ଦୁର୍ଗନ୍ଧଯୁକ୍ତ ଧଳାସ୍ରାବ (White Discharge) ରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ Dr. Alakta Das ଙ୍କ କିଛି ଖାସ୍ Tips

ମହିଳାଙ୍କର ହ୍ଵାଇଟ ଡିସଚାର୍ଜ ବା ଧଳାସ୍ରାବ ହେବା ଏକ ସାଧାରଣ କଥା । ଯାହାକୁ ଡାକ୍ତରୀ ଭାଷାରେ ଲିକୋରିଆ ବୋଲି କୁହାଯାଏ । କେତେକେ ମହିଳାଙ୍କ କ୍ଷେତ୍ରରେ ଏହା କମ୍ କିମ୍ବା ବେଶୀ ହେଉଥିବାର ଦେଖାଯାଏ । ତେବେ କୌଣସି କାରଣ ଯୋଗୁଁ ଦୁର୍ଗନ୍ଧଯୁକ୍ତ ଧଳାସ୍ରାବ ହେଲେ ଏହା ସମସ୍ଯା ହୋଇପାରେ । ଦୁର୍ଗନ୍ଧଯୁକ୍ତ ଧଳାସ୍ରାବରୁ କେମିତି ମୁକ୍ତି ପାଇବେ ? ଏନେଇ ଆସନ୍ତୁ ଜାଣିବା ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଅଲକ୍ତା ଦାସଙ୍କ ଠାରୁ ।

ଧଳାସ୍ରାବ ହେବା ମହିଳାଙ୍କ ଠାରେ ଦେଖା ଯାଉଥିବା ସାଧାରଣ ସମସ୍ଯା । ୧୦ ରୁ ପ୍ରାୟ ୩ରୁ ୪ ଜଣ ମହିଳାଙ୍କ ଠାରେ ଏହି ସମସ୍ଯା ଦେଖିବାକୁ ମିଳେ । ତେବେ ଧଳାସ୍ରାବ କଣ ଏବଂ କେଉଁ ପ୍ରକାର ଧଳାସ୍ରାବ ସୁସ୍ଥ ଏବଂ କେଉଁ ପ୍ରକାର ଧଳାସ୍ରାବ ସମସ୍ଯା ହୋଇପାରେ ଏହା ବିଷୟରେ ସଚେତନ ହେବା ନିହାତି ଆବଶ୍ୟକ । ୟୁଟ୍ରେସର ତଳ ଅଂଶକୁ ସର୍ଭିକ୍ସ ବୋଲି କୁହା ଯାଇଥାଏ । ଏହାପରେ ଯୋନି ଏବଂ ଅନ୍ୟ ବାହ୍ୟ ଅଙ୍ଗ ରହିଛି ।

ସର୍ଭିକ୍ସରେ କିଛି ଗ୍ଲାଣ୍ଡ ରହିଛି ଯାହାକୁ ସର୍ଭାଇକାଲ ଗ୍ଲାଣ୍ଡ ବୋଲି କୁହାଯାଏ । ସେହି ଗ୍ଲାଣ୍ଡରୁ ଝରୁଥିବା ରସ ଯୋନିରେ ଥିବା କୋଷିକା ସହ ମିଶି ବାହାରକୁ ବାହାରିଥାଏ । ଏହା ଧଳା ରଙ୍ଗର ହୋଇଥିବାରୁ ଏହାକୁ ହ୍ଵାଇଟ ଡିସଚାର୍ଜ ବା ଧଳାସ୍ରାବ ବୋଲି କହିଥାଉ । ତେବେ ଦୁର୍ଗନ୍ଧଯୁକ୍ତ ଧଳାସ୍ରାବରୁ ରକ୍ଷା ପାଇବା ପାଇଁ ପରିଷ୍କାର ପରିଚ୍ଛନତା ରହିବା ଅତ୍ୟନ୍ତ ଆବଶ୍ୟକ । ଅନେକ ମହିଳା ପ୍ରାଇଭେଟ ପାର୍ଟରେ ଗରମ ପାଣି, ସାବୁନ ଓ ଡେଟଲ ଆଦି ବ୍ୟବହାର କରନ୍ତି ।

କିନ୍ତୁ ସେହି ସ୍ଥାନରେ ଏହିସବୁ ଜିନିଷ ବ୍ୟବହାର କରିବା ଉଚିତ ନୁହେଁ । ଆମ ପ୍ରାଇଭେଟ ପାର୍ଟରେ କିଛି ଫ୍ଲୋରା ବା ଭଲ ବ୍ୟାକ୍ଟେରିଆ ଥାଆନ୍ତି । ଯାହା ସାବୁନ ଓ ଡେଟଲ ଆଦି ବ୍ୟବହାର କରିବା ଦ୍ଵାରା ନଷ୍ଟ ହୋଇଯାନ୍ତି । ଆମ ପ୍ରାଇଭେଟ ପାର୍ଟର ମଧ୍ୟ ଏକ ପିଏଚ ସ୍ତର ରହିଛି ଯାହାକୁ ଆଣ୍ଟିସେପ୍ଟିକ ସାବୁନ ଓ ଡେଟଲ ସବୁ ପରିବର୍ତ୍ତନ କରିଦିଏ । କମ୍ ପିଏଚ ଥିବା ସାବୁନ ବ୍ୟବହାର କରିପାରିବେ କିନ୍ତୁ ରେଗୁଲାର ବ୍ୟବହାର କରିବା ଉଚିତ ନୁହେଁ ।

ବିଶେଷ କରି ଯେଉଁ ମାନଙ୍କର ପୂର୍ବରୁ ସଂକ୍ରମଣ ରହିଛି ସେମାନେ ସେହି ସ୍ଥାନରେ ବିଲକୁଲ ମଧ୍ୟ ସାବୁନ ଡେଟଲ ଆଦି ବ୍ୟବହାର କରିବା ଉଚିତ ନୁହେଁ । ଏହା ବ୍ଯତୀତ ଆଜିକାଲି ଆମେ ଦିନସାରା ଟାଇଟ ଜିନ୍ସ ଓ ଲେଗିଂସ ଆଦି ପିନ୍ଧିକି ରହୁଛୁ ଯାହା ଝାଳ ହୋଇ ଭିତରେ ବ୍ୟକ୍ଟେରିଆକୁ ବୃଦ୍ଧି ପାଇବାରେ ସାହାଯ୍ୟ କରେ ।

ତେଣୁ ସର୍ବଦା ଢିଲା ଏବଂ କଟନ୍ ଅଣ୍ଡର ଗାର୍ମେଣ୍ଟ ପିନ୍ଧନ୍ତୁ । ଯାହା ଅଧିକ ସମୟ ଝାଳ ରହିବାକୁ ଦେଉ ନଥିବ, ଏୟାର ସର୍କୁଲେସନ ହୋଇ ପାରୁଥିବା । ଆଉ ପରିସ୍ରା ଏବଂ ଟଏଲେଟ ଆଦି ଯିବା ପରେ ସର୍ବଦା ସେହି ଜାଗାକୁ ଶୁଖିଲା ରଖିବାକୁ ଚେଷ୍ଟା କରନ୍ତୁ । ଯଦି ସେହି ସ୍ଥାନ ବାରମ୍ବାର କୁଣ୍ଡାଇ ହେଉଛି କିମ୍ବା ଅନ୍ୟ କିଛି ଲକ୍ଷଣ ଦେଖାଦେଉଛି ତେବେ ଡେରି ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।