ଏହା କି ପ୍ରକାର ସଂକେତ ପ୍ରତେକ ବର୍ଷ ବର୍ଷା ପାଣିରେ ବୁଡି ଯାଉଛି ବାଇଶି ପାହାଚ ସରିଆସୁଛି କି କଳିଯୁଗ ? ମାଳିକା ବଚନ ସତ ହେଉଛି କି ?

ନମସ୍କାର ବନ୍ଧୁଗଣ । ମାଳିକାରେ ଲେଖା ଅଛି ବାଇଶି ପାହାଚରେ ଯେବେ ମୀନ ଖେଳିବ ଏବେ କଳିଯୁଗ ଶେଷ ହେବ ଏହା କଣ ତାର ପୂର୍ବ ସଂକେତ । କାରଣ ଗତ କାଲି ଅଚାନକ ପୁରୀ ଅନ୍ଧାରମୟ ହୋଇ ଯାଇଥିଲା ଆଉ ବୁଡିଗଲା ବାଇଶି ପାହାଚ । ଗର୍ଜିବାକୁ ଲାଗିଥିଲା ବିଜୁଳି ଘଡଘଡି । ଆଉ ପାଣିରେ ପଶି ମହାପ୍ରଭୁ ଙ୍କୁ ଦର୍ଶନ କରିବାକୁ ଯାଇଥିଲେ ଭକ୍ତ । ଗତ କାଲି ଦିନ ଥାଉ ଥାଉ ଆକାଶରେ ମେଘ ଘୋଟି ଆସିଲା ।

ସମୁଦ୍ର ଫୁଲିବାକୁ ଲାଗିଥିଲା ଶ୍ରୀ ମନ୍ଦିର ଉପରେ ବଗ ମାନେ ଉଡିଥିଲେ । କିଛି ଭୟଙ୍କର ସ୍ଥିତିର ପୂର୍ବାଭାସ ଯେମିତି ହୋଇ ସାରିଥିଲା । ଆଉ ତା ପରେ ହୋଇଥିଲା ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା । ବିଜୁଳି ଚମକରେ ଶ୍ରୀ ମନ୍ଦିର ଚମକି ଉଠିଥିଲା । ଆଉ ଏହା ପରେ ବାଇଶି ପାହାଚ ପାଣି ରେ ବୁଡି ଯାଇଥିଲା । ଦେଖୁ ଦେଖୁ ବାଇଶି ପାହାଚ କୁ ଛୁଇଁ ସାରିଥିଲା ବର୍ଷା ପାଣି ।

ଏହା କଣ କଳିଯୁଗ ଅନ୍ତର ପୂର୍ବ ସଂକେତ କାରଣ ଏ ଦୃଶ୍ୟ ଏମିତି କିଛି ବୟାନ କରୁଛି । ଏ ଦୃଶ୍ୟକୁ ଦେଖିଲେ ମାଳିକା କଥା ସତ ହେବ ବୋଲି ମନେ ହେଉଛି । ଶ୍ରୀ ମନ୍ଦିର ଭିତରେ କେମିତି ଆଣ୍ଠୁଏ ପାଣି ହୋଇଛି । ବର୍ଷା ପାଣି ପୁରା ବାଇଶି ପାହାଚ କୁ ସ୍ପର୍ଶ କରିଛି । ଲୋକେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ପଶି ଜାଗା କୁ ଦର୍ଶନ କରିବାକୁ ଯାଉଛନ୍ତି ।

ଶ୍ରୀ ମନ୍ଦିର ବାହାରକୁ ସୁଅ ଭଳି ଛୁଟି ଆସୁଛି ବର୍ଷା ପାଣି । ଲାଗୁଥିଲା ଯେମିତି ବର୍ଷା ଯେମିତି କମିବନି । ଲାଗୁଥିଲା ଏମିତି ବର୍ଷା ଯେମିତି ବାଇଶି ପାହାଚ କୁ ବୁଡାଇ ଦେବ । ତଥାପି କାଳିଆ ପ୍ରଭୁଙ୍କୁ ଦର୍ଶନ କରିବା ଲାଗି ଭକ୍ତ ମାନେ ଆସୁଥିଲେ । ଯଦି ଦେଖିବା ମାତ୍ର ଘଣ୍ଟାଏ ବର୍ଷା ହେଲେ ଶ୍ରୀ ମନ୍ଦିର ଭିତରେ ପାଣି ପଶି ଯାଉଛି ।

ଶ୍ରୀ ମନ୍ଦିର ଭିତରେ ବର୍ଷା ପାଣିକୁ ବାହାର କରିବା ପାଇଁ ଡ୍ରେନ ର ବ୍ୟବସ୍ଥା ହୋଇ ନାହିଁ । ଯେଉଁଥି ପାଇଁ ପ୍ରତି ବର୍ଷ ବର୍ଷା ଦିନରେ ବର୍ଷା ପାଣିରେ ଉବୁଡୁବୁ ହେଉଛି ଶ୍ରୀ ମନ୍ଦିର । ଯଦି ଆଗକୁ ଏଥିପ୍ରତି କିଛି ପଦକ୍ଷେପ ନ ନିଆଯାଏ ତେବେ ଶ୍ରୀ ମନ୍ଦିର ରେ ଏମିତି ଆଣ୍ଠୁଏ ଆଣ୍ଠୁଏ ପାଣି ପସୁଥିବ ଆଉ ଭକ୍ତ ମାନେ ନାହିଁ ନ ଥିବା ହଇରାଣ ର ସମୁଖିନ୍ନ ହେଉଥିବେ ।