141 ଦିନ ଧରି ଚିକିତ୍ସିତ ହେବା ପରେ ଜୀବନ ଯୁଦ୍ଧରେ ହାରିଗଲେ Amrit Pradhan, ଇକମୋ ଚିକିତ୍ସା ଏବଂ ଫୁସଫୁସ ପ୍ରତିରୋପଣ ବି ଜୀବନ ବଞ୍ଚାଇ ପାରିଲା ନାହିଁ

ମଣିଷ ଯେତେ ଚେଷ୍ଟା କଲେ ମଧ୍ୟ ବିଧି ଓ ବିଧାତାଙ୍କ ପାଖେ ହାରି ଯାଏ । ଅଭିଷେକ ମହାପାତ୍ରଙ୍କ ପରେ ଏବେ ଅମ୍ରିତ ପ୍ରଧାନ । ତାଙ୍କ ପାଇଁ ମଧ୍ୟ ଶୁଭେଚ୍ଛୁଙ୍କ ଆଶୀର୍ବାଦ ଓ ସହଯୋଗ କାମ କଲା ନାହିଁ । ବ୍ରହ୍ମପୁରର ଅମ୍ରିତ ପ୍ରଧାନ ମଧ୍ୟ ଜୀବନ ଯୁଦ୍ଧରେ ଲଢି ଲଢି ଶେଷରେ ହାରି ଯାଇଛନ୍ତି । ଅଗଣିତ ଶୁଭେଚ୍ଛୁଙ୍କ ପ୍ରାର୍ଥନା ଓ କୋଟି କୋଟି ଟଙ୍କାର ଆର୍ଥିକ ସହାୟତା ମଧ୍ୟ ବଞ୍ଚାଇ ପାରିଲାନି ଅମ୍ରିତଙ୍କୁ । କରୋନାରେ ପୀଡିତ ହେବା ପରେ ଦୀର୍ଘ ୧୪୧ ଦିନ ଧରି ଇକମୋରେ ରହି ଚିକିତ୍ସିତ ହେଲେ ଓ ଜୀବନ ମ-ର-ଣ ସହ ସଂଗ୍ରାମ କଲେ ।

କିନ୍ତୁ ଶେଷରେ ତାଙ୍କୁ ଭଗବାନ ନେଇଗଲେ । ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଆଖି ବୁଜି ଦେଇଛନ୍ତି ଅମ୍ରିତ । ତାଙ୍କର ଫୁସଫୁସ ପ୍ରତିରୋପଣ ସଫଳ ହୋଇଥିବା ସତ୍ତ୍ୱେ ତାଙ୍କୁ ବଞ୍ଚାଇବାରେ ଫେଲ୍ ହୋଇଗଲା ସବୁ ଚିକିତ୍ସା । ହୃ-ଦ-ଘା-ତ-ରେ ତାଙ୍କର ମୃ-ତ୍ୟୁ ହୋଇଥିବା କୁହାଯାଉଛି । ଗତ ଜୁନ ମାସ ୩ ତାରିଖରେ ଅମ୍ରିତଙ୍କୁ ଭୁବନେଶ୍ବରରୁ ଚେନ୍ନାଇକୁ ଏୟାରଲିଫ୍ଟ କରା ଯାଇଥିଲା । ଗତ ଅକ୍ଟୋବର ୨୩ ତାରିଖରେ ଏକମୋରେ ଥାଇ ତାଙ୍କର ଫୁସଫୁସ ପ୍ରତିରୋପଣ କରା ଯାଇଥିଲା ।

ଇକମୋରେ ସଂପୂର୍ଣ୍ଣ ଭାବେ ସୁସ୍ଥ ନ ହୋଇ ପାରିବାରୁ ଡାକ୍ତର ମାନେ ତାଙ୍କ ଫୁସଫୁସ ପ୍ରତିରୋପଣ ପାଇଁ ଘରଲୋକଙ୍କୁ ପରାମର୍ଶ ଦେଇଥିଲେ । ଆଉ ସେମାନଙ୍କ ଅନୁମତି କ୍ରମେ ଅମ୍ରିତଙ୍କ ଫୁସଫୁସ ପ୍ରତିରୋପଣ ମଧ୍ୟ କରା ଯାଇଥିଲା । ଏହାପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ ଥିବା ବେଳେ ଗତ ତିନି ଦିନ ତଳେ ପୁଣି ଥରେ ବିଗିଡି ଯାଇଥିଲା ।

ଅଚାନକ ଭାବେ ଅମ୍ରିତଙ୍କ ହୃତପିଣ୍ଡରେ ବ୍ଲକେଜ ଦେଖା ଯାଇଥିଲା । ଆଉ ସେଥିପାଇଁ ଡାକ୍ତର ମାନେ ଚିକିତ୍ସା ଜାରି ରଖିଥିଲେ । ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ କୌଣସି ଚିକିତ୍ସା ବିଜ୍ଞାନ ମଧ୍ୟ ଅମ୍ରିତଙ୍କୁ ବଞ୍ଚାଇ ପାରିଲାନି । ଅମ୍ରିତଙ୍କ ଚିକିତ୍ସାରେ ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ମଧ୍ୟ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଛି । ତାଙ୍କ ପରି ପୂର୍ବରୁ ମଧ୍ୟ କୋଲକାତାରେ ଚିକିତ୍ସାଧୀନ ଅବସ୍ଥାରେ ବାଲେଶ୍ଵରର ଅଭିଷେକ ମହାପାତ୍ରଙ୍କ ପରଲୋକ ଘ-ଟି-ଥି-ଲା ।

ଅମ୍ରିତଙ୍କ ମୃ-ତ୍ୟୁ ଖବର ପ୍ରକାଶିତ ହେବା ପରେ ତାଙ୍କ ଶୁଭଚିନ୍ତକ ଏବଂ ସହଯୋଗକାରୀ ସମସ୍ତେ ହତାଶ ହୋଇ ପଡିଛନ୍ତି । ତେବେ ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ଆମର ପ୍ରାର୍ଥନା । ଆମ ପୋଷ୍ଟ ଅନ୍ୟମାନନକ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।