ଦୁଇ ପିଢୀ ପରେ ଜନ୍ମ ହେଲା ଝିଅ ତ ବାପା କରିଲେ କିଛି ଏମିତି, ପୁରା ସହର ଦେଖିକି ଆଶ୍ଚର୍ଯ୍ୟ , ଜାଣନ୍ତୁ ପୁରା ଘଟଣା

ଆମର ଭାରତୀୟ ସମାଜରେ ଝିଅ ମାନଙ୍କୁ ଲକ୍ଷ୍ମୀଙ୍କ ପରି ପୂଜା କରାଯାଏ । ଏହାର ଏକ ଜ୍ଵଳନ୍ତ ଉଦାହରଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ମିଡିୟା ରେପୋର୍ଟ୍ସ ଅନୁସାରେ ମଧ୍ୟପ୍ରଦେଶ ର ନୟାପୁର ଅଞ୍ଚଳର ନାଗବଂଶୀ ପରିପବାର ରେ ଏକ ଝିଅ ଜନ୍ମ ହୋଇଥିଲା ଏବଂ ସେହି ପରିବାର ପାଇଁ ଏହା ଏକ ବଡ ଖୁସି ଖବର ଥିଲା । କାରଣ ଏହି ପରିବାରରେ ପ୍ରାୟ ଦୁଇ ପିଢୀ ପରେ କୌଣସି ଝିଅର ଜନ୍ମ ହୋଇଥିଲା । ସବୁବେଳେ ସମାଜରେ ଦେଖା ଯାଇଛି ଯେ ପୁଅ ଜନ୍ମ ହେଲେ ଯେତେ ଖୁସି ଏବଂ ଉତ୍ସବ ପାଳନ କରନ୍ତି ସେତେ ଖୁସି ଝିଅ ଜନ୍ମ ହେଲେ ହୁଅନ୍ତି ନାହିଁ ।

କିନ୍ତୁ ଏହି ନାଗବଂଶୀ ପରିବାରରେ ଗୋଟେ ଝିଅ ହେବାପରେ ବୋହୁତ ଉତ୍ସବ ପାଳନ କରାଗଲା । କାହାକୁ ଜଣା ନଥିଲା ଯେତେବେଳେ ଝିଅକୁ ହୋସପିଟାଲରୁ ଘରକୁ ଅଣାଯାଉଥିଲା ତାହାର ବାପା ଘରର କବାଟ ପାଖରେ ଛିଡା ହୋଇ ହାତରେ ଫୁଲ ଧରି ଝିଅକୁ ସ୍ଵାଗତ କରିବା ପାଇଁ ଅପେକ୍ଷାରତ ଥିଲା । ଯେତେବେଳେ ସେ ତା ଦାଦା ର କୋଳରେ ଘର ଭିତରକୁ ପଶୁଥିଲା ସେହି ସମୟରେ ତାହା ର ବାପା ଫୁଲ ର ବର୍ଷା କରିଥିଲା । ଏବଂ ସେହି ଝିଅକୁ ଫୁଲରେ ସଜିତ ଲାଲ ରଙ୍ଗର ଗାଡିରେ ଅଣାଯାଇଥିଲା ।

ଏବଂ ତାହା ପରେ ତାହାର ଗୋଲାପ ଫୁଲ ରେ ସ୍ଵାଗତ କରଯାଇଥିଲା । ସେଇଠାରେ ଛୋଟ ପିଲାମାନେ ବାଣ ଫୁଟାଇ ଖୁସି ମନାଉ ଥିଲେ । ପିତା ଭୁପେନ୍ଦ୍ର ସିଂହ ଅଗ୍ନିବଂଶୀ ନିଜ ଝିଅ ର ନାମ ପରି କହିଥିଲେ । ଭୁପେନ୍ଦ୍ର କହିଲେ ତାଙ୍କ ପରିବାରରେ ଦୁଇ ପିଢୀ ପରେ ପରି ଜନ୍ମ ନେଇଛି । ଭୁପେନ୍ଦ୍ର କହିଲେ ଆମ ବାପାଙ୍କର ଆମେ ଚାରି ଭାଇ ଥିଲୁ ଏବଂ ଆମର ସମସ୍ତଙ୍କର ପୁଅ ଅଛି । ପ୍ରଥମ ଥର ପାଇଁ ଝିଅ ହୋଇଥିବାରୁ ଆମେ ସମସ୍ତେ ଖୁସି ଥିଲୁ । ନାଗବଂଶୀ ପରିବାରରେ ଖୁସି ପୁରା ଗାଁ ଦେଖିଲା ।

 

ଯେତେବେଳେ ସେମାନେ ଝିଅକୁ ଫୁଲରେ ସୁ ସଜ୍ଜିତ ଗାଡିରେ ହସ୍ପିଟାଲରୁ ଘରକୁ ଆଣିଲେ ସେହି ସମୟରେ ସମସ୍ତେ ଏହି ଦୃଶ୍ୟ କୁ ଦେଖି ଆଚମ୍ବିତ ହୋଇ ରହିଗଲେ । ତାଙ୍କ ପରିବାରରେ ସମସ୍ତେ ହର୍ଷ ଓ ଉଲ୍ଲାସ ସହ ଏହି ଖୁସି କୁ ପାଳନ କରୁଥିଲେ । ଏହି ଦିନକୁ ସେମାନେ ଏକ ପର୍ବ ଭଳି ପାଳନ କରୁଥିଲେ।