ଓଃ ଗଡ୍ ! ଚାହୁଁ ଚାହୁଁ ବର୍ତ୍ତିଗଲେ King Charles, ରାଣୀ Elizabeth ଙ୍କ ଶେଷକୃତ୍ୟକୁ ଯାଉଥିବା ବେଳେ ଘଟିଗଲା କିଛି ଏମିତି, ଦେଖନ୍ତୁ video

ରାସ୍ତାରେ କଡା ସୁରକ୍ଷା ମଧ୍ୟରେ ଯାଉଥିଲେ ବ୍ରିଟେନର ନୂଆ ଭାବେ ରାଜା ବଣିଥିବା କିଙ୍ଗ ଚାର୍ଲସଙ୍କ ଗାଡି । କିଙ୍ଗ ଚାର୍ଲସ ମଧ୍ୟ ନିଜେ ସେଇ ଗାଡି ଭିତରେ ବସିଥିଲେ । ରାଜାଙ୍କ ଆଗମନ ପାଇଁ ରାସ୍ତା ପ୍ରାୟ ଖାଲି ରଖା ଯାଇଥିବା ବେଳେ ସ୍ଥାନେ ସ୍ଥାନେ ସୁରକ୍ଷାକର୍ମୀ ମାନେ ମଧ୍ୟ ମୁତୟନ ହୋଇଥିଲେ ରାଜାଙ୍କ ସୁରକ୍ଷାରେ । ହେଲେ ଏହି ସମୟରେ ହଠାତ ଜଣେ ଯୁବକ ସ୍କେଟିଙ୍ଗ କରି ତାଙ୍କ କାର୍ ଆଗକୁ ମାଡି ଆସିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଜନତା ମଧ୍ୟ ବେବାକ ହୋଇ ଯାଇଥିଲେ ।

ହଠାତ କେହି କିଛି ବୁଝି ପାରି ନଥିଲେ । କାରଣ କିଙ୍ଗ ଚାର୍ଲସଙ୍କ କର୍ଡନ ଫୁଲ୍ ସ୍ପିଡ୍ ରେ ଆସୁଥିଲା, ଆଉ ଏପଟେ ଯୁବକ ଜଣକ ମଧ୍ୟ ଫୁଲ୍ ଦମ୍ ରେ ସ୍କେଟିଙ୍ଗ କରି ରାଜାଅଙ୍କ ଗାଡି ଆଗକୁ ମାଡି ଯାଇଥିଲେ । ହେଲେ ଯୁବକ ଜଣକ ଫୁଲ୍ ସ୍ପିଡ ରେ ଆସି କିଙ୍ଗ ଚାର୍ଲସଅଙ୍କ ଗାଡିରେ ବାଡେଇ ହୋଇ କିଛି ଅଘଟଣ ଘଟିବା ପୂର୍ବରୁ ଉକ୍ତ ଯୁବକଙ୍କୁ ପାର୍ଶ୍ଵକୁ ଭିଡି ନେଇଥିଲେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମୀ । ଆଉ ତା’ପରେ ଯାହା ଜଣା ପାଇଥିଲା ତାହା ସମସ୍ତଙ୍କ ଚକିତ କରି ଦେଇଛି ।

ଏହି ଘଟଣାକୁ ନେଇ ଆନ୍ତର୍ଜାତିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଗତ ଶୁକ୍ରବାର ଦିନ ରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଶେଷକୃତ୍ୟରେ ସାମିଲ ହେବା ପାଇଁ ୱେଷ୍ଟମିନିୟାର ହଲ୍ ଅଭିମୁଖେ ବାହାରିଥିଲେ କିଙ୍ଗ ଚାର୍ଲସ । ଯିଏକି ରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ପରେ ବ୍ରିଟେନର ରାଜା ଭାବେ ଘୋଷିତ ହୋଇଛନ୍ତି ।

ଏତିକି ବେଳେ ଲଣ୍ଡନର ପାର୍ଲିଆମେଣ୍ଟ ସ୍କୋୟାର ନିକଟରେ ସ୍କେଟିଙ୍ଗ କରୁଥିବା ଜଣେ ଯୁବକ ତାଙ୍କ ଗାଡି ଆଡକୁ ମାଡି ଆସିଥିଲେ । ଯାହାପରେ ଯୁବକ ଜଣକ ଆକ୍ରମଣକାରୀ ହୋଇଥିବା ସନ୍ଦେହରେ ପୋଲିସ ଉକ୍ତ ଯୁବକଙ୍କୁ ମାଡି ବସିବା ସହ ଗିରଫ ମଧ୍ୟ କରିଥିଲା । ହେଲେ ପରବର୍ତ୍ତୀ ସମୟରେ ଅଧିକ ଯାଞ୍ଚ ପରେ ଜଣା ପଡିଥିଲା ଯେ, ସେହି ରାସ୍ତା ଦେଇ କିଙ୍ଗ ଚାର୍ଲସଙ୍କ ଯିବା ନେଇ ଯୁବକ ଜଣକ କିଛିବି ଜାଣି ନଥିଲେ ।

ତେଣୁକରି ସେ ସ୍କେଟିଙ୍ଗ କରୁ କରୁ ଅକସ୍ମାତ କିଙ୍ଗ ଚାର୍ଲସଙ୍କ ଗାଡି ଆଗକୁ ପଳେଇ ଆସିଥିଲେ । ଏକଥା ଜାଣିବା ପରେ ପୋଲିସ ତାଙ୍କୁ ଛାଡି ଦେଇଛି ଏବଂ କିଙ୍ଗ ଚାର୍ଲସ ଓ ଯୁବକ ଉଭୟ ଏକ ବଡ ଦୁର୍ଘଟଣାରୁ ବର୍ତ୍ତୀ ଯାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।