ଦୁନିଆର ସବୁଠୁ ମହଙ୍ଗା ଛାଡପତ୍ର, ପତ୍ନୀକୁ ଦେବେ ଅଢେଇ ଲକ୍ଷ କୋଟି ଟଙ୍କା

ଆପଣମାନେ ଆମାଜନ କମ୍ପାନୀର ମାଲିକ ଜେଫ ବେଜୋସଙ୍କ ବିଷୟରେ ତ ଜାଣିଥିବେ । ଫୋର୍ବ୍ସ ଅନୁସାରେ, ଗତ ବର୍ଷ ଆମାଜନ ୨୩୨.୮ ବିଲିୟନ ଡଲାର (ପାଖାପାଖି ୧୬,୦୧୦ ଅରବ ଟଙ୍କା) ର ବିଜନେସ କରିଥିଲା । ତାଙ୍କର ପରିବାର ୧୩୧ ବିଲିୟନ ଡଲାର ( ପାଖାପାଖି ୯,୧୦୯ ଅରବ ଟଙ୍କା) ଆୟ କରିଥିଲା । ବର୍ତ୍ତମାନ ତାଙ୍କର ଛାଡପତ୍ର ହେବାକୁ ଯାଉଛି ପତ୍ନୀ ମୈକେଂଜୀଙ୍କ ସହିତ । ଏହି ଖବର ବହୁତ ପୂର୍ବରୁ ହିଁ ଆସି ଯାଇଥିଲା । କିନ୍ତୁ ବର୍ତ୍ତମାନ ଏହା ଜଣା ପଡିଛି କି ଏହି ଛାଡପତ୍ର ଦୁନିଆର ସବୁଠୁ ଦାମୀ ଛାଡପତ୍ର ହେବାକୁ ଯାଉଛି ।

୩୫ ବିଲିୟନ ଡଲାରର ବୁଝାମଣା

ଜେଫ ଏବଂ ମୈକେଂଜୀଙ୍କ ମଧ୍ୟରେ ଛାଡପତ୍ରକୁ ରେ ୩୫ ବିଲିୟନ ଡଲାର ନେଇ ବୁଝାମଣା ହୋଇଛି । ଏହା ଇଣ୍ଡିଆ କରେନ୍ସି ହିସାବରେ ପାଖାପାଖି ଅଢେଇ ଲକ୍ଷ କୋଟି ଟଙ୍କା ହେବ ।

୪ % ଭାଗିଦାରୀ

ଏହା ସହିତ ରିଟେଲ କମ୍ପାନୀ ଆମେଜନରେ ମୈକେଂଜୀଙ୍କର ୪ % ଭାଗ ରହିବ । ଜାଣିବା ନିମନ୍ତେ କହିଦେଉଛୁ କି ଛାଡପତ୍ର ପୂର୍ବରୁ ମୈକେଂଜୀ ଏହି କମ୍ପାନୀର ୧୬.୩ % ଭାଗିଦାରୀ ଥିଲେ । ଫୋର୍ବ୍ସ ଅନୁସାରେ ଏହି ତଲାକ ପରେ ମୈକେଂଜୀ ଦୁନିଆର ତୃତୀୟ ସବୁଠୁ ଧନୀ ମହିଳା ହୋଇ ଯିବେ ।

ପ୍ରଥମ ମେମ୍ବର ଥିଲେ ମୈକେଂଜୀ

ବର୍ତ୍ତମାନ କିଛି ଦିନ ପୂର୍ବେ ହିଁ ମୈକେଂଜୀ ଟ୍ୱିଟର ଜଏନ କରିଛନ୍ତି ଓ ସେ ମାତ୍ର ଗୋଟିଏ ହିଁ ଟ୍ୱିଟ କରିଛନ୍ତି । ସେଥିରେ ସେ ଜେଫଙ୍କର ସପୋର୍ଟକୁ ବହୁତ ପ୍ରଶଂସା କରିଛନ୍ତି । ଏହା ମଧ୍ୟ କହିଛନ୍ତି କି ସେ ଦୁଇ ଜଣ ପରସ୍ପର ମଧ୍ୟରେ ବୁଝାମଣା କରି ଛାଡପତ୍ର ନେବା ପାଇଁ ନିସ୍ପତି ନେଇଛନ୍ତି । ଜାଣିବା ନିମନ୍ତେ କହି ଦେଉଛୁ କି ୧୯୯୪ ମସିହାରେ ଆରମ୍ଭ ହୋଇଥିବା ଆମାଜନ କମ୍ପାନୀର ପ୍ରଥମ ମେମ୍ବର ମୈକେଂଜୀ ହିଁ ଥିଲେ ।