2 ଲକ୍ଷ ଟଙ୍କାର ସୁନାର ମାସ୍କ, ବର୍ତ୍ତମାନ ପୁନେର ଏହି ବ୍ୟକ୍ତି ଅଛନ୍ତି ଚର୍ଚ୍ଚାରେ

କରୋନା ଆମ ଦେଶରେ ବର୍ତ୍ତମାନ ତାର କାୟା ବିସ୍ତାର କରୁଛି । ସରକାର ଏବେ ମାସ୍କ ଆଉ ସାନିଟାଇଜର ର ବ୍ୟବହାର ପାଇଁ ଜନସାଧାରଣ ଙ୍କୁ କହିଛନ୍ତି । ଏହି ସମୟରେ ଶାରୀରିକ ଦୂରତା ଏବଂ ମାସ୍କ ପିନ୍ଧି ବାହାରକୁ ଯିବା ମଧ୍ୟରେ ମନୁଷ୍ୟଙ୍କ ପାଇଁ ଅସାଧାରଣ ମାସ୍କ ଅନେକ ତିଆରି କରିଛନ୍ତି । କିନ୍ତୁ ଏହି ବ୍ୟକ୍ତି ଚର୍ଚ୍ଚା କୁ ଆସିବାର କାରଣ ହେଉଛି ସେ ଶୁଦ୍ଧ ସୁନାରେ ନିର୍ମିତ ଏକ ଧାତବ ମାସ୍କ ତିଆରି କରିଛନ୍ତି ।

ପୁନେ (ମହାରାଷ୍ଟ୍ର) କୋଭିଡ -19 ସମୟରେ, ମାସ୍କଗୁଡ଼ିକ ଲୋକଙ୍କ ଆବଶ୍ୟକତା ହୋଇପଡିଛି । ସରକାର ମଧ୍ୟ ଏନେଇ ବାଧ୍ୟତାମୂଳକ କରୁଛନ୍ତି । ସରକାର ଙ୍କ ନିର୍ଦେଶ ଅନୁଯାୟୀ ମାସ୍କ ଏବଂ ସାନିଟାଇଜର ହିଁ ଆମକୁ କରୋନା ସଂକ୍ରମଣ ରୁ ବଞ୍ଚାଇ ପାରିବ । ଏହି ସମୟରେ ବଜାରରେ ବିଭିନ୍ନ ପ୍ରକାର ର ମାସ୍କ ଉପଲବ୍ଧ, କିନ୍ତୁ ପୁନେ ବ୍ୟବସାୟୀଙ୍କ ଶୈଳୀ ଏହି କ୍ଷେତ୍ରରେ ଅତୁଳନୀୟ ।

ମହାରାଷ୍ଟ୍ରର ପିମ୍ପ୍ରି-ଚିନ୍ୱାଡ ସହରର ବାସିନ୍ଦା ଶଙ୍କର କୁରେଡେ 2.90 ଲକ୍ଷ ପାଖା ପାଖି ତିନି ଲକ୍ଷ ଟଙ୍କା ମୂଲ୍ୟର ସୁନା ମାସ୍କ ପିନ୍ଧିଥିଲେ, ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେ ସ୍ବୀକାର କରିଛନ୍ତି ଯେ ଏହି ମାସ୍କରେ ଅନେକ କଣା ଅଛି, ମାତ୍ରାଧିକ କଣା ଅଛି ନଚେତ ନିଶ୍ୱାସ ନେବା ସମ୍ଭବ ହୋଇନଥାନ୍ତା ଏବଂ ବେଳେ ବେଳେ ନିଶ୍ୱାସ ନେବା କଷ୍ଟକର ହୋଇପଡେ ।

ତେବେ ଏହି ମାସ୍କ ଦ୍ୱାରା କରୋନା ଭାଇରସକୁ ରୋକିବା ସମ୍ଭବ କି ନୁହେଁ ସେ ନିଶ୍ଚିତ ନୁହଁନ୍ତି । କିନ୍ତୁ ସେ ଏହା କହିଛନ୍ତି କି ଆମକୁ ନିହାତି ଭାବରେ ମାସ୍କ ପିନ୍ଧି ବାହାରକୁ ବାହାରିବା ଉଚିତ ନଚେତ ଏହି କରୋନା ଭୁତାଣୁ ଆମ ଶରୀର ମଧ୍ୟ କୁ ଚାଲିଯିବ ଏବଂ ସଂକ୍ରମଣ ହୋଇଯିବ । ତେବେ ତାଙ୍କ କହିବା କଥା କି ଏହି ମାସ୍କ ସେ ନିଜର ରାଜକୀୟ ଠାଣି ପାଇଁ ପିନ୍ଧିଛନ୍ତି । ତାଙ୍କ ପାଖରେ ବହୁତ ସୁନା ରହିଛି ତେଣୁ ସେ ସୁନାର ମାସ୍କ ବନାଇ ପିନ୍ଧି ଏବେ ଗଣ ମାଧ୍ୟମରେ ଚର୍ଚ୍ଚାକୁ ଆସିଛନ୍ତି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।