ଦିନ ଥିଲା ଦିନେଶର ସକାଳ ଜଳଖିଆ ପାଇଁ ମୁଁ ଇଟିଲି ନେଇକି ଆସୁଥିଲି । ଆଉ ଆଜି ଶ୍ଵଶୁର ମୋତେ ଲଡୁ ମାଗିଲେ । ଏହି ଲଡୁ ସହ ଶ୍ଵଶୁର ମୋତେ ବୋଧେ ସ୍ଵୀକାର କରିବେ ଓ ଘରକୁ ଯିବା ପାଇଁ ଅନୁମତି ଦେବେ ବୋଲି ମୁଁ ଖୁସି ହୋଇଗଲି । ସେଥିପାଇଆନ ବଜାରକୁ ଧାଇଁ ଯାଇ ୨କେଜି ଲଡୁ ନେଇ ଆସିଲି । ହେଲେ ଯେତେ ଗେଟ୍ ବାଡେଇଲି କେହିବି ଶୁଣିଲେନି କି ଅନେଇଲେନି । ଆଉ ତା’ପରେ ମୋ ସାଙ୍ଗ ମୋତେ ଲଡୁର ଅର୍ଥ ବୁଝେଇ ଦେଲା । ମୋ ଶ୍ଵଶୁର କୁଆଡେ ମୋତେ ଡବଲ ମିନିଙ୍ଗ କଥା କହିଲେ ।
ସେ ମୋତେ ୨କେଜିର ଲଡୁ ମାଗିଲେ । ଆଉ ମୁଁ ବୁଝିଗଲି ମୋ ଶ୍ଵଶୁର ମୋତେ ପ୍ରକୃତରେ ଲଡୁ ମାଗୁ ନଥିଲେ । ମୋ ସାଙ୍ଗ ଏୟାବି ବୁଝେଇ ଦେଲା ଯେ ଦିନେଶ କାହିଁକି ଇଟିଲି ସହ ଗୁଗୁନି ଖାଉଥିଲା । ଆଉ ସୁଗାର ଥାଇବି ମୋ ଶ୍ଵଶୁର କାହିଁକି ଲଡୁ ଖାଇବାକୁ କହୁଛନ୍ତି । ଏହା ଦୀପିକାଙ୍କ ଶରୀର ଉପରେ ଆଖି ପକେଇ ତାଙ୍କ ଶ୍ଵଶୁର କହିଥିବା କଥା ଦୀପିକା ନିଜେ କହିଛନ୍ତି । ତାଙ୍କ ଶ୍ଵଶୁର ଦୀପିକାଙ୍କୁ କହିଥିଲେ, ମୁଁ ବି ତୋ ଭଳି ଗ୍ଯାରେଜ ଘର ଆଗରେ ଧାରଣାରେ ବସିବି ।
ଆଉ ସେତେବେଳେ ଲଡୁ ଦେବୁ ମୁଁ ଖାଇବି । ଗୋଟିଏ ଝିଅ ନ୍ୟାୟ ପାଇବା ପାଇଁ ଧାରଣାରେ ବସିଛି, ଆଉ ତାକୁ ବାରମ୍ବାର ଏଭଳି ଅଶାଳୀନ ଙ୍ଗିତ କରିବା କେତେଦୂର ଠିକ ଆପଣ ଥରେ ଭାବନ୍ତୁ । ଏକଥାକୁ ନେଇ ସମାଜସେବୀ ପ୍ରମିଳା ତ୍ରିପାଠୀ ଦୀପିକାଅଙ୍କ ଶ୍ଵଶୁରଙ୍କୁ ଇଙ୍ଗିତ କରି କହିଛନ୍ତି, ବୁଢା ତୁମକୁ ଆଉ ତୁମର ଏଭଳି ଚିନ୍ତାଧାରାକୁ ମାନିବାକୁ ପଡିବ ଆଉ ସଲାମ କରିବାକୁ ପଡିବ ।
କାରଣ ପୁଅର ଭୁଲକୁ ଲୁଚେଇବା ପାଇଁ ତୁମେ ବି ଭୁଲ କରିବାକୁ ପଛାଉ ନାହଁ । ୪୦ ଦିନରୁ ଉର୍ଦ୍ଧ୍ଵ ସମୟ ଧରି ପ୍ରେମିକ ଦିନେଶଙ୍କ ଘରଆଗରେ ଧାରଣା ଦେଇଥିବା ଦୀପିକାଙ୍କ ଧୈର୍ଯ୍ୟର ସୀମା ଭାଙ୍ଗି ଆସିଲାନି । ତାଙ୍କ ପୁଅକୁ ସେ ବାପାର ପରିଚୟ ଦେବା ପାଇଁ ଯେଉଁ ପ୍ରୟାସ କରିଥିଲେ ସେଥିରେ ଏବେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିନାହିଁ ।
ସେପଟେ ଦିନେଶଙ୍କ ବାପାଙ୍କର ତାଙ୍କ ପ୍ରତି ଏଭଳି ଅଶାଳୀନ ଇଙ୍ଗିତ ନିହାତି ଭାବେ ନିନ୍ଦନୀୟ ଅଟେ । ତେବେ ଏସବୁକୁ ନେଇ ଆପଣଙ୍କ ପ୍ରତିକ୍ରିୟା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।