ପୁଅର ସ୍କୁଲ ବ୍ୟାଗ ବି କିଣି ପାରୁ ନଥିଲା ଗରିବ ବାପା, ପଢା ବନ୍ଦ ନ ହୋଇ ଯାଉ ଏଥିପାଇଁ ବାପା କଲେ ଏମିତି କାମ କି ଆପଣ ବି କରିବେ ତାଙ୍କ ପ୍ରଶଂସା

ସ୍କୁଲ ଯିବା ସବୁ ପିଲାଙ୍କର ଅଧିକାର ଅଟେ । ଏହା ତାର ଭବିଷ୍ୟତ ନିର୍ଦ୍ଧାରିତ କରିଥାଏ । ଯେଉଁ ପିଲା ସ୍କୁଲ ଯାଇ ନ ଥାଏ ତାର ଭବିଷ୍ୟତ ଅନ୍ଧକାରରେ ଡୁବି ଯାଇଥାଏ । କିନ୍ତୁ କିଛି ଗରିବ ଲୋକ ଅଛନ୍ତି ପଇସା ଅଭାବରୁ ପିଲାଙ୍କୁ ସ୍କୁଲ କୁ ପଠାଇ ପାରନ୍ତି ନାହିଁ । କିନ୍ତୁ କିଛି ଦିନ ତଳେ ଏକ ଏମିତି ମାମଲା ସାମ୍ନାକୁ ଆସିଛି ଯେଉଁଠି ଗୋଟିଏ ଗରିବ ପରିବାର ତାଙ୍କ ପୁଅକୁ ସ୍କୁଲ ପଠାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କ ପାଖରେ ପିଲାର ବ୍ୟାଗ କିଣିବା ପାଇଁ ମଧ୍ୟ ପଇସା ନଥିଲା । ବିନା ସ୍କୁଲ ବ୍ୟାଗରେ ପିଲା ପଢିବାକୁ ଯାଇ ପାରିବ ନାହିଁ ବୋଲି ତାର ଗରିବ ପିତା କିଛି ଏମିତି କଲେ ଯାହାର ପ୍ରଶଂସା ଆଜି ପୁରା ଦୁନିଆ କରୁଛି ।

Image courtesy: Google

ମାମଲା କମ୍ବୋଡିୟା ର ଅଟେ । ଏଠାକାର ଜଣେ ଟିଚର ସୋସିଆଲ ମିଡିଆରେ ସ୍କୁଲ ବ୍ୟାଗ ର କିଛି ଖାସ ଫଟୋ ସେୟାର କରି ଲେଖିଛନ୍ତି ଏମିତି ବହୁତ ଥର ହୋଇଥାଏ କି ଗରିବ ପିତା ମାତା ପିଲାଙ୍କର ସ୍କୁଲ ସାମଗ୍ରୀ କିଣି ନ ପାରିବା କାରଣରୁ ପିଲାଙ୍କର ପାଠ ପଢା ବନ୍ଦ କରି ଦିଅନ୍ତି । କିନ୍ତୁ ଆପଣ ଏମିତି କରନ୍ତୁ ନାହିଁ ବରଂ ଏହି ଗରିବ ଛାତ୍ରର ପିତାଙ୍କ ପରି ନୂଆ ବିକଳ୍ପ ବାହାର କରନ୍ତୁ ।

Image courtesy: Google

୫ ବର୍ଷର ଏନବାଇ କ୍ୟାଙ୍ଗ କମ୍ବୋଡିୟାର ଏକ ସ୍କୁଲରେ ପଢେ । ତା’ ଘରର ଆର୍ଥିକ ସ୍ଥିତି ଠିକ ନୁହେଁ । କମ୍ବୋଡିୟାରେ ଗୋଟିଏ ସାଧାରଣ ବ୍ୟାଗର ମୂଲ୍ୟ ୩୦୦୦୦ Riels ମାନେ ୪୮୮ ଟଙ୍କା ଅଟେ । ଏମିତିରେ କ୍ୟାଙ୍ଗ ର ମାତା ପିତା ତାକୁ ସ୍କୁଲ ବ୍ୟାଗ ଦେଇ ପାରିଲେ ନାହିଁ ।

Image courtesy: Google

ଏହି ଛୋଟ କାରଣ ପାଇଁ ତା’ର ସ୍କୁଲ ବନ୍ଦ ହୋଇ ନ ଯାଉ ସେଥିପାଇଁ ତା’ର ପିତା Raffia String ଦ୍ଵାରା କ୍ୟାଙ୍ଗ ପାଇଁ ଘରେ ଗୋଟିଏ ସ୍କୁଲ ବ୍ୟାଗ ତିଆରି କରି ଦେଲେ । ଫଳ ସ୍ୱରୂପ ସେହି ବ୍ୟାଗ ବଜାର ର ଫ୍ୟାନ୍ସି ବ୍ୟାଗ ଅପେକ୍ଷା ଦେଖିବାକୁ ବହୁତ ସୁନ୍ଦର ଓ କ୍ୟାଙ୍ଗ ତା’ର ପିତାଙ୍କ ପାଇଁ ସ୍କୁଲରେ ଖୁସିରେ ପାଠ ପଢୁଛି ।

Image courtesy: Google

ଯେତେବେଳେ ଇନ୍ଟରନେଟ ରେ ଏହି ବ୍ୟାଗ ଓ ତା’ର କାହାଣୀ ଭାଇରାଲ ହେଲା ତେବେ ଲୋକମାନେ କ୍ୟାଙ୍ଗ ର ପିତାଙ୍କର ପ୍ରଶଂସା କରିବାକୁ ଲାଗିଲେ । ଗୋଟିଏ ରିପୋର୍ଟ ଅନୁସାରେ ହାରାହାରି ୬ କୋଟି ପିଲା ଗରିବୀ କାରଣରୁ ସ୍କୁଲ ଯାଇ ପାରନ୍ତି ନାହିଁ । ଏମିତିରେ ଆମ୍ଭେମାନେ ଯଦି ପଇସା ବଦଳରେ ସେମାନଙ୍କୁ ସ୍କୁଲ ସାମଗ୍ରୀ ଡୋନେଟ କରିଦେବା ତେବେ କେତେ ପିଲାଙ୍କର ଭବିଷ୍ୟତ ସୁଧୁରିଯିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।