ଦୁର୍ଗା ପୂଜା କଲା ସମୟ ରେ କେଉଁ ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ !

ଦୁର୍ଗା ପୂଜା କଲା ସମୟ ରେ କେଉଁ ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ

ଆପଣ ତ ଜାଣିଛନ୍ତି ଏବେ ନବରାତ୍ର ଆରମ୍ଭ ହୋଇଯାଇଛି, ନବରାତ୍ରିରେ ରଙ୍ଗ ମାନଙ୍କର ବିଶେଷ ମହତ୍ଵ ରହିଛି । ସେଥିପାଇଁ ଏହି ନବରାତ୍ର ସମୟରେ କେଉଁ ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବା ଶୁଭ ପ୍ରଦ ହେବ ସେ ବିଷୟରେ ଜାଣିବା । ନବରାତ୍ର ସମୟରେ ମାଙ୍କର ୯ ପ୍ରକାରର ଭେଷ କରାଯାଇଥାଏ । ୯ଦିନରେ  ୯ଟି ରଙ୍ଗର ପୋଷାକ ପିନ୍ଧି ମାଙ୍କର ପୂଜା କଲେ ଏହାର ବିଶେଷ ଫଳ ମିଳେ । ତେବେ ଚଲାନ୍ତୁ ଜାଣିବା ଏହି ୯ଦିନରେ କେଉଁ ରାଗନର ପୋଷାକ ପିନ୍ଧିବେ ।

ପ୍ରଥମ ଦିନ-

ଏହି ଦିନ ମା ଶୈଳପୁତ୍ରୀଙ୍କର ପୂଜା ହୋଇଥାଏ, ଏହି ଦିନ ପୂଜାରେ ଆପଣ ହଳଦୀ ରଙ୍ଗର ପୋଷାକ ପିନ୍ଧି ପୂଜା କଲେ ଆପଣ ଶୁଭ ଫଳ ପାଇବେ ।

ଦ୍ଵିତୀୟ ଦିନ-

ଏହି ଦିନ ମା ବ୍ରହ୍ମଚାରିଣୀଙ୍କର ପୂଜା ହୋଇଥାଏ, ଏହି ଦିନରେ ସବୁଜ ରଙ୍ଗର ପୋଷାକ ପିନ୍ଧି ପୂଜା କଲେ ଶୁଭ ଫଳ ମିଳିଥାଏ ।

ତୃତୀୟ ଦିନ-

ଏହି ଦିନରେ ମ ଚନ୍ଦ୍ରଘଣ୍ଟାଙ୍କର ପୂଜା କରାଯାଏ । ଏହି ଦିନ ଆପଣ ସିଲଭର ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ପ୍ରଦ ଅଟେ ।

ଚତୁର୍ଥ ଦିନ-

ଏହି ଦିନ ମା କୁଷ୍ମାଣ୍ଡାଙ୍କର ପୂଜା ହୋଇଥାଏ, ଏହି ଦିନ ନାରଙ୍ଗି ରଙ୍ଗର ପୋଷାକ ପିନ୍ଧିବା ଶୁଭ ପ୍ରଦ ବୋଲି କୁହାଯାଏ ।

ପଞ୍ଚମ ଦିନ-

ଏହି ଦିନ ସ୍କନ୍ଦ ମାତାଙ୍କର ପୂଜା ହୋଇଥାଏ, ଏହି ଦିନ ଧବଳ ରଙ୍ଗର ପୋଷାକ ପିନ୍ଧିବା ବହୁତ ଶୁଭ ଅଟେ ।

ଷଷ୍ଠ ଦିନ-

ଏହି ଦିନ ମା କାତ୍ୟାୟନୀଙ୍କର ପୂଜା ହୋଇଥାଏ, ଏହି ଦିନ ନାଲି ରଙ୍ଗର ପୋଷାକ ପିନ୍ଧିବା ଅତିଅନ୍ତ ଶୁଭ ଅଟେ ।

ସପ୍ତମ ଦିନ-

ମା କାଳରାତ୍ରୀଙ୍କର ପୂଜା ଏହି ଦିନ କରାଯାଏ । ନୀଳରଙ୍ଗର ପୋଷାକ ପିନ୍ଧି ପୂଜା କଲେ ବହୁତ ଶୁଭ ଫଳ ପ୍ରାପ୍ତି ହେବ ।

ଅଷ୍ଟମ ଦିନ-

ଏହି ଦିନ ମା ମହାଗୌରୀଙ୍କର ପୂଜା ହୋଇଥାଏ ଏହି ଦିନ ଗୋଲାପି ରଙ୍ଗର ପୋଷାକ ପିନ୍ଧି ପୂଜା କରିବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୁଏ ।

ନବମ ଦିନ-

ଏହି ଦିନ ମା ସିଦ୍ଧିଦାତ୍ରୀଙ୍କର ପୂଜା କରାଯାଏ, ଏହି ଦିନ ବାଇଗେଣୀ ରଙ୍ଗର ପୋଷାକ ପିନ୍ଧି ପୂଜା କରିବା ଅତ୍ୟନ୍ତ ଫଳପ୍ରଦ ହେବ ।

ଏହି 9ଦିନ ଭିତରେ କଳା ରଙ୍ଗର ପୋଷାକ କେବେବି ପିନ୍ଧିବେ ନାହିଁ ।