୧୧ ବର୍ଷ ପିଲାଟିର ସାହାସ ଦେଖି ଦୁନିଆ କଲା ସଲାମ, ଲୋକେ କହିଲେ ଇଏ ହେଉଛି କଳିଯୁଗର ଶ୍ରବଣ କୁମାର

କରୋନା ଭାଇରସ ପାଇଁ ସାରା ଦେଶରେ ଆତଙ୍କ ଖେଳି ଯାଇଛି । ଏଥିରୁ ରକ୍ଷା ପାଇବା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । ଯେଉଁ କାରଣରୁ ସବୁ କିଛି ବନ୍ଦ କରାଦିଆଯାଇ ଥିଲା । ଲକଡାଉନ ପାଇଁ ଯାନବାହାନ ଚଳାଚଳ ବନ୍ଦ ହୋଇଯିବା କାରଣରୁ ଯେଉଁ ମାନେ ଯେଉଁଠି ଥିଲେ ସେମାନେ ସେଠି ଅଛନ୍ତି । ସେମାନେ ଚାହୁଁଛନ୍ତି କି କେମିତି ସେମାନେ ତାଙ୍କ ଘରକୁ ଆସିବେ । ଏହି ସମୟରେ ଏମିତି କିଛି ଫଟୋ ସାମନା କୁ ଆସୁଛି ଯାହାକୁ ଦେଖିବା ପରେ ଲୋକ ମାନଙ୍କ ଆଖିରେ ଲୁହ ରହୁନି ।

ବର୍ତ୍ତମାନ ସେମିତି ଏକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଯେଉଁଥିରେ ଦେଖା ଯାଇଛି କି ଜଣେ ୧୧ବର୍ଷର ପିଲା ନିଜ ବାପା ମାଆ ଙ୍କ ସହିତ ଘରେ ପହଞ୍ଚିବା ପାଇଁ ଟଲିରେ ଯାତ୍ରା କରୁଛି । ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିବା ପରେ କେତେକ ଲୋକ ସେହି ଏହି ପିଲାଟି କୁ କଳିଯୁଗର ଶ୍ରବଣ କୁମାର ବୋଲି କହୁଛନ୍ତି । ଏହି ପିଲାଟି ଟଲି ଉପରେ ବାପା ମାଆ ଙ୍କୁ ବସାଇ ଟଲି ଚଲାଉଛି ।

ପିଲାଟିର ନା ଗରମକୁ ଖାତିରି ଅଛି ନା ତାକୁ ଭୋକ ଅଛି କେବଳ ତା ହୃଦୟରେ ଏଇ କଥା ଅଛି କି ତା ବାପା ମାଆ ଙ୍କୁ ଯେମିତି ହେଲେ ବି ନେଇ ଘରେ ପହଞ୍ଚିବ । ଏହି ପିଲାଟି ବାରାଣସି ରହେ ଏବଂ ଏହାର ନାମ ଆଲମ ବୋଲି କୁହାଯାଇଛି । ଏହି ପିଲାଟି ତାର ବାପା ମାଆ ଙ୍କୁ ଟଲିରେ ବସାଇ ବାରଣାସୀ ରୁ ବିହାରର ଆରାରିଆ କୁ ଯାଉଛି । ପିଲାଟିର ଏହି ସାହସକୁ ଯିଏ ବି ଦେଖୁଛନ୍ତି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ।

ବାରାଣାସୀ ରୁ ଆଉ ଏକ ଫଟୋ ସାମନାକୁ ଆସିଛି ଯେଉଁଥିରେ ପାଟନା ଠାରୁ ବାରାଣାସୀ ରାସ୍ତାରେ ଯାଉଥିବା ଏକ ପୁଅ ତାର ମାଆ ଙ୍କୁ ଏକ ଫଳ ଟୋକେଇରେ ବସାଇ ନେପାଳ ଆଡକୁ ଯାଉଛି । ପାଟନା ର ଏକ ଘରୋଇ କମ୍ପାନୀରେ କାମ କରୁଥିବା ଶେର ସିଂହ ଙ୍କ ସ୍ତ୍ରୀ ଏବଂ ପିଲା ନେପାଳରେ ଅଛନ୍ତି କିନ୍ତୁ ତାଙ୍କ ମାଆ ତାଙ୍କ ପାଖରେ ଥିଲେ । ମାଆ ଲକଡାଉନ ସମୟରେ ଘରକୁ ଯିବା ପାଇଁ କହିଲେ ଏବଂ ଶେର ସିଂହ ବାହାରି ପଡିଲେ ତାଙ୍କ ମାଆ ଙ୍କୁ ଘରେ ପହଞ୍ଚାଇବା ପାଇଁ । ଶେର ସିଂହ ତାଙ୍କ ମାଆ ଙ୍କୁ ସାଇକେଲ କ୍ୟାରିୟର ପଛରେ ବନ୍ଧା ହୋଇଥିବା ଫଳ ଟୋକେଇରେ ବସାଇ ଘରକୁ ଯିବା ପାଇଁ ବାହାରିଲେ ।

ଶେର ସିଂହ କହିଛନ୍ତି କି ନେପାଳ ସୀମା ସିଲ ହେବା କାରଣରୁ ସେ ବନାରସ, ପ୍ରତାପଗଡ, ଗୋଣ୍ଡା ବାହରାଇଚ ଦେଇ ନେପାଳ ଯିବାକୁ ଚାହୁଁଛନ୍ତି । ବହୁତ ଖରାରେ ମାଆ ଙ୍କୁ ସାଇକେଲ ପଛରେ ବସାଇ ଯିବାକୁ ବହୁତ କଷ୍ଟ ହେଉଥିଲେ ମଧ୍ୟ ମଝିରେ ମଝିରେ ରହି ପାଣି ପିଇ ମାଆ ଙ୍କର ସେବା କରି ଆଗକୁ ବଢୁଛି । ଶେର ସିଂହ କହିଛନ୍ତି କି ମାଆ ଙ୍କ ଆଶୀର୍ବାଦ ରୁ ଶୀଘ୍ର ନେପାଳ ରେ ପହଞ୍ଚିଯିବୁ । ତାଙ୍କୁ ମଧ୍ୟ ଲୋକ ଶ୍ରବଣ କୁମାର ବୋଲି କହୁଛନ୍ତି । ଆଶାକରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।