ଦୁଇଟି ପିଲାର ପିତାକୁ ପୁଣିଥରେ ବିବାହ କରିବା ପଡିଲା ମହଙ୍ଗା, ଦ୍ଵିତୀୟ ପତ୍ନୀକୁ ଦେବାକୁ ପଡିବ ୬୦ ଲକ୍ଷ ଟଙ୍କା

ଦୁଇଟି ସନ୍ତାନ ଥିବା ଗୋଟିଏ ବ୍ୟକ୍ତିକୁ ଦ୍ଵିତୀୟ ବିବାହ କରିବା ଦ୍ଵାରା ମହଙ୍ଗା ପଡିଲା । ବର୍ତ୍ତମାନ ସେହି ବ୍ୟକ୍ତିକୁ ନିଜର ଘରର ନିଜ ଅଂସକୁ ବିକ୍ରି କରି ୬୦ ଲକ୍ଷ ଟଙ୍କା ଦ୍ଵିତୀୟ ପତ୍ନୀକୁ ଦେବାକୁ ପଡିବ । କହିବାକୁ ଗଲେ ଏହି ଆଦେଶ ନିୟମ ବଦ୍ଧ ଅଟେ । କିନ୍ତୁ ଏହି ଟଙ୍କା ଦ୍ଵିତୀୟ ପତ୍ନୀକୁ ସେତେବେଳେ ହିଁ ମିଳିବ, ଯେତେବେଳେ ସେ ହିନ୍ଦୁ ମ୍ୟାରେଜ ଏକ୍ଟର ଧାରା ୧୩ – ବି ଅନୁସାରେ ନିଜ ମଧ୍ୟରେ କଥାବାର୍ତ୍ତା କରି ଓ ପରସ୍ପର ସହମତି ସହ ସ୍ଵାମୀ ଠାରୁ ଛାଡପତ୍ର ନେବା ପାଇଁ ଏକ ନିର୍ଧାରିତ ସମୟ ମଧ୍ୟରେ କୋର୍ଟରେ ଆବେଦନ ପତ୍ର ଦାୟର କରିବ ।

ଏହା ଛଡା ବର୍ତ୍ତମାନ କୋର୍ଟ ସ୍ଵାମୀକୁ ଚାରି ସପ୍ତାହ ମଧ୍ୟରେ କୋର୍ଟର ରଜିସ୍ଟ୍ରୀରେ ୬ ଲକ୍ଷ ଟଙ୍କା ଜମା କରିବା ପାଇଁ ଆଦେଶ ଦେଇଛନ୍ତି । ଆପଣଙ୍କୁ କହିଦେଉଛୁ କି ଏହି ମାମଲା ଦିଲ୍ଲୀର ଅଟେ । ବର୍ଷ ୨୦୦୪ରେ ସେହି ବ୍ୟକ୍ତି ସହ ତାହାର ଦ୍ଵିତୀୟ ପତ୍ନୀର ବିବାହ ହୋଇଥିଲା । କିନ୍ତୁ ବିବାହର କିଛି ବର୍ଷ ମଧ୍ୟରେ ହିଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଗଲା ।

ଏହା ପରେ ପତ୍ନୀ ଘରେଲୁ ହିଂସା ଆଇନ ଧାରା ୧୨ ଅନୁସାରେ ଆବେଦନ ପତ୍ର ଦାୟର କରିଲା ଓ କହିଲା କି ତାକୁ ବୈବାହିକ ଘରେ ନିବାସ ପାଇଁ ଅଧିକାର ଦିଆଯାଉ । ଏହା ପରେ ମହିଳା କୋର୍ଟ ଏହି ଅଧିକାର ସେହି ମହିଳାକୁ ଦେଇ ଦେଲା । କିନ୍ତୁ ଏହି କେସରେ ପୁଣି ଏକ ମୋଢ ଆସିଲା । କହିବାକୁ ଗଲେ ଏହା ମଧ୍ୟରେ ସେହି ସ୍ଵାମୀର ପୂର୍ବ ପତ୍ନୀର ଦୁଇ ସନ୍ତାନ ଜମି ବଣ୍ଟନର ଆବେଦନ ପତ୍ର ଦାୟର କରିଲେ ।

ଏହା ପରେ କୋର୍ଟ ଘରକୁ ତିନି ଭାଗ କରିଦେଲେ । ଯେଉଁଥିରେ ଦୁଇଟି ଭାଗ ଦୁଇ ସନ୍ତାନଙ୍କ ନାମରେ ଓ ଅନ୍ୟ ଏକ ଅଂସ ପିତା ନାମରେ ଆସିଲା । ଯଦି କୋର୍ଟର ଆଦେଶ ବିଷୟରେ କଥାବାର୍ତ୍ତା କରିବା ତେବେ ଜସ୍ଟିସ ଯୁୟୁ ଲଲିତଙ୍କ ପୀଠ ଏହି ଆଦେଶ ମହିଳାର ଅପିଲ ଉପରେ ଦେଇଛନ୍ତି । କୋର୍ଟ ଆଦେଶ ଦେଲା କି ଘର ବିକ୍ରି କରିବାର କାର୍ଯ୍ୟ ତିନି ମାସ ମଧ୍ୟରେ ହୋଇଯିବା ଦରକାର ଓ ପୁରା ଟଙ୍କା ଅର୍ଥାତ ପାଖପାଖି ୨.୫ କୋଟି ଟଙ୍କା ଶୀର୍ଷ କୋର୍ଟର ରଜିସ୍ଟ୍ରୀ ଜମା ହେବା ଦରକାର ।

ଏଥିରୁ ୬୦ ଲକ୍ଷ ଟଙ୍କା ତଲାକ ନେବା ସ୍ଥିତିରେ ଥିବା ପତ୍ନୀକୁ ଦିଆଯିବ ଓ ବାକି ଟଙ୍କା ଦୁଇ ସନ୍ତାନ ମଧ୍ୟରେ ବାଣ୍ଟି ଦିଆଯିବ । କିନ୍ତୁ ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବେ କି ଏହି ଟଙ୍କାରୁ କିଛି ବି ପିତାକୁ ମିଳିବ ନାହିଁ । ତାକୁ କେବଳ ଦ୍ଵିତୀୟ ପତ୍ନୀ ଠାରୁ ଛାଡପତ୍ର ହିଁ ମିଳିବ । କୋର୍ଟ କହିଲା କି ପତ୍ନୀକୁ ୨ ସପ୍ତାହ ମଧ୍ୟରେ ଛାଡପତ୍ରର ଆବେଦନ ପତ୍ର ଦାୟର କରିବା ପରେ ୮ ସପ୍ତାହ ମଧ୍ୟରେ ଘର ଖାଲି କରି ଘରର ସମସ୍ତ କାଗଜପତ୍ର ସ୍ଵାମୀକୁ ଦେବାକୁ ପଡିବ ।

ଯାହା ଦ୍ଵାରା ସ୍ଵାମୀ ତାକୁ ବିକ୍ରି କରି ପାରିବ । ଏହା ସହିତ ଛାଡପତ୍ରର ଆବେଦନ ପତ୍ର ଦାୟର କରିବା ଉପରେ ଦ୍ଵିତୀୟ ପତ୍ନୀକୁ ୬ ଲକ୍ଷ ଟଙ୍କା ଭରଣ ପୋଷଣ ପାଇଁ ଦିଆଯିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।