ଚୀନରୁ ଭାରତ ଆସୁଥିବା କମ୍ପାନୀ ଗୁଡିକୁ ଟ୍ରମ୍ଫଙ୍କ ଚେତାବନୀ

ଆମେରିକାର ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ଫ ଚୀନରୁ ନିଜର ଉତ୍ପାଦନ ବ୍ୟବସାୟକୁ ଆମେରିକା ଆଣିବା ପରିବର୍ତ୍ତେ ଭାରତ ଏବଂ ଆୟରଲ୍ୟାଣ୍ଡ ଭଳି ଦେଶକୁ ନେଇ ଯିବା ପାଇଁ ପ୍ରସ୍ତୁତ ହେଉଥିବା ଆପଲ ଭଳି ଆମେରିକୀୟ କମ୍ପାନୀ ଉପରେ ନୂଆ ଟ୍ୟାକ୍ସ ଲଗାଇବା ପାଇଁ ଧମକ ଦେଇଛନ୍ତି । ଟ୍ରମ୍ଫ ଫକ୍ସ ବିଜିନେସ ନ୍ୟୁଜ ସହିତ ଏକ ସାକ୍ଷାତକାର ରେ କହିଛହନ୍ତି କି କମ୍ପାନୀ ଗୁଡିକୁ ଟିକସ ପ୍ରୋତ୍ସାହନ ଦିଆଯାଇ ଥିଲା ଯେମିତି କି ସେମାନେ ନିଜ ଉତ୍ପାଦନ ବ୍ୟବସାୟକୁ ପୁଣି ଥରେ ଆମେରିକାକୁ ଆଣିବେ ବୋଲି ।

ଟ୍ରମ୍ଫ କହିଛନ୍ତି କି ଆପଲ କହିଛି କି ବର୍ତ୍ତମାନ ସେ ଭାରତକୁ ଯିବ । ସେ ଚୀନ ଠାରୁ ବାହାରି ଭାରତରେ କିଛି ଉତ୍ପାଦନ କରିବା ପାଇଁ ଯାଉଛି । ଟ୍ରମ୍ଫ କହିଛନ୍ତି କି ଯଦି ଆପଲ ଏମିତି କରିବ ତାହେଲେ ମୁଁ ଆପଲ କୁ ଗୋଟିଏ ଛୋଟ ଝଟକା ଦେବି କାରଣ ସେ ଏକ ଏମିତି କମ୍ପାନୀ ସହିତ ପ୍ରତିଯୋଗୀତା କରୁଛି ଯାହା ଆମ ଦ୍ଵାରା କରାଯାଇ ଥିବା ବ୍ୟବସାୟର ଡିଲର ଏକ ଅଂଶ ଥିଲା । ଏଥିପାଇଁ ଏହା ଆପଲ ପାଇଁ ଅନୁଚିତ ଅଟେ କିନ୍ତୁ ଆମେ ବର୍ତ୍ତମାନ ଏହାକୁ ଆଉ ଅନୁମତି ଦେବୁ ନାହିଁ । ଯଦି ଆମେ ଅନ୍ୟ ଦେଶ ଭଳି ଆମ ସୀମାକୁ ବନ୍ଦ କରିଦେବୁ ତାହେଲେ ଆପଲ ନିଜର ଶତ ପ୍ରତିଶତ ଉତ୍ପାଦନ ଆମେରିକାରେ ହିଁ କରିବ ।

ନ୍ୟୁୟର୍କ ପୋଷ୍ଟ ଅନୁସାରେ ଆପଲ ନିଜର ଉତ୍ପାଦନର ବଡ ଭାଗ ଚୀନରୁ ଭାରତ ସ୍ଥାନାନ୍ତରିତ କରୁଛି । ଚୀନରେ କରୋନା ଭାଇରସ ମହାମାରୀ ସାମନାକୁ ଆସିବା ପରେ ସେଠାରେ ଉତ୍ପାଦନ କରୁଥିବା କେତେକ ଟେକ କମ୍ପାନୀର ଯୋଗାଣ ଶୃଙ୍ଖଳା ବ୍ୟାହତ ହୋଇ ଯାଇଛି । ଟ୍ରମ୍ଫ କହିଛନ୍ତି କି ଏହି କମ୍ପାନୀ ଗୁଡିକୁ ବୁଝାଇବାକୁ ହେବ କି ସେମାନେ କେବଳ ଚୀନ ଯାଉ ନାହାଁନ୍ତି ଭାରତ ଏବଂ ଆୟରଲ୍ୟାଣ୍ଡ ଯାଉଛନ୍ତି ।

ଉତ୍ପାଦନକୁ ଆମେରିକାକୁ ଫେରାଇ ଆଣିବା ପାଇଁ ଚାହୁଁଛନ୍ତି ଟ୍ରମ୍ଫ

ସେ କହିଛନ୍ତି କି କଣ ଆପଣଙ୍କୁ ଲାଗୁନାହିଁ କି ପ୍ରୋତ୍ସାହନ ଦୃଷ୍ଟିରୁ କିଛି କରିବାର ଆବଶ୍ୟକତା ଅଛି । ଟ୍ରମ୍ଫ କହିଛନ୍ତି ମତେ ଏମିତି କରିବାକୁ ହେବ । ଟ୍ରମ୍ଫ ମଧ୍ୟ କହିଛନ୍ତି କି ଯଦି ସେମାନେ ବାହାରେ ଉତ୍ପାଦନ କରିବେ ତାହେଲେ ତାଙ୍କ ଉପରେ ଟ୍ୟାକ୍ସ ଲଗାଇବା ହିଁ ଗୋଟିଏ ଉପାୟ ଅଟେ । ଆମେ ସେମାନଙ୍କ ପାଇଁ ଅଧିକ କିଛି କରିବାର ଆବଶ୍ୟକତା ନାହିଁ ସେମାନଙ୍କୁ ଆମ ପାଇଁ କରିବାକୁ ହେବ । ଟ୍ରମ୍ଫ କହିଛନ୍ତି କି ସେ ଉତ୍ପାଦନକୁ ଆମେରିକାକୁ ଫେରାଇ ଆଣିବା ପାଇଁ ଚାହୁଁଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।