ଦୁନିଆର ୭ ଟି ଜାଗା, ଯେଉଁଠିକୁ ଯିବା ପାଇଁ ଆଜି ପର୍ଯ୍ୟନ୍ତ କାହାର ସାହସ ହୋଇ ନାହିଁ, ନାଁ ଶୁଣିବା ମାତ୍ରେ ହିଁ ଶରୀରରରୁ ବାହାରିଯାଏ ଝାଳ

ଦୁନିଆ ରହସ୍ୟରେ ଭରପୁର ଅଛି । ଏଠି ବହୁତ ସୁନ୍ଦର ସୁନ୍ଦର ଜାଗା ଅଛି ଯେଉଁଠିକୁ ମଣିଷ ବାରମ୍ବାର ଯିବାକୁ ମନ କରିଥାଏ । ସେମିତି କିଛି ଜାଗା ଅଛି ଯେଉଁଠିକୁ କେହି କେବେବି ଯିବାକୁ ଚାହନ୍ତି ନାହିଁ । କିଛି ଜାଗା ଦେଖିବାକୁ ଯେତିକି ସୁନ୍ଦର ହୋଇଥାଏ ତାହା ସେତିକି ହିଁ ଭୟାନକ ହୋଇଥାଏ । ଆପଣ ଏମିତି କେତେ ଜାଗା ବିଷୟରେ ଶୁଣିଥିବେ ।

ଆଜି ଆମେ ଆପଣମାନଙ୍କୁ ଏମିତି ୭ ଟି ଜାଗା ବିଷୟରେ କହିବାକୁ ଯାଉଛୁ ଯାହା ବହୁତ ଭୟାନକ ଅଟେ ଏବଂ ଯେଉଁଠିକୁ ଯିବା ପାଇଁ ଲୋକମାନେ ଡରନ୍ତି ।

ସେଂଟିନଲ ଆଇଲୈଂଡ

ସେଂଟିନଲ ଆଇଲୈଂଡ ଆଣ୍ଡମାନ ଏବଂ ନିକୋବାରରେ ଅବସ୍ଥିତ । ଏହି ଆଇଲୈଂଡକୁ କେହି ମଣିଷ ଯାଆନ୍ତି ନାହିଁ କାରଣ ଏହି ଜାଗାକୁ ଯିଏବି ଯାଇଛନ୍ତି ସେ ଆଉ ଜୀବିତ ଫେରି ନାହାନ୍ତି । ଏଠି ଥିବା ଆଦିବାସୀ ଜନଜାତି ବହୁତ ଭୟଙ୍କର ଅଟନ୍ତି ଏବଂ ବାହାର ଦୁନିଆରୁ ଆସୁଥିବା କୌଣସି ମଣିଷକୁ ସେମାନେ ଜୀବିତ ଛାଡନ୍ତି ନାହିଁ । ପାଖାପାଖି ୬ ଲକ୍ଷ ବର୍ଷ ହେବ ରହୁଥିବା ଏହି ଆଦିବାସୀ ମାନଙ୍କୁ ପସନ୍ଦ ନୁହେଁ କି ତାଙ୍କ ଦ୍ଵୀପରେ ବାହାରର କେହି ଆସନ୍ତୁ ।

ହୁଙ୍ଗସନ ପର୍ବତ

ହୁଙ୍ଗସନ ପର୍ବତ ଚାଇନାରେ ଅବସ୍ଥିତ । ନିଜର ଛୋଟ ରାସ୍ତା ପାଇଁ ଏହି ପର୍ବତ ଦୁନିଆରେ ପ୍ରସିଦ୍ଧ ଅଟେ । ସେଥିପାଇଁ ଲୋକମାନେ ଏହାକୁ ମୃତ୍ୟୁର ରାସ୍ତା ମଧ୍ୟ କୁହନ୍ତି । ଏହା ଦୁନିଆର ସବୁଠୁ ଭୟାନକ ପର୍ବତ ଅଟେ ।

ମର୍ଡର ଭ୍ୟାଲି

ମେକ୍ସିକୋରେ ଏକ ଏମିତି ସହର ଅଛି ଯେଉଁଠିକୁ ପୁଲିସ ବି ଯିବା ପାଇଁ ଡରନ୍ତି । ଏହି ସହରକୁ ଲୋକମାନେ ମର୍ଡର ଭ୍ୟାଲି ନାମରେ ମଧ୍ୟ ଜାଣିଛନ୍ତି । ଗୋଟିଏ ସମୟ ଥିଲା ଏଠି ଖୁସିରେ କପାସ ଚାଷ କରି ଲୋକମାନେ ରହୁଥିଲେ । କିନ୍ତୁ ସହର ଉପରେ ରାଜ କରିବା ଉଦେଶ୍ୟରେ ଲୋକମାନେ ପରସ୍ପରକୁ ମାରିବାକୁ ଲାଗିଲେ । ବର୍ତ୍ତମାନ ଏହି ସହରରେ କିଛି ଲୋକମାନେ ହିଁ ଅଛନ୍ତି ।

ରୟଲ ପାଥ

ସ୍ପେନର ରୟଲ ପାଥ ଦୁନିଆର ସବୁଠୁ ଭୟାନକ ଜାଗା ମଧ୍ୟରୁ ଗୋଟିଏ ଅଟେ । ଏହି ରାସ୍ତା ୩୦୦ ରୁ ୯୦୦ ଫୁଟ ଉଚ୍ଚତାରେ ଅବସ୍ଥିତ । ଯାହାର ଲମ୍ବାଇ ୨ ମିଟର ଏବଂ ଚଉଡା ୩ ଫୁଟ ଅଟେ । ବର୍ତ୍ତମାନ ଏହି ଜାଗାକୁ ବନ୍ଦ କରି ଦିଆଯାଇଛି । କହିଦେଉଛୁ ଯେ ଏହି ଜାଗରୁ ବହୁତ ଲୋକମାନେ ତଳେ ପଡି ମରିଛନ୍ତି ।

ଡେନାକିଲ ଡେଜର୍ଟ

ଇଥିୟୋପିୟା ଦେଶର ଠିକ ମଝିରେ ଏହି ଡେନାକିଲ ଡେଜର୍ଟ ଅବସ୍ଥିତ । ଏହାକୁ ଦୁନିଆର ସବୁଠୁ ଗରମ ସ୍ଥାନ ବୋଲି ମଧ୍ୟ କୁହାଯାଏ । ଏଠିକାର ତାପମାତ୍ରା ୫୦ ଡିଗ୍ରୀ ସେଲ୍ସିୟସରୁ ବେଶି ରହିଥାଏ । ଏଠି ବର୍ଷ ବର୍ଷ ଧରି ବର୍ଷା ହୁଏ ନାହିଁ ଏବଂ ଏଠି ଜୀବିତ ଜ୍ଵଳାମୁଖୀ ମିଳିଥାଏ । ଏହି ଡେଜର୍ଟରେ ଆସୁଥିବା ଲୋକମାନେ ନିଜର ଜୀବନକୁ ହରାଇଥାନ୍ତି ।

ସାପର ଆଇଲ୍ୟାଣ୍ଡ

ବ୍ରାଜିଲର ପାଖାପାଖି ୯୦ କିଲୋମିଟର ଦୂରରେ ଏକ ଆଇଲ୍ୟାଣ୍ଡ ଅଛି । ଏହାର ନାମ ସାପର ଆଇଲ୍ୟାଣ୍ଡ ବୋଲି ଏଥିପାଇଁ ରଖାଯାଇଛି କାରଣ ଏଠି ଦୁନିଆର ସବୁଠୁ ଭୟାନକ ଏବଂ ବିଭିନ୍ନ ପ୍ରକାରର ସାପ ମିଳିଥାଏ ।

ରାମରୀ ଆଇଲ୍ୟାଣ୍ଡ

ବର୍ମାରେ ସ୍ଥିତ ଏହି ଆଇଲ୍ୟାଣ୍ଡ ବହୁତ ଭୟାନକ ଅଟେ । ଏଠି ଥିବା ପୁଶୁ ମାନେ ବହୁତ ବଡ ସଂଖ୍ୟାରେ ଲୋକମାନଙ୍କୁ କ୍ଷତି ପହଞ୍ଚାଇଥାନ୍ତି । ଏଠି ଭୟଙ୍କର କୁମ୍ଭୀରମାନେ ରୁହନ୍ତି ।