ଏପରି ସ୍ତ୍ରୀ ଗରିବକୁ ମଧ୍ୟ ରାଜା ବନାଇ ଦେଇଥାନ୍ତି -Chanakya Neeti

ବନ୍ଧୁଗଣ ଯେତେବେଳେ ଗୋଟେ ଝିଅର ବିବାହ ହୋଇଥାଏ ଓ ବିବାହ ପରେ ତା ର ଭାଗ୍ୟ ଏବଂ ଭବିଷ୍ୟ ତାଙ୍କ ସ୍ଵାମୀ ଙ୍କ ସହ ଯୋଡି ହୋଇଯାଇଥାଏ । ଏହାର ଅର୍ଥ ବିବାହ ପରେ ପତ୍ନୀ ଯେକୌଣସି କାର୍ଯ୍ୟ କରିଥାଏ ବା ଯାହା ବି କହିଥାଏ ତାହାର ଭଲ ଓ ଖରାପ ପ୍ରଭାବ ପତି ଙ୍କ ଜୀବନରେ ପଡିଥାଏ । ବିବାହ ପରେ ପତ୍ନୀର ଜୀବନ ପତି ଙ୍କ ସହ ଯୋଡି ହୋଇଯାଇଥାଏ ।

ବିବାହ ଏକ ଏହିପରି ବନ୍ଧନ ଅଟେ ଯାହା ଦୁଇ ଜଣ ଙ୍କୁ ଗୋଟେ ବନ୍ଧନ ରେ ବାନ୍ଧି ଦେଇଥାଏ । ତେବେ ଯଦି ଜଣଙ୍କ ଜୀବନ ରେ କିଛି ଭଲ ବା ଖରାପ ହୋଇଥାଏ ତେବେ ତାହାର ପ୍ରଭାବ ଅନ୍ୟ ଜଣଙ୍କ ଉପରେ ମଧ୍ୟ ପଡିଥାଏ । କିଛି ସ୍ତ୍ରୀ ଏମିତି ବି ହୋଇଥାନ୍ତି ଯିଏ ବିବାହ ପରେ ନିଜ ସ୍ଵାମୀ ଙ୍କ ପାଇଁ ସୌଭାଗ୍ୟ ଆଣିଥାନ୍ତି ଓ କିଛି ସ୍ତ୍ରୀ ଏମିତି ବି ଅଛନ୍ତି ଯିଏ ନିଜ ସ୍ବାମୀଙ୍କ ଜୀବନ କୁ ଦୁଃଖଦାୟୀ ବନେଇ ଦେଇଥାନ୍ତି ।

ଯେଉଁ ସ୍ତ୍ରୀ ମାନେ ନିଜ ସ୍ଵାମୀ ଙ୍କ ଜୀବନରେ ସୌଭାଗ୍ୟ ଆଣିଥାନ୍ତି ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଦୁନିଆ ରେ କିଛି ଗୁଣବାନ ସ୍ତ୍ରୀ ଥିଲା ବେଳେ କିଛି ଏମିତି ବି ସ୍ତ୍ରୀ ଅଛନ୍ତି ଯିଏ ଅବଗୁଣ ରେ ଭରପୁର ଥାନ୍ତି । ଏହି ସ୍ତ୍ରୀ ମାନେ ନିଜ ସ୍ବାମୀଙ୍କ ଜୀବନରେ ଦୁଃଖ ଓ ପୀଡା ଦେଇଥାନ୍ତି । କିଛି ପତ୍ନୀ ଏପରି ବି ଅଛନ୍ତି ଯିଏ ନିଜ ସ୍ଵାମୀ ଙ୍କ ଜୀବନକୁ ପୁରା ବଦଳାଇ ଦେଇଥାନ୍ତି । ଓ ସେମାନଙ୍କୁ ରଙ୍କ ରୁ ରାଜା ବନାଇ ଦେଇଥାନ୍ତି ।

୧) ଯେଉଁ ସ୍ତ୍ରୀ ନିଜ ମନ ରୁ ଓ ଶ୍ରଦ୍ଧା ରେ ଭଗବାନ ଙ୍କ ପୂଜା କରିଥାଏ ତାଙ୍କ ପତି ସର୍ବଦା ଧନବାନ ରହିଥାନ୍ତି । ଭଗବାନ ଙ୍କୁ ମନରୁ ଆରାଧନା କରିବା ଦ୍ଵାରା ଘରେ ଲକ୍ଷ୍ମୀ ଙ୍କ ବାସ ହୋଇଥାଏ । ଓ ଘରର ବାତାବରଣ ଭଲ ରହିଥାଏ ।

୨) ଯେଉଁ ସ୍ତ୍ରୀ ଘରର ଧ୍ୟାନ ରଖିଥାଏ ଓ ଘରର ସମସ୍ତ କାର୍ଯ୍ୟ ଶାନ୍ତିର ସହ ସମ୍ପନ କରିଥାଏ ଏବଂ ଏହା ସହ ରାତିରେ ସ୍ଵାମୀର ସେବା କରିଥାଏ । ସେହି ସ୍ତ୍ରୀ ଙ୍କ ଉପରେ ମାତା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି । ଓ ଏମାନଙ୍କ ସ୍ଵାମୀ ଉପରେ ମାତା ଲକ୍ଷ୍ମୀ ଧନ ର ବର୍ଷା କରିଥାନ୍ତି ।

୩) ଯେଉଁ ସ୍ତ୍ରୀ ଗରିବ ଲୋକଙ୍କୁ ଖାଲି ହାତରେ ଫେରାଇ ନଥାଏ ଓ ଦାନ ରେ କିଛି ନା କିଛି ଦେଇଥାଏ । ସେହି ସ୍ତ୍ରୀ ଘର ସର୍ବଦା ଧନଧନ ରେ ପୂର୍ଣ ହୋଇ ରହିଥାଏ । ଯେଉଁ ଘରେ ଏପରି ସ୍ତ୍ରୀ ଥାଏ ସେହି ଘର କେବେ ବି ଦରିଦ୍ର ହୋଇ ନଥାଏ । ଏବଂ ତାଙ୍କ ସ୍ଵାମୀ ର କୌଣସି ବି ଧନ ର ଅଭାବ ରହି ନଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।