ଯେତେବେଳେ କାହା ସହିତ କିଛି ଖରାପ ହୋଇଥାଏ ତେବେ ଖରାପ କରିଥିବା ଲୋକ ସବୁ ପ୍ରମାଣ ନଷ୍ଟ କରିଦେଲେ ମଧ୍ୟ ପ୍ରକୃତି ସବୁ କଥାର ପ୍ରତିଶୋଧ ନେଇଥାଏ ଓ ଏହା ପ୍ରମାଣିତ ହୋଇଛି । କିଛି ଏମିତି ହିଁ ହୋଇଛି ଆୟରଲ୍ୟାଣ୍ଡ ରେ । କିଛି ଦିନ ହେବ ସେଠାରେ ଝଡ ତୋଫାନ ହେବା କାରଣରୁ ୨୧୫ ବର୍ଷର ପୁରୁଣା ଗଛ ଉପୁଡି ପଡିଛି । ଯାହାର ତଳ ଭାଗରେ କିଛି ଏମିତି ଜିନିଷ ମିଳିଲା ଯାହାକୁ ଦେଖି ସେଠାକାର ଲୋକ, ପୋଲିସ ଓ ବୈଜ୍ଞାନିକ ମାନେ ଚକିତ ହୋଇଗଲେ । ଏହା ଉପରେ ବହୁତ ପରୀକ୍ଷଣ ହେଲା ପରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ସତ ସାମ୍ନାକୁ ଆସିଛି ।
ଝଡ ତୋଫାନ କାରଣରୁ ପଡିଗଲା ୨୧୫ ବର୍ଷ ପୁରୁଣା ଗଛ
କିଛି ଦିନ ପୂର୍ବରୁ ଆସିଥିବା ଝଡ କାରଣରୁ ୨୧୫ ବର୍ଷର ପୁରୁଣା ଗଛ ତା’ର ମୂଳରୁ ଉପୁଡି ପଡିଛି । ଯେତେବେଳେ ସେଠାକାର ଲୋକଙ୍କୁ ତା’ର ମୂଳରେ କିଛି ଅଜବ ଜିନିଷ ଦେଖାଗଲା ତେବେ ସେମାନେ ପୋଲିସ କୁ ଖବର ଦେଲେ । ପୋଲିସ ନିରୀକ୍ଷଣ କଲା ପରେ କିଛି ବୁଝି ପାରିଲା ନାହିଁ ତ ବୈଜ୍ଞାନିକ ମାନଙ୍କୁ ଡକାଗଲା ।
ବୈଜ୍ଞାନିକ ମାନେ ସେଥିରେ ଏକ ଅଧା କଙ୍କାଳ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଓ ପୁଣି ଆଖ ପାଖ ଅଞ୍ଚଳରେ ତଦନ୍ତ ଆରମ୍ଭ କଲେ ଓ ସେହି କଙ୍କାଳ ଉପରେ ଷ୍ଟଡି ଆରମ୍ଭ କଲେ ।
ବୈଜ୍ଞାନିକମାନେ କାର୍ବନ ଡେଟିଙ୍ଗ ପଦ୍ଧତିରେ ଜାଣି ପାରିଲେ କି ଏହି କଙ୍କାଳ ଯେଉଁ ମଣିଷର ଅଟେ ତାହାର ମୃତ୍ୟୁ ୧୭ ରୁ ୨୦ ବର୍ଷ ବୟସରେ ହୋଇଥିଲା । ପୁଣି କାର୍ବନ ଆଇସୋଟୋପ ପଦ୍ଧତିରେ ଏହା ଜଣା ପଡିଲା କି ତାହା ୧୦୦୦ ବର୍ଷ ପୁରୁଣା କଙ୍କାଳ ଅଟେ । ରିସର୍ଚରେ ଜଣା ପଡିଲା କି ଏହି ବ୍ଯକ୍ତିର ମୃତ୍ୟୁ ପ୍ରାକୃତିକ ନଥିଲା ବରଂ ତାହାର ଶରୀରକୁ କୃରତାର ସହିତ କଟା ଯାଇଥିଲା ।
ରିସର୍ଚ କରୁଥିବା ବୈଜ୍ଞାନିକମାନେ ଆଗକୁ କହିଲେ କି ଯେତେବେଳେ ୨୦୦ ବର୍ଷ ପୂର୍ବେ ଏହି ଗଛ ଲଗା ଯାଇଥିଲା ତେବେ ସେହି ବ୍ୟକ୍ତିକୁ ଜଣା ନଥିଲା କି ଏହା ତଳେ କଣ ରହସ୍ୟ ଲୁଚି ଅଛି । କିନ୍ତୁ ପ୍ରକୃତି ଏତେ ବର୍ଷ ପରେ ମଧ୍ୟ ସେହି ରହସ୍ୟକୁ ସାମ୍ନାକୁ ନେଇ ଆସିଲା । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।