ବରମାଳା ପରେ କନ୍ୟା ବରକୁ ଚାପୁଡା ମାରି ଦେଲା ଗାଳି, କାରଣ ଜାଣି ସମସ୍ତେ କଲେ ପ୍ରଶଂସା

ବିବାହ ଏକ ପବିତ୍ର ସମ୍ପର୍କ ଅଟେ ଓ ଭାରତରେ ବିବାହର ବହୁତ ମହତ୍ଵ ରହିଛି । ଏଠି ବାହାଘରର ଉତ୍ସବକୁ ପୁରା ପରମ୍ପରା ଓ ଖୁସିର ସହିତ ପାଳନ କରାଯାଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ମାମଲା ବିଷୟରେ କହିବାକୁ ଯାଉଛୁ ଯେଉଁଠି ବରମାଳା ସମୟରେ କନ୍ୟା ନିଜର ହେବାକୁ ଥିବା ସ୍ଵାମୀକୁ ଏକ ଜୋରଦାର ଚାପୁଡା ମାରିଦେଲା ଓ ତାକୁ ଗାଳି ଦେବାକୁ ଲାଗିଲା । ଚାଲନ୍ତୁ ଜାଣିବା ପୁରା ମାମଲାଟି କଣ ଅଟେ ।

Image courtesy: Google

ଏହି ଘଟଣାଟି ଝାନ୍ସିରୁ ୬୫ କିଲୋମିଟର ଦୂରରେ ଥିବା ଏକ ଜାଗାରେ ହୋଇଛି । ସେହି ସମୟରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ଷ୍ଟେଜ ଉପରେ ବରମାଳା ଦେଉଥିବା ସମୟରେ କନ୍ୟା ବରକୁ ଗାଳି ଦେଲା ଓ ଏକ ଚାପୁଡା ମାରିଦେଲା । ଖବର ଅନୁସାରେ ବରମାଳା ପରେ ବର ଓ କନ୍ୟା ଷ୍ଟେଜ ଉପରେ ଥିବା ଚୌକି ଉପରେ ବସିଥିଲେ ସେହି ସମୟରେ କେହି ଜଣେ କନ୍ୟାକୁ ବରର ଚାଲୁଥିବା ଅଫେୟାର ବିଷୟରେ କହିଦେଲା ।

ଏହା ପରେ କନ୍ୟାକୁ ରାଗ ଆସିଲା ଓ ସେ ବରକୁ ଗାଳି ଦେବାକୁ ଲାଗିଲା । ଏହା ପରେ ସେ ବରକୁ ଗୋଟିଏ ଚାପୁଡା ବି ମାରିଦେଲା ।

Image courtesy: Google

ଏସବୁ ପରେ ବର ବରଯାତ୍ରୀ ନେଇ ଫେରିଗଲା । ଏହା ପରେ କନ୍ୟା ପକ୍ଷର ଲୋକମାନେ ଆରୋପ ଲଗାଇଲେ କି ପୁଅବାଲା ତାଙ୍କୁ ଯୌତୁକରେ ଏକ ଦାମୀ କାର ଓ ୬ ଲକ୍ଷ ଟଙ୍କା ମାଗିଥିଲେ । ଏଥିରେ ସେମାନେ ରାଜି ବି ହୋଇଥଲେ । କିନ୍ତୁ ତାଙ୍କୁ ଏହି କଥାର ବିଲକୁଲ ଅନ୍ଦାଜ ବି ନ ଥିଲା କି ପୁଅର ଅଫେୟାର ଅନ୍ୟ କାହା ସହିତ ଚାଲିଛି ।

Image courtesy: Google

ଏତିକି ନୁହେଁ କନ୍ୟା ବର ବିଷୟରେ ଅନ୍ୟ କିଛି ଲଜ୍ୟାଜନକ କଥା ବି କହିଲା । ଏହି ସବୁ ପରେ ବାହାଘର କ୍ୟାନ୍ସଲ କରିବାକୁ ପଡିଗଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।