କୋଭିଡ଼ ରିଲିଫ ପ୍ୟାକେଜ ୩: ସରକାରଙ୍କ ପାଖରେ ପଇସା ଥାନ୍ତା ତ ସେ ସିଧା ଲୋକଙ୍କ ହାତରେ ଦେଇଥାନ୍ତେ- ଗୁରୁଚରଣ ଦାସ

ଗୁରୁଚରଣ ଦାସଙ୍କୁ ଉତ୍ତମ ଅର୍ଥଶାସ୍ତ୍ରରେ ବୁଦ୍ଧିମାନଙ୍କ ଭିତରେ ଗଣନା କରାଯାଇ ଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୨୦ଲକ୍ଷ କୋଟି କୋଭିଡ଼ -୧୯ ଆର୍ଥିକ ପ୍ୟାକେଜର ଘୋଷଣା ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ତିନୋଟି ପର୍ଯ୍ୟାୟରେ ଏହାର ବିବରଣୀ କହିବା ପରେ ଗୁରୁଚରଣ ଦାସ ବି ଏହା ଉପରେ ଟିପ୍ପଣୀ ଦେଇଛନ୍ତି । ଗୁରୁଚରଣ ଦାସ କହିଛନ୍ତି କି ଯଦି କେଦ୍ର ସରକାରଙ୍କ ପାଖରେ ଟଙ୍କା ଥାନ୍ତା ତାହେଲେ ସେ ସିଧା ଏମଏସଏମଇ କର୍ମଚାରୀ, ଗରିବ ଲୋକ ଏବଂ ଶ୍ରମିକ ମାନଙ୍କ ହାତରେ ଦେଇଥାନ୍ତେ । ଯେମିତି କୃଷକ ମାନଙ୍କ ହାତରେ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ।

କିନ୍ତୁ ଲାଗୁଛି କି କେଦ୍ର ସରକାରଙ୍କ ପାଖରେ ଟଙ୍କା ନାହିଁ ଏଥିପାଇଁ ସରକାରୀ ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ଗୁଡିକର ସାହାରା ନେଇ ଲୋନ ମାଧ୍ୟମରେ ଦେଶକୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରୁଛନ୍ତି । ଲୋକଙ୍କ ହାତରେ ଟଙ୍କା ଦେବା ପାଇଁ ଡିମାଣ୍ଡ ବୃଦ୍ଧି, ଯୋଗାଣ ଚାପ ବୃଦ୍ଧି, ଉତ୍ପାଦନ ବୃଦ୍ଧି ହେତୁ ଗୁରୁଚରଣ ଦାସ କହିଛନ୍ତି କି ରିଲିଫ ପ୍ୟାକେଜ ରୂପରେ ଲୋକଙ୍କ ହାତରେ ଟଙ୍କା ଦେବାର ରାସ୍ତା ବହୁତ ଭଲ ଥିଲା ।

ଏହାଦ୍ୱାରା ଲୋକମାନଙ୍କ ପାଖରେ ଟଙ୍କା ହେବାରୁ ସେମାନେ ବଜାର ଯାଇ ଜିନିଷ କିଣି ନିଜର ଆବଶ୍ୟକତା କୁ ପୂରଣ କରିଥାନ୍ତେ, ବଜାରରେ ଚାହିଦା ବୃଦ୍ଧି ହୋଇଥାନ୍ତା । ବଜାରରେ ଚାହିଦା ବଢିବା ଦ୍ଵାରା ଯୋଗାଣ ଉପରେ ଚାପ ବଢିଥାନ୍ତା ଏବଂ କମ୍ପାନୀ ଗୁଡିକ ଅଧିକ ଉତ୍ପାଦନ କରିବା ପାଇଁ ବାଧ୍ୟ ହୋଇଥାନ୍ତେ ।

କାରଣ ସେମାନଙ୍କୁ ରୋଜଗାର କରିବା ପାଇଁ ଏକ ସୁଯୋଗ ମିଳିଥାନ୍ତା । ଏହି ପ୍ରକାରେ ପୁଞ୍ଜି ବଢାଇବାର ଅବସର ମିଳିଥାନ୍ତା । ଅର୍ଥଶାସ୍ତ୍ରୀ କହିଛନ୍ତି କି ସେ ଏଥିରେ ସହମତ ଅଟନ୍ତି । ସରକାରଙ୍କୁ ଏହି ଭଳି ପଦକ୍ଷେପ ନେବା ଦରକାର । ଏହା ଟଙ୍କା ବ୍ୟବସ୍ଥାରେ ଯାଇଥାଏ । ବର୍ତ୍ତମାନ ଲୋକ ମଧ୍ୟ ରାସନ, ଔଷଧ ଏବଂ ଜୀବକା ଦୃଷ୍ଟିରୁ ମଧ୍ୟ ହଇରାଣରେ ଅଛନ୍ତି ।

ଗୁରୁଚରଣ ଦାସ କହିଛନ୍ତି କି ବର୍ତ୍ତମାନ ତିନୋଟି ପର୍ଯ୍ୟାୟ ଘୋଷଣାରେ ଏହା ଲାଗୁଛି କି କେନ୍ଦ୍ର ସରକାର ବହୁତ ସୁରକ୍ଷିତ ରାସ୍ତା ଆପଣାଇବାକୁ ଯାଉଛି । ସେ କହିଛନ୍ତି କି ସରକାରଙ୍କ ଲକ୍ଷ ଏମିତି ବିପଦ ସମୟରେ ଲୋନ ଦେଇ ଲୋକ ମାନଙ୍କର ଆବଶ୍ୟକତାକୁ ପୁରା କରିବା ଏବଂ କମ୍ପାନୀ ଗୁଡିକରେ କାମରେ ବୃଦ୍ଧି କରିବା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।