ଏବେ ଏବେ ଆସିଲା ବଡ ଖବର – ବଲିଉଡ ର ଏହି ପ୍ରସିଦ୍ଧ ଗାୟକ ଆଉ ନାହାନ୍ତି। ବହୁତ କମ ବୟସରେ ହେଲା ତାଙ୍କ ମୃତ୍ୟୁ – ପୁରା ବଲିଉଡରେ ବର୍ତ୍ତମାନ ଶୋକର ଛାୟା

ବଲିଉଡ ର ଏହି ପ୍ରସିଦ୍ଧ ଗାୟକ ଆଉ ନାହାନ୍ତି

ବଲୀଉଡ ଇନଡସ୍ଟ୍ରିରେ ପୁନଶ୍ଚ ଏକ ଦୁଖଦ ଘଟଣା ଘଟିଯାଇଛି । ବଲୀଉଡର ଜଣାଶୁଣା ଗାୟକ ନିତିନ ବାଲି ଏବେ ଆଉ ଦୁନିଆରେ ନାହାନ୍ତି । ସିଏ ମାତ୍ର ୪୭ ବର୍ଷ ବୟସରେ ଏହି ଦୁନିଆକୁ ଅଲବିଦା କହିଗଲେ । ନିତିନ ୯୦ ଦଶକର ବହୁତ ଭଲ ଗାୟକ ଥିଲେ । ହଟାତ ଏହି ଘଟଣାରେ ପୁରା ଇନଡସ୍ଟ୍ରି ମର୍ମାହତ ହୋଇପଡିଛି । ସେ ବହୁତ ଦିନ ହେବ ସଙ୍ଗୀତ କ୍ଷେତ୍ରରୁ ଅବସର ନେଇଥିଲେ ।  ତାଙ୍କର ଦ୍ଵିତୀୟ ସ୍ତ୍ରୀ ରୋମା ବାଲି ଆଜି କାଲି ଛୋଟା ପରଦାରେ ଏକ୍ଟିଭ ଅଛନ୍ତି । ସେ ଏକ ଭଲ ଅଭିନେତ୍ରୀ ।

ଏକ ସଡକ ଦୁର୍ଘଟଣାରେ ନିତିନ ଙ୍କର ମୃତ୍ୟୁ ହୋଇଛି ।

ତାଙ୍କ ଗାଡିଟି ଡିଭାଇଡ଼ର ସହ ମାଡ ହୋଇ ଏପରି ଘଟଣା ଘଟିଛି । ପ୍ରଥମେ ତାଙ୍କୁ ବହୁତ ଆଘାତ ଲାଗିଥିଲା, ଯାହା ପରେ ଷ୍ଟିଚ ପକାଇ ତାଙ୍କୁ ଘରକୁ ପଠାଇଦିଆ ଯାଇଥିଲା, ସବୁ ଫର୍ମ୍ଯାଲୀଟି ପୁରା କରିବା ପରେ ସେ ସ୍ତ୍ରୀ ରୋମା ଙ୍କ ସହ ଘରକୁ ଆସିଥିଲେ, କିନ୍ତୁ କିଛି ସମୟ ପରେ ତାଙ୍କର ଅବସ୍ଥା ଖରାପ ହେବାକୁ ଲାଗିଲା । ତାଙ୍କର ବହୁତ ଜୋରସେ ପେଟରେ ଯନ୍ତ୍ରଣା ହେଲା, ରକ୍ତ ବାନ୍ତି ହୋଇଥିଲା ଏବଂ ତାଙ୍କର ରକ୍ତଚାପ ପୁରା କମ ହୋଇଯାଇଥିଲା । ଏହା ପରେ ସେ ବେହୋସ ହୋଇଯାଇଥିଲେ ।

ତାଙ୍କୁ ହସ୍ପିଟଲ ନିଆଗଲା ଯେଉଁଠି ତାଙ୍କୁ ଡକ୍ଟର ମାନେ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଦିନ ନିତିନ ମଦ ପି ଗାଡି ଚଲାଉଥିଲେ, ଯାହାଦ୍ୱାରା ତାଙ୍କର ସନ୍ତୁଳନ ଠିକ ନ ରହିବାରୁ ଡିଭାଇଡର ରେ ଗାଡି ପିଟି ହୋଇଥିଲା । ମଙ୍ଗଳ ବାର ଦିନ ଏହି ଘଟଣା ରାତି 12.30ରେ ହୋଇଛି, ଯେତେବେଳେ ସେ ବୋରିବଲି ରୁ ମଲାଡ ଯାଉଥିଲେ ।

ଏହି ସବୁ ଗୀତକୁ ଦେଇଛନ୍ତି ନିଜର କଣ୍ଠ –

ନିତିନ ବାଲି 90 ଦଶକରେ କେତେ ପୁରୁଣା ଗୀତକୁ ରିମିକ୍ସ କରି ନିଜର କଣ୍ଠ ଦେଇଛନ୍ତି । ନିଲେ ନିଲେ ଅମ୍ବର ପର, ଛୁକର ମେରେ ମନକୋ, ପ୍ୟାର ମାଙ୍ଗା ହେ ତୁମ୍ହିସେ, ଏକ ଅଜନବି ହସିନା ସେ ଓ ପଲ ପଲ ଦିଲକେ ପାସ ଭଳି କେତେ ସୁପରହିଟ ଗୀତ ସେ ଗାଇଛନ୍ତି । ତାଙ୍କୁ ସବୁଠୁ ଅଧିକ ଲୋକପ୍ରିୟତା ନିଲେ ନିଲେ ଅମ୍ବର ପର ଗୀତ ଗାଇ ମିଳିଥିଲା ।

ଦୟାକରି ମଦ ପିଇକରି କେବେବି ଗାଡି ଚଲାନ୍ତୁ ନାହିଂ