ଯେଉଁ ସ୍ତ୍ରୀଙ୍କ ପାଖରେ ଥାଏ ଏହି ତିନୋଟି ଗୁଣ, ତାର ସ୍ଵାମୀ ସବୁବେଳେ ରୁହେ ଧନବାନ – କଣ ଆପଣଙ୍କ ସ୍ତ୍ରୀର ଅଛି ଏହି ଗୁଣ?

ଯେଉଁ ସ୍ତ୍ରୀଙ୍କ ପାଖରେ ଥାଏ ଏହି ତିନୋଟି ଗୁଣ, ତାର ସ୍ଵାମୀ ସବୁବେଳେ ରୁହେ ଧନବାନ – କଣ ଆପଣଙ୍କ ସ୍ତ୍ରୀର ଅଛି ଏହି ଗୁଣ?

ଏଥିରେ କୌଣସି ସନ୍ଦେହ ନାହିଁ ଯେ ଯେବେ କେଉଁ ଝିଅର ବିବାହ ହୁଏ, ତା ପରେ ତାର ଭାଗ୍ୟ ଓ ଭବିଷ୍ୟ ନିଜ ସ୍ଵାମୀ ସହ ଯୋଡି ହୋଇଯାଏ । ଅର୍ଥାତ ବିବାହ ପରେ ସ୍ତ୍ରୀ ଯାହା ବି କର୍ମ କରେ ବା ଯାହାବି କୁହେ ତାହାର ଭଲ ଏବଂ ଖରାପ ପ୍ରଭାବ ତା ସ୍ବାମୀର ଜୀବନ ଉପରେ ମଧ୍ୟ ପଡେ । ଏମିତି ବିବାହ ବନ୍ଧନ ଏକ ଏଭଳି ବନ୍ଧନ ଯାହା ଦୁଇଟି ଅଜଣା ଲୋକଙ୍କୁ ଏକାଠି କରିଥାଏ । ଅର୍ଥାତ ଯଦି ଆମେ ସଠିକ ଭାବେ କହିବା ବିବାହ ପରେ ଝିଅର ଜୀବନ ନିଜ ସ୍ଵାମୀ ସହ ଯୋଡି ହୋଇଯାଏ । ଏମିତିରେ ଯଦି ଜଣଙ୍କ ସହ କିଛି ଭଲ ବା ଖରାପ ହୁଏ ତେବେ ତାହା ଦୁଇ ଜଣଙ୍କ ଉପରେ ପ୍ରଭାବ ପକାଇଥାଏ ।

ଏମିତି କେତେ ସ୍ତ୍ରୀ ଅଛନ୍ତି ଯେଉଁ ମାନେ ବିବାହ ପରେ ନିଜ ସ୍ବାମୀମାନଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଆଉ କିଛି ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ନିଜ ସ୍ବାମୀଙ୍କୁ ଦାଣ୍ଡର ଭିକାରି ମଧ୍ୟ କରି ଦିଅନ୍ତି । ଯେଉଁ ସ୍ତ୍ରୀ ଆସିବା ପରେ ସ୍ବାମୀର ସବୁ ପ୍ରକାର ଉନ୍ନତି ହୁଏ ତାକୁ ଭାଗ୍ୟଶାଳୀ ସ୍ତ୍ରୀ ବୋଲି କୁହାଯାଏ । କିଛି ସ୍ତ୍ରୀ ଗୁଣବତୀ ହୋଇଥିଲେ କିଛି ଅତି ଅବଗୁଣୀ ମଧ୍ୟ ହୋଇଥାନ୍ତି । ଯେଉଁମାନେ ନିଜ ସ୍ଵାମୀ ପାଇଁ ଦୁଃଖ ଓ ଚିନ୍ତାର ବିଷୟ ଅଟନ୍ତି ।

ଏମିତି କିଛି ସ୍ତ୍ରୀ ମାନେ ମଧ୍ୟ ଅଛନ୍ତି ଯେଉଁ ମାନେ ନିଜ ସ୍ଵାମୀଙ୍କର ଭାଗ୍ୟ ସଂପୂର୍ଣ୍ଣ ରୂପେ ବଦଳାଇ ରଖିଦିଅନ୍ତି ବା ସେମାନଙ୍କୁ ଭିକାରିରୁ ରାଜା କରିଦିଅନ୍ତି । ଆଜି ଆମେ ଆପଣଙ୍କୁ ସେହି ସବୁ ଗୁଣ ବିଷୟରେ କହିବୁ ଯାହା ଯଦି କୌଣସି ସ୍ତ୍ରୀ ପାଖରେ ଥାଏ ତେବେ ତାର ସ୍ବାମୀର ଭାଗ୍ୟ ବଦଳିବାରେ କେହି ଅଟକାଇ ପାରିବେ ନାହିଁ । ଯେଉଁ ସ୍ତ୍ରୀ ପାଖରେ ଏହି ଗୁଣ ଥାଏ ତାର ସ୍ଵାମୀକୁ ଜୀବନରେ ଅଧିକ ପରିଶ୍ରମ କରିବାକୁ ପଡେ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ସବୁ ଗୁଣ ବିଷୟରେ ।

ଭଗବାନଙ୍କର ପୂଜା

୧- କୁହାଯାଏ ଯେଉଁ ସ୍ତ୍ରୀ ସ୍ବଚ୍ଛ ମନରେ ଓ ଭକ୍ତିରେ ଭଗବାନଙ୍କର ପୂଜା କରେ ତାର ସ୍ଵାମୀ ସର୍ବଦା ଧନ ବାନ ରୁହେ । ଏମିତି ଯଦି ଭଗବାନଙ୍କର ନିର୍ମଲା ବା ସ୍ବଚ୍ଛ ମନରେ ଆରାଧନା କରାଯାଏ ତେବେ ସେହି ଘରେ ଲକ୍ଷ୍ମୀ ବାସ କରନ୍ତି । ଏହା ବ୍ଯତୀତ ସେହି ଘରର ବାତାବରଣ ମଧ୍ୟ ଠିକ ରୁହେ ।

ଘରର ଧ୍ୟାନ ରଖେ

୨- ଏହା ବ୍ଯତୀତ ଯେଉଁ ସ୍ତ୍ରୀ ଘରର ଧ୍ୟାନ ରଖେ ଓ ଘରର ସବୁ କାମ ଶାନ୍ତି ରେ ପୂର୍ଣ୍ଣ କରେ, ତା ସହ ସ୍ବାମୀର ଦିନ ରାତି ସେବା କରେ ସେହି ସ୍ତ୍ରୀ ଉପରେ ଲକ୍ଷ୍ମୀ ବହୁତ ପ୍ରଶନ୍ନ ରୁହନ୍ତି । ଏହିଭଳି ନାରୀ ଉପରେ ଲକ୍ଷ୍ମୀ ସ୍ଵୟଂ ନିଜର କୃପା ଦ୍ରୁଷ୍ଟି ରଖନ୍ତି । ଏବଂ ସେମାନଙ୍କ ସ୍ଵାମୀ ଉପରେ ମଧ୍ୟ ଧନ ର ବର୍ଷା କରିଥାନ୍ତି ।

ଗରିବକୁ ଦାନ

୩- ମାନ୍ୟତା ଅଛି ଯେଉଁ ସ୍ତ୍ରୀ କୌଣସି ଭିକାରୀକୁ କେବେ ଖାଲି ହାତରେ ବିଦା ନ କରି କିଛି ନା କିଛି ଦାନ କରେ, ସେହି ସ୍ତ୍ରୀ ର ଘର ସର୍ବଦା ଧନ ଧାନ୍ୟ ରେ ପୂର୍ଣ୍ଣ ରୁହେ । ଏମିତି ବି କୁହାଯାଏ କି ଯଦି କୌଣସି ଗରିବକୁ ଦାନ କରାଯାଏ ତେବେ ମା’ ଆପଣଙ୍କ ଥାଳ ଏମିତି ହିଁ ଭରି ଦିଏ । ଏମିତି କି ଯେଉଁ ଘରେ ଏଭଳି ସ୍ତ୍ରୀ ଅଛନ୍ତି ସେମାନଙ୍କ ଘରେ କେବେବି ଅଭାବ ଦେଖା ଦିଏ ନାହିଁ ।

ଯଦି ଆପଣଙ୍କ ସ୍ତ୍ରୀ ପାଖରେ ମଧ୍ୟ ଏହି ସବୁ ଗୁଣ ଅଛି ତେବେ ଆପଣ ମଧ୍ୟ ବହୁତ ଭାଗ୍ୟଶାଳି ।