋଲି ତିଆରି କରିବାର ବିଜନେସ ଆରମ୍ଭ କରିଥିଲେ ।

ବୋଧେ ଆପଣ ସମସ୍ତେ ସ୍କୁଲ ଦିନ ଗୁଡିକରେ ବି ଏହି ଗୋଲି ଗୁଡିକର ସ୍ଵାଦ ଚାଖିଥିବେ । କିନ୍ତୁ ଯେତେବେଳେ ଏତେ ବର୍ଷ ପରେ ସମୟ ଏତେ ବଦଳି ଯାଇଛି ତଥାପି ଏହି ବାବା ଆଜି ବି କମଳାର ଗୋଲି ଗୁଡିକ ବିକ୍ରି କରୁଛନ୍ତି ।

Image courtesy: Google

ଏହି ବାବା ଆଜି ବି ସେହି ଝିଅମାନଙ୍କର ବାହାଘରକୁ ଏକ ଶାଢୀ ଉପହାର ସ୍ୱରୂପ ନେଇ ଯାଇଥାନ୍ତି, ଯେଉଁମାନେ ତାଙ୍କ ଠାରୁ କେବେ କମଳାର ଗୋଲି କ୍ରୟ କରୁଥିଲେ । ସହର ଲୋକମାନେ ବି ଏହି ବାବାଙ୍କର ସମ୍ମାନ କରିଥାନ୍ତି । ଆପଣଙ୍କୁ କହିଦେଉଛୁ କି ଏହି ବାବା ଜଣକ ବିବାହ କରି ନାହାନ୍ତି । ବାବାଙ୍କ ପାଇଁ ଏହି ସମସ୍ତ ଝିଅମାନେ ତାଙ୍କର ଝିଅ ଭଳି ଅଟନ୍ତି ।

Image courtesy: Google

ବାଲାବାଈ ବଜାରରେ ଏହି ବାବା ଜଣକ ଆଜି ବି ଏହି ଗୋଲି ଗୁଡିକ ବିକ୍ରି କରୁଥିବାର ନଜର ଆସିଥାନ୍ତି । ସେ ସାରା ଜୀବନ କେବଳ ଏହି କାମ ହିଁ କରିଛନ୍ତି । ବାବା ନିଜ ପାଇଁ ଅଧିକ ଟଙ୍କା ଆୟ କରି ନାହାନ୍ତି । କିନ୍ତୁ ନିଜର ସ୍ନେହ ଓ ଭଲ ପାଇବା ଦ୍ଵାରା ବିଜନେସ କରିଛନ୍ତି । ଏହା ଦ୍ଵାରା ସେ ବହୁତ ସମ୍ମାନ ଆୟ କରିଛନ୍ତି ।

ସେଥିପାଇଁ ସେ ଅମ୍ବାନୀଙ୍କ ଠାରୁ ବି ବଡ ବିଜନେସମ୍ୟାନ ଅଟନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।