ଦୁଇ ଦିନର ପିଲାକୁ ଅଳିଆ ଗଦାରେ ଫିଙ୍ଗି ଦେଇଥିଲା ଜନ୍ମ କରିଲା ମା, ଆଉ ଏବେ 5 ବର୍ଷ ପରେ ଆସି… ଦେଖନ୍ତୁ Video

ମାତ୍ର 2 ଦିନର ପିଲାକୁ ଫୋପାଡି ଦେଇଥିଲା ମା । ଆଜି ଜନ୍ମ କରିଲା ଆଉ କାଲି ନେଇ ଫୋପାଡି ଦେଲା ପିଲାକୁ । ସେପଟେ ପିଲାର ଜନ୍ମ କରିଲା ମା ତାକୁ ଫୋପଡି ଦେବାକୁ ଯାଉଥିଲା ଏପଟେ ମା ପେଟରେ ରକ୍ତ ପିଲାର ଦେହରୁ ଛାଡିନି । ଆଉ ମା ହୋଇ ପାଲଟି ଯାଇଥିଲା ରାକ୍ଷସୀ । ହଁ ଦର୍ଶକ ବନ୍ଧୁ ପିଲାଟି ମୁଆଁ କୁଆଁ କରି କାନ୍ଦୁଥିବା ବେଳେ ତାର ପାଟି ବନ୍ଦ କରି ମା ଅଳିଆ ଗଦାରେ ଫୋପାଡିବାକୁ ଯାଉଥିଲା ।

ଜଣେ ମା ହୋଇ କିପରି ନିଜେ ଜନ୍ମ କରିଥିବା 2 ଦିନର ପିଲାକୁ ଫୋପାଡିବାକୁ ଯାଉଥିଲେ ତାହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମା ପିଲାକୁ ଫୋପାଡି ଦେଇଥିବା ବେଳେ ଜଣେ ଅଟୋ ଡ୍ରାଇଭର ଓ ତାଙ୍କ ସ୍ତ୍ରୀ ପିଲାକୁ ପାଇ ହୋଇ ପିଲାର 5 ବର୍ଷ ଯାଏଁ ଲାଳନପାଳନ କରିଲେ । କିନ୍ତୁ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଏକା ପିଲାକୁ ଲାଳନପାଳନ କରିଲେ ।

ହେଲେ ଏବେ ପିଲାକୁ 5 ବର୍ଷ ହେବା ପରେ ପିଲା ବଡ ହେବା ପରେ ଏବେ ଜନ୍ମ କରିଲା ମା ମୋ ପୁଅ ପୁଅ କହି ଚିତ୍କାର କରୁଛି । ଏମିତିକି ମୋ ପିଲାକୁ ଚୋରୀ କରିନେବାର ଥାନାରେ ଅଭିଯୋଗ କରିଛି ଜନ୍ମ ଅକରିଲା ମା । ଏଭଳି ଏକ ଘଟଣା ଘଟିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳରେ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ପାଳରୁ ଗଜପତି ନଗରର ସୁନିତା ବେହେରା ଉପ୍ତ ଛୁଆକୁ ନିଜର ବୋଲି ଦାବି କରୁଥିବା ବେଳେ ଛୁଆକୁ ବ୍ରହ୍ମପୁର ଅଞ୍ଚଳର ଗୀତା ଦାସ 5 ବର୍ଷ ତଳେ ଚୋରୀ କରି ନେଇଥିବା ଅଭିଯୋଗ କରିଛନ୍ତି ।

ଗୀତା ଦାସ କହିଛନ୍ତି ତାଙ୍କ ସ୍ଵାମିଙ୍କ ହାତକୁ ଛୁଆକୁ ଟେକି ଦେଇ ଜନ୍ମ କରିଲା ମା କୁଆଡେ ଚାଲି ଯାଇଥିଲା । ଏବେ ଗତ କିଛି ଦିନ ତଳେ MKCJ ମେଡିକାଲ ଅଞ୍ଚଳର ଜଣେ ଡ୍ରାଇଭରଙ୍କ ଦ୍ଵାରା ଆସି ସୁନିତା ତାଙ୍କ ପୁଅକୁ ଫେରାଇ ଦେବାକୁ ଦାବି କରିଥିଲେ । ଫଳରେ ଥାନାରେ ଆସି ମାମଲା ପହଞ୍ଚିଥିଲା । ସୁନିତାଙ୍କ କହିବା ଅନୁଯାୟୀ ଛୁଆ ଜନ୍ମ ହେବାର 7 ଦିନ ପରେ MKCJ ରୁ ପାଲୁରୁ ଯିବାକୁ ଅଟୋ ବୁଝିବାକୁ ଯାଇଥିଲେ ।

ଏହି ସମୟରେ ଅଟୋ ଡ୍ରାଇଭର ସନ୍ତୋଷଙ୍କ ସହ ଭେଟ ହୋଇଥିଲା ଆଉ ସନ୍ତୋଷ ବିଭିନ୍ନ କଥା କହି ତାଙ୍କ ଘରେ 2 ମାସ ରଖିଥିଲେ । ପରେ ବ୍ରହ୍ମପୁର ମାର୍କେଟରୁ ଛୁଆ ପାଇଁ କିଛି କିଣିବାକୁ ଆସିବା ବେଳେ ଛୁଆକୁ ଛାଡି କୁଆଡେ ପଳାଇଥିଲେ । ଏନେଇ ରମ୍ଭା ଥାନାରେ ଅଭିଯୋଗ କରିଥିଲେ ।

ଗୀତାଙ୍କ କହିଲା କଥା ହେଲା ଛୁଆ ଜନ୍ମ ହେବାର 2 ଦିନ ପରେ ସୁନିତା ତାକୁ ଫୋପାଡିବାକୁ ଯାଉଥିବାର ଦେଖି ତାଙ୍କ ସ୍ଵାମୀ ଦେଖି ଛୁଆକୁ ଉଧାର କରି ଘରକୁ ଆଣିଥିଲେ । ଶିଶୁ, ସୁନିତା ଓ ବାପାର DNA ଟେଷ୍ଟ କରିବାକୁ ଦାବି କରିଛନ୍ତି ଗୀତା । ପିଲାକୁ ନେଇ ସୁନିତା କେଉଁଠିକି ବିକ୍ରି କରିବେ ବୋଲି ଗୀତା ଅଭିଯୋଗ କରିଛନ୍ତି ।  ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।