୧୦୦ରୁ ୧୨୫ କିଲୋମିଟର ବେଗରେ ପବନ ଆଶଙ୍କା – “ତିତଲି” ଖୁବ ଶୀଘ୍ର ଛୁଇଁବାକୁ ଯାଉଛି ସ୍ଥଳ ଭାଗ – ଅଧା ଓଡ଼ିଶାକୁ ଘାଇଲା କରିବ ‘ତିତଲି’- ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ

ଘଣ୍ଟାକୁ ୧୦ କିଲୋମିଟର ବେଗରେ ଆଗଉଛି ଓଡ଼ିଶା ଉପକୂଳକୁ । ଆଉ ମାତ୍ର ୪୧୦ କିଲୋମିଟର ଦୂରରେ ରହିଛି ତିତଲି । ମଝିରେ ମଝିରେ ସ୍ଥିର ହୋଇ ଯାଉଛି । ସମୁଦ୍ର ଉପରେ ଯେତିକି ଅଟକୁଛି ସେତିକି ଅଧିକ ବଳ ଗୋଟାଇ କରାଳ ରୂପ ଧାରଣ କରୁଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ (ଭୀଷଣ ଅବପାତ) ଗତକାଲିଠୁ ଅଧିକ ଘନୀଭୂତ ହୋଇ ଦୂର ସମୁଦ୍ରରେ ବାତ୍ୟା ରୂପ ନେବା ପରେ ଏମିତି ଢଙ୍ଗରେ ଭୀଷଣ ହେଉଛି ତିତଲି । ତିତଲି କେତେ ଉଗ୍ର ପ୍ରଦର୍ଶନ କରିବ, ସେ ନେଇ ପାଣିପାଗ ବିଜ୍ଞାନୀ ଏବେ ଠାରୁ ଚିତ୍ର ଆଙ୍କିଲେଣି ।

ଆସନ୍ତାକାଲିଠାରୁ ଏସବୁ ଜିଲ୍ଲା ବ୍ୟତୀତ ରାୟଗଡା, କୋରାପୁଟ,କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଖୋର୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବରରେ ଭୀଷଣ ବର୍ଷା ହେବ । ପାଣିପାଗ ବିଭାଗ ସୂଚନା ଅନୁସାରେ, ଆଜିଠୁ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବ । ତିତଲି ଘଣ୍ଟା ପ୍ରତି ୧୦କିମି ବେଗରେ ଏବେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି, ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍ ଆର୍ ବିଶ୍ବାସଙ୍କ ସୂଚନାନୁସାରେ, ।

ଗତକାଲି ରାତିଠାରୁ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ । ମାଟି ଓ ଚାଳ ଘର ପ୍ରତି ବିପଦ ରହିଛି । ଏଥିସହ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ କେତେକ ସ୍ଥାନରେ ଉପୁଡ଼ିଯାଇପାରେ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଆସନ୍ତା ୧୧ ତାରିଖ ସକାଳ ସୁଦ୍ଧା ଏହା ଓଡ଼ିଶା ଉପକୂଳ ଛୁଇଁବ । ଆଜି ସକାଳେ ବର୍ଷାର ପରିମାଣ ଧୀରେ ଧୀରେ ବଢିବ ଓ ପବନର ଗତି ମଧ୍ୟ । ପବନର ବେଗ ସର୍ବାଧିକ ୧୦୦ରୁ ୧୧୦ କିଲୋମିଟର ହୋଇପାରେ । ଭାରତର ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପୂର୍ବାନୁମାନ କହୁଛି, ଗତକାଲି ରାତିରୁ ଦକ୍ଷିଣ ଓଡ଼ିଶାରେ ଝିପି ଝିପି ବର୍ଷା ହବ ।

ସ୍ଥଳଭାଗ ଛୁଇଁବା ପରେ ଏହାର ପ୍ରଭାବ କମିବ । ଅନ୍ୟ ପାଣିପାଗ ବିଜ୍ଞାନୀଙ୍କ ମତ ହେଉଛି, ତିତଲିକୁ ସମୁଦ୍ରରେ ଭୀଷଣ ହେବା ପାଇଁ ଖୋରାକ ମିଳୁଛି । ଯାହା ସୂଚନା ମିଳୁଛି, ୧୧ ତାରିଖ ସକାଳ ୬ଟାରୁ ୧୦ଟା ମଧ୍ୟରେ ଏହା ଗୋପାଳପୁର ନିକଟରେ ସ୍ଥଳ ଭାଗ ଛୁଇଁବ ।ସାମୁଦ୍ରିକ ତାପମାତ୍ରା ଅଧିକ ଥିବା କାରଣରୁ ଏହା ଶକ୍ତିଶାଳୀ ହେଉଛି । ସେତେବେଳକୁ ଏହା ସିଭିୟର ସାଇେକ୍ଲାନିକ୍ ଷ୍ଟର୍ମ ଅବସ୍ଥାରେ ହିଁ ଥିବ ।

୧୧ ତାରିଖ ମଧ୍ୟାହ୍ନ ବେଳକୁ ଏହା ଗୋପାଳପୁରରେ ସ୍ଥଳଭାଗକୁ ସ୍ପର୍ଶ କରିବ ।ଏଣୁ କ୍ଷୟକ୍ଷତି ଟିକିଏ ଅଧିକ ହୋଇପାରେ । ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଉଛି, ଗୋପାଳପୁର ନିକଟରେ ପହଞ୍ଚିବା ବେଳକୁ ତିତଲି ପ୍ରକୋପ ଟିକିଏ କମି ବାତ୍ୟା ରୂପ ଧାରଣ କରିବ । ଏହାର ପ୍ରଭାବରେ ବଡ଼ ବର୍ଷା ହେବ । କ୍ରମଶଃ ଏହା ଉତ୍ତର ପୂର୍ବ ଆଡକୁ ଗତି କରିବ । ପରେ ଏହା ୪ କିମି ବେଗରେ ଆଭ୍ୟନ୍ତରୀଣ ଉପକୂଳ ଆଡକୁ ଗତି କରିବା ସହିତ ୧୧ ତାରିଖ ରାତିରେ ଡିପ୍ ଡିପ୍ରେସନ୍ (ଭୀଷଣ ଅବପାତ) ଓ ୧୨ ତାରିଖରେ ଭୁବନେଶ୍ବର ନିକଟବର୍ତୀ ଅଞ୍ଚଳରେ ଅବପାତରେ ପରିଣତ ହୋଇଥିବ ।

ଏବେ ହିଁ ସେୟାର କରି ସମସ୍ତଙ୍କୁ ସଚେତନ କରାନ୍ତୁ, ଭୟଭିତ ହେବାର କୌଣସି କାରଣ ନାହିଁ, ନିଜେ ସୁରକ୍ଷିତ ରୁହନ୍ତୁ ଏବଂ ଅନ୍ୟକୁ ମଧ୍ୟ ରଖନ୍ତୁ।