ଆଙ୍ଗୁଠିରେ ଥିବା ଏହି ଅଧା ଚନ୍ଦ୍ରର ଅର୍ଥ କଣ, କ’ଣ ଆପଣ ଜାଣିଛନ୍ତି ?

ଆମ ଶରୀରରେ ଏମିତି ବହୁତ କିଛି କଥା ଲୁଚି ଅଛି ଯାହା ଆମର ସ୍ୱାସ୍ଥ୍ୟ ଓ ସ୍ଵଭାବ ବିଷୟରେ କହିଥାଏ । ଯେମିତି କି ହାତର ରେଖାକୁ ଦେଖି ଆମର ଭାଗ୍ୟ ଓ ଆଙ୍ଗୁଠିକୁ ଦେଖି ଆମର ସୌଭାଗ୍ୟ ବିଷୟରେ ଜାଣି ପାରିବା ସେହି ପ୍ରକାରରେ ଆମ ହାତରେ ଥିବା ଅଧା ଚନ୍ଦ୍ରର ଚିହ୍ନ ଆମ ଶରୀର ବିଷୟରେ ବହୁତ କିଛି କହିଥାଏ ଯାହା ବୋଧେ ଆମକୁ ଜଣା ନାହିଁ । ଏହି ଚିହ୍ନ ଆପଣଙ୍କ ଶରୀର ଉପରେ କେତେ ପ୍ରଭାବ ପକାଇଥାଏ କଣ ଆପଣ ଜାଣିଛନ୍ତି ?

ଏହି ଧଳା ରଙ୍ଗର ଚିହ୍ନ ଆମ ଶରୀରର ରାଜ ଖୋଲିଥାଏ । ଚୀନ ର ସ୍ୱାସ୍ଥ୍ୟ ସମୁଦାୟ ମାନ୍ୟତା ଅନୁସାରେ ଏହା ଶରୀରର ସ୍ଵାସ୍ଥ୍ୟକୁ ମାପିବାର ପାରାମିଟର ଅଟେ । ଏହାର ସ୍ଥିତି ଆପଣଙ୍କ ସ୍ଵାସ୍ଥ୍ୟର ସୂଚକ ଅଟେ । ଆପଣଙ୍କ ସ୍ୱାସ୍ଥ୍ୟ ଯଦି ଭଲ ନ ଥିବ ତେବେ ଏହା ନଖରୁ ଅଦୃଶ୍ୟ ହୋଇଯାଏ । ସ୍ୱାସ୍ଥ୍ୟ ଭଲ ହେବା ସହିତ ଏହି ଚିହ୍ନ ପୁଣି ନିଜର ପୁରୁଣା ଅବସ୍ଥାକୁ ଆସି ଯାଇଥାଏ ।

ଯଦି ଆପଣଙ୍କର ୧୦ ଟି ଅଙ୍ଗୁଠିରୁ ୮ ଟି ଆଙ୍ଗୁଠିରେ ଅଧା ଚନ୍ଦ୍ର ଅଛି ତା ହେଲେ ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ଅଛି । ଆପଣଙ୍କୁ ଚିନ୍ତା କରିବାର କିଛି ଦରକାର ନାହିଁ । ଯଦି ଆପଣଙ୍କ ଆଙ୍ଗୁଠିରୁ ଏହା ବାରମ୍ବାର ଅଦୃଶ୍ୟ ହେବାରେ ଲାଗୁଛି ଓ ଯଦି କେବଳ ଗୋଡ ଆଙ୍ଗୁଠିରେ ରହୁଛି ତା’ ହେଲେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ବିଷୟରେ ଭାବି ବାକୁ ପଡିବ ।

ଚୀନ ସ୍ୱାସ୍ଥ୍ୟ ସମୁଦାୟ ଅନୁସାରେ ଏହା ସେତେବେଳେ ଅଦୃଶ୍ୟ ହୋଇଯାଏ ଯେତେବେଳେ ଆପଣ ରୋଗରେ ପଡିବାର ଥାଏ । ଯେଉଁଠି ଚୀନ ସ୍ୱାସ୍ଥ୍ୟ ସମୁଦାୟ ଅନୁସାରେ ଏହା କମ ହେବା ସ୍ୱାସ୍ଥ୍ୟ ପ୍ରତି ଇଣ୍ଡିକେଟ କରିଥାଏ ସେଇଠି ମେଡିକାଲ ଏକ୍ସପର୍ଟଙ୍କ ଅନୁସାରେ ଏହା ଆପଣଙ୍କ ଶରୀର ଜନିତ କେତେ ରୋଗ ଆଉ କଥାକୁ ଇଣ୍ଡିକେଟ କରିଥାଏ । ଏହା ରୋଗ ବ୍ଯତୀତ ଆପଣଙ୍କ ଶରୀରରେ ଆଇରନ ର ଅଭାବ ଓ ଥାଇରଏଡ ବିଷୟରେ ମଧ୍ୟ କହିଥାଏ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।