‘ତାରକ ମେହତା’ ଶୋର ଏହି ଦିଗ୍ଗଜଙ୍କ ସନ୍ଦିଗ୍ଧମୃତ୍ୟୁ, ଲଗାତାର ମିଳୁଥିଲା ଧମକ

ଏହି ବର୍ଷ କାରୋନା କାଳ ମଧ୍ୟରେ ବଲୀଉଡର ପ୍ରାୟତଃ ଜଣା ଶୁଣା ଅଭିନେତା ଓ ଅଭିନେତ୍ରୀ ନିଜର ଜୀବନକୁ ଶେଷ କରି ଦେଇଛନ୍ତି । ଅନ୍ୟ ପଟେ ବଲୀଉଡର ଅନ୍ୟ କିଛି ଷ୍ଟାର ନିଜର ଅସୁସ୍ଥା କାରଣରୁ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ଇରଫାନ ଖାନ ଓ ଋଷି କପୁର ନିଜର ଅସୁସ୍ଥତା କାରଣରୁ ଏହି ଦୁନିଆକୁ ଛାଡି ଚାଲି ଯାଇଛନତି । ଅନ୍ୟ ପଟେ ବଲୀଉଡର କିଛି ଟିଭି ଇଣ୍ଡଷ୍ଟ୍ରିର କଳାକାର ନିଜର ଜୀବନରେ ଚାଲୁଥିବା ସମସ୍ୟା କାରଣରୁ ନିଜର ଜୀବନକୁ ହିଁ ଶେଷ କରି ଦେଲେ ।

ଏହା ସହିତ ସୁଶାନ୍ତ ସିଂହ ରାଜପୁତ, ଦିଶା ସାଲିୟାନଙ୍କ ରହସ୍ୟ ପୂର୍ଣ ମୃତ୍ୟୁ ବି ବର୍ତ୍ତମାନ ପର୍ଯ୍ୟନ୍ତ ରହସ୍ୟ ମଧ୍ୟରେ ଘେରି ଅଛି । ଏହି ସବୁ  ମଧ୍ୟରେ ଟିଭି ଇଣ୍ଡଷ୍ଟ୍ରିର ପୁଣି ଜଣେ ଜଣା ଶୁଣା ଲେଖକ ଆତ୍ମହତ୍ୟା କରିଛନ୍ତି ।

ଏହା ଟିଭି ଇଣ୍ଡଷ୍ଟ୍ରି ପାଇଁ ବହୁତ ବଡ ଝଟକା ଅଟେ । ‘ତାରକ ମେହତା କା ଉଲଟା ଚଷମା’ ଟିଭି ଦୁନିଆର ସବୁଠୁ ଅଧିକ ପପୁଲାର ସିରିୟଲ ଅଟେ । ଗତ ବହୁତ ବର୍ଷ ହେବ ଏହି ସିରିୟଲ ଟିଭି ଇଣ୍ଡଷ୍ଟ୍ରି ସମସ୍ତ ସିରିୟଲ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି । ଯାହାର ବହୁତ ବଡ କାରଣ ଏହି ଶୋ ର ଲେଖକ ଅଭିଷେକ ମକୱାନା ଅଟନ୍ତି । କିନ୍ତୁ ଅଭିଷେକ ମକୱାନାଙ୍କୁ ନେଇ ଯେତେବେଳେ ଦୁଖଦ ଖବର ସାମ୍ନାକୁ ଆସିଲା ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

‘ତାରକ ମେହତା କା ଉଲଟା ଚଷମା’ର ଲେଖକ ଅଭିଷେକ ମକୱାନା ଆତ୍ମହତ୍ୟା କରିଛନ୍ତି । ଯାହାକି ବହୁତ ବଡ ଦୁଖଦ ଘଟଣା ଅଟେ । କୁହାଯାଉଛି କି ଅଭିଷେକ ମକୱାନା କିଛି ସମୟ ହେବ ଆର୍ଥିକ ସମସ୍ୟା ମଧ୍ୟରେ ଘେରି ରହି ଥିଲେ ଓ କିଛି ଦିନ ହେବ ଡିପ୍ରେସନରେ ଥିଲେ । କିନ୍ତୁ ପରିବାରର ଲୋକମାନଙ୍କ ଆରୋପ ଅଟେ କି ଅଭିଷେକ ମକୱାନାଙ୍କୁ ଲଗାତାର ଜଣେ ବ୍ୟକ୍ତି ଧମକ ଦେଉ ଥିଲା ଓ ବ୍ଳାକମେଳ କରୁଥିଲା । ଅଭିଷେକ ମକୱାନା କୌଣସି ସାଇବର ଲୋନ କମ୍ପାନୀର ଚକ୍କରରେ ଫସି ଯାଇ ଥିଲେ ଓ ଠକି ଯାଇ ଥିଲେ ।

ଏମିତିରେ ଅଭିଷେକ ମକୱାନାଙ୍କୁ ସେହି କମ୍ପାନୀରୁ ଲଗାତର ଧମକ ମିଳୁ ଥିଲା । ଅଭିଷେକ ମକୱାନାଙ୍କ ପରିବାରର କହିବା ଅଟେ କି ଅଭିଷେକ ଏହି ସମସ୍ୟାକୁ ନେଇ ଅଧିକ ଚିନ୍ତିତ ନ ଥିଲେ କେବଳ ଅଳ୍ପ ବ୍ୟସ୍ତ ରହୁଥିଲେ । କିନ୍ତୁ ଆତ୍ମହତ୍ୟା କରିବା ଭଳି କୌଣସି ଟେନସନ ନ ଥିଲା । ପରିବାର ଲୋକମାନେ ସନ୍ଦେହ କରୁଛନ୍ତି କି ଅଭିଷେକ ସହ ଆଉ କିଛି ହୋଇଛି । ଆପଣଙ୍କୁ କହିଦେଉଛୁ କି ୩୭ ବର୍ଷର ଅଭିଷେକ ମକୱାନା ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ଫେମସ ଲେଖକ ଥିଲେ ।

ନିଜର ଲେଖିବା ପ୍ରତିଭା ଦ୍ଵାରା ସେ ସବୁବେଳେ ‘ତାରକ ମେହତା କା ଉଲଟା ଚଷମା’ ଶୋକୁ ଟପ ୩ରେ ରଖୁଥିଲେ । ସୂତ୍ର ଅନୁସାରେ ଶୋର ସଫଳତା କାରଣରୁ ବି କେତେକ ଲୋକମାନେ ଅଭିଷେକ ମକୱାନାଙ୍କ ଉପରେ ଈର୍ଷା ଜରୁଥିଲେ । ଅଭିଷେକ ମକୱାନା ମୁମ୍ବାଇର ଏକ ଅଞ୍ଚଳରେ ଗୋଟିଏ ଫ୍ଲାଟରେ ରହୁଥିଲେ ଓ ସେଠି ସେ ନିଜର ଘରର ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି । ପୋଲିସ ଏହି ମାମଲାକୁ ସବୁ ମାମଲା ଭଳି ଆତ୍ମହତ୍ୟା ମାମଲା ବୋଲି କହି ଫାଇଲ ବନ୍ଦ କରି ଦେଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।