ନିର୍ମାଣ କାର୍ଯ୍ୟ ପାଇଁ ଖୁସି ଖବର ! ଶସ୍ତା ହେଲା ରଡ୍‌ ଓ ସିମେଣ୍ଟ ଦାମ, ଆଗକୁ ଆହୁରି କମିବ

କରୋନା ମହାମାରୀ ସମୟରେ ଦରଦାମ ବୃଦ୍ଧିକୁ ନେଇ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ଏବେ ସାମାନ୍ଯ ଆଶ୍ବସ୍ତିକର ଖବର ଶୁଣିବାକୁ ମିଳୁଛି । ଏବେ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକୀୟ ସାମଗ୍ରୀର ଦରଦାମ ଶସ୍ତା ହୋଇଛି । ଲୁହାଛଡ କ୍ଵିଣ୍ଟାଲ ପିଛା ପ୍ରାୟ ୮୦୦-୯୦୦ ଟଙ୍କା ଯାଏଁ ଶସ୍ତା ହୋଇଥିବା ବେଳେ ସିମେଣ୍ଟ ବସ୍ତା ପିଛା ୫୦-୬୦ ଲେଖାଏଁ ଶସ୍ତା ହୋଇଛି । ଗୃହ ନିର୍ମାଣ ସାମଗ୍ରୀର ଦରଦାମ ବୃଦ୍ଧି ପାଇବା ଯୋଗୁଁ ଅନେକ ସମୟ କାମ ଠପ୍ ହୋଇ ଯାଇଥିଲା ।

ଗୃହ ନିର୍ମାଣ ସାମଗ୍ରୀ ଗୁଡିକର ମୂଲ୍ୟ ଏତେ ବୃଦ୍ଧି ପାଇବା ଦେଖି ଲୋକେ ଲୁହାଛଡ ଓ ସିମେଣ୍ଟ ଆଦି କିଣିବାକୁ ସଙ୍କୋଚ କରୁଥିଲେ । କେବଳ ଲୁହାଛଡ ଏବଂ ସିମେଣ୍ଟ ନୁହେଁ ବରଂ ଅନ୍ୟ ସାମଗ୍ରୀ ଗୁଡିକ ମଧ୍ୟ ପୂର୍ବାପେକ୍ଷା ଶସ୍ତା ହେଉଛି । ଯାହାଫଳରେ ଗ୍ରାହକଙ୍କୁ ଅତ୍ୟନ୍ତ ଆଶ୍ଵସ୍ତି ମିଳିଛି । ଦୀପାବଳୀ ପୂର୍ବରୁ ସିମେଣ୍ଟ ଦାମ୍ ୩୫୦ ଟଙ୍କାରୁ ଅଧିକ ରହିଥିବା ବେଳେ ଲୁହାଛଡ ଓ ସିମେଣ୍ଟ ଦାମ୍ ମଧ୍ୟ ଆକାଶ ଛୁଆଁ ଥିଲା ।

ଏହାସହ ଅନ୍ୟ ସାମଗ୍ରୀ ଗୁଡିକର ମୂଲ୍ୟ ମଧ୍ୟ ବୃଦ୍ଧି ହେବା ଯୋଗୁଁ ଘର ନିର୍ମାଣ କରୁଥିବା ଅଧିକାଂଶ ଲୋକଙ୍କ ବଜେଟକୁ ଏହା ସୁହାଉ ନଥିଲା । ଏଠି ଯୋଗୁଁ ଅନେକ ଲୋକ କାମ ମଧ୍ୟ ବନ୍ଦ କରି ଦେଇଥିଲେ । ତେବେ ଗତ ୨୦-୨୫ ଦିନ ହେବ ଲୁହାଛଡ ଓ ସିମେଣ୍ଟର ମୂଲ୍ୟ ହ୍ରାସ ପାଇଛି । ଲୁହାଛଡ ଏବେ କ୍ଵିଣ୍ଟାଲ ପିଛା ୫୭୦୦ ରୁ ୫୮୦୦ ଟଙ୍କା ମଧ୍ୟରେ ବଜାରରେ ବିକ୍ରି ହେଉଛି । ସେହିପରି ସିମେଣ୍ଟ ମଧ୍ୟ ବ୍ୟାଗ ପିଛା ୨୯୦ ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି । ବାଲିର ମୂଲ୍ୟ ମଧ୍ୟ ସେହି ଅନୁସାରେ ହ୍ରାସ ପାଇଛି ।

ମୂଲ୍ୟ ହ୍ରାସ ପରେ ବର୍ତ୍ତମାନ ଏକ ହାଇୱା ଟ୍ରିପ୍ ର ବାଲି ୪୫୦୦ ଟଙ୍କାରେ ମିଳୁଛି । ଗୃହ ନିର୍ମାଣ ସାମଗ୍ରୀର ଦରଦାମ ହ୍ରାସ ପାଇବା ଯୋଗୁଁ ବର୍ତ୍ତମାନ ଗୃହ ନିର୍ମାଣକାରୀ ମାନେ ସାଧାରଣ ମୂଲ୍ଯରେ ସାମଗ୍ରୀ କିଣି ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଏହାପରେ ଲୁହାଛଡ ଓ ସିମେଣ୍ଟ ଦାମ୍ ଆହୁରି ଶସ୍ତା ହୋଇପାରେ ବୋଲି ଶୁଣିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।