Vastu Tips- ମରିଗଲେ ବି ବୁଧବାର ଦିନ ଏହି 3 କାମ କେବେ ବି କରନ୍ତୁ ନହିଁ, ପୁରା ପରିବାର ଉପରେ ମାଡି ଆସେ ବିପଦ

ସପ୍ତାହର ୭ ଦିନ ଅଲଗା ଅଲଗା ଦେବିଦେବତାଙ୍କୁ ସମର୍ପିତ ଅଟେ । ତନ୍ମଧ୍ୟରୁ ବୁଧବାର ଦିନଟି ବୁଦ୍ଧିଦାତା ଗଣେଶଙ୍କ ଦିନ ଅଟେ । ଏହିଦିନ ଭଗବାନ ଗଣେଶଙ୍କୁ ଲଡୁ ଏବଂ ମୋଦକ ଅର୍ପଣ କରି ଘରର ସୁଖ ସମୃଦ୍ଧି କାମନା କରାଯାଏ । ମାନ୍ୟତା ଅନୁସାରେ ଏବପରି କିଛି କାର୍ଯ୍ୟ ରହିଛି ଯାହା ବୁଧବାର ଦିନ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ । ଏହାଦ୍ବାରା ଭଗବାନ ଗଣେଶ ଅସନ୍ତୁଷ୍ଟ ହୁଅନ୍ତି ଓ ଏହାର ପ୍ରଭାବ ଘରର ସୁଖଶାନ୍ତି ଓ ସମୃଦ୍ଧି ଉପରେ ପଡିଥାଏ ।

ତେବେ ଚାଲନ୍ତୁ ଜାଣିବା କେଉଁ କାର୍ଯ୍ୟ ଗୁଡିକ ବୁଧବାର ଦିନ କରିବା ଉଚିତ ନୁହେଁ । ସର୍ବପ୍ରଥମେ ବୁଧବାର ଦିନ ଇଶାନ ଏବଂ ଉତ୍ତର ଓ ଦକ୍ଷିଣ ଦିଗକୁ ଯାତ୍ରା କରିବାରୁ ବଞ୍ଚିତ ରହିବା ଉଚିତ । ନଚେତ ଶୂଳ ଦୋଷ ଲାଗିଥାଏ । ଯଦି ଏହି ଦିଗରେ ଯାତ୍ରା କରିବା ଅତି ଜରୁରୀ ଅଟେ ତେବେ ଘରୁ କିଛି ଉପାୟ କରି ବାହାରନ୍ତୁ । ବୁଧବାର ଦିନ କାହାକୁ ମଧ୍ୟ ଧନ ଉଧାର ଦେବା ଉଚିତ ନୁହେଁ ।

ନଚେତ ସେହି ଧନ ଶୀଘ୍ର ଆପଣଙ୍କ ପାଖକୁ ଫେରି ଆସିବ ନାହିଁ । ବୁଧଙ୍କ କାରବାର ସହ ସମ୍ବନ୍ଧ ଥିବାରୁ ଏହିଦିନ ଉଧାର ଦେବା ଦ୍ଵାରା କାରବାରରେ ମଧ୍ୟ ସମସ୍ଯା ଦେଖାଦିଏ । ଯେଉଁ ମହିଳାଙ୍କ କନ୍ୟା ସନ୍ତାନ ଅଛନ୍ତି ସେମାନେ ବୁଧବାର ଦିନ ମୁଣ୍ଡ ଧୋଇବା ଉଚିତ ନୁହେଁ । ଏହାଦ୍ବାରା କନ୍ୟାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଏହାସହ ବୁଧବାର ଦିନ ମହିଳା ମାନଙ୍କ ସମ୍ମାନ କରିବା ଉଚିତ ।

ଏହିଦିନ ଯଦି ଭଉଣୀ, ସ୍ତ୍ରୀ, ପିଉସୀ କେହି ଘରକୁ ଆସନ୍ତି ତେବେ ସେମାନଙ୍କ ଭଲ ଭାବେ ଆଦର ଓ ସ୍ଵାଗତ କରନ୍ତୁ । ଜ୍ଯୋତିଷ ଅନୁସାରେ ଏପରି କରିବା ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ବୁଧ ଗ୍ରହ ଉତ୍ତମ ଫଳ ଦେଇଥାଏ । ବୁଧବାର ଦିନ ପାନ ଖାଇବା ଦ୍ଵାରା ଜୀବନରେ ସମସ୍ଯା ଦେଖା ଦିଏ ।

ଏଥିପାଇଁ ଏହିଦିନ ପାନ ଖାଇବାରୁ ବଞ୍ଚିତ ରୁହନ୍ତୁ । ବୁଧବାର ଦିନକୁ କିନ୍ନରଙ୍କ ଦିନ ମଧ୍ୟ କୁହାଯାଏ । ସେଥିପାଇଁ ଏହି ଦିନ କିନ୍ନରଙ୍କ ଅପମାନ କିମ୍ବା ଉପହାସ କରିବା ଉଚିତ ନୁହେଁ । ବୁଧବାର ଦିନ କିନ୍ନରଙ୍କୁ କିଛି ନା ଦାନ ନିଶ୍ଚୟ ଦିଅନ୍ତୁ । ଏହାଦ୍ବାରା ଘରେ ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ । ଏହି ଦିନ ତିକ୍ତ ଶବ୍ଦ କହିବା ଦ୍ଵାରା ମା ଲକ୍ଷ୍ମୀ ମଧ୍ୟ ରୁଷ୍ଟ ହୋଇଯାନ୍ତି । ଜୀବନରେ ଧନ ସମ୍ବନ୍ଧିତ ସମସ୍ଯା ସୃଷ୍ଟି ହୋଇଥାଏ ଓ ଘରର ସଦସ୍ୟ ରୋଗରେ ମଧ୍ୟ ପଡନ୍ତି ।

ବୁଧବାର ଦିନ କଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ । ବିଶେଷ କରି ଘରର ମହିଳାମାନେ କଳା ବସ୍ତ୍ର, କଳା ଚୁଡି ଓ ବିନ୍ଦି ଆଦି ପିନ୍ଧିବା ଉଚିତ ନୁହେଁ । ଏହାଦ୍ବାରା ଘରର ସୁଖ ସମୃଦ୍ଧି ନଷ୍ଟ ହୋଇଯାଏ ଓ ସ୍ବାମୀଙ୍କ ଆୟୁଷ ମଧ୍ୟ ହାନି ହୋଇଥାଏ । ଏହିଦିନ ଲାଲ ଏବଂ ସବୁଜ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭଦାୟକ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।