ବାହାନଗା ରେଳ ଦୁର୍ଘଟଣାରେ ସିବିଆଇ ତଦନ୍ତ ତନାଘନା ଚଲାଇଛି । ସିବିଆଇ ଦଳ 3 କର୍ମଚାରୀ ଙ୍କୁ ପଚରାଉଚରା କରିବା ସହ ଦୁର୍ଘଟଣା ଦିନ ରାତିରେ ଦାୟିତ୍ବରେ ରହିଥିବା ସହକାରୀ ଷ୍ଟେସନ ମାଷ୍ଟର ଙ୍କୁ ପଚରାଉଚରା କରୁଥିବା ଜଣା ପଡିଛି । ହଁ ଦର୍ଶକ ବନ୍ଧୁ ବିଶେଷ ସୂତ୍ର ରୁ ଖବର ଅନୁଯାୟୀ 3 ଜଣ କର୍ମଚାରୀ ଙ୍କୁ ଉଠାଇ ନେଇଛି ସିବିଆଇ । ଆଉ ସେହିପରି 9 ଜଣଙ୍କୁ ନଜର ରେ ରଖିଛି ସିବିଆଇ । ଏଠାରେ କହି ରଖିବାକୁ ଚାହିଁବୁ ସିବିଆଇ ର ଅନୁମତି ନ ମିଳିବା ଯାଏଁ ବାହାନଗା ଷ୍ଟେସନ ରେ ଟ୍ରେନ ଅଟକିବ ନାହିଁ ।
ଏମିତି କିଛି ନିସ୍ପତି ନିଆ ଯାଇଛି । ଶନିବାର ଦିନ ସିବିଆଇ ଦଳ ତଦନ୍ତ କରିବା ପରେ ଜଣେ ଷ୍ଟେସନ ମାଷ୍ଟର, ସିଗନାଲ ଟେକଶିଆନ, ଆଉ ଜେଣ ଦକ୍ଷିଣ କେବିନ ଗେଟ ମ୍ୟାନ ଙ୍କୁ ଉଠାଇ ନେଇଥିବା ବିଶ୍ଵସ୍ତ ସୂତ୍ର ରୁ ଜଣା ପଡିଛି । ସେମାନଙ୍କୁ ସିବିଆଇ ଏକ ଅଜ୍ଞାତ ସ୍ଥାନରେ ଅଟକ ରଖିକି ପଚରା ଉଚରା କରୁଛି । ସୂଚନା ଅନୁଯାୟୀ ଦୁର୍ଘଟଣା ଦିନ ସକାଳୁ ସିଗନାଲ ରେ ତ୍ରୁଟି ରହିଥିବା କାର୍ଯ୍ୟରତ କର୍ମଚାରୀ ସହକାରୀ ଷ୍ଟେସନ ମାଷ୍ଟର ଙ୍କୁ ଜଣାଇ ଥିଲେ ।
ହେଲେ ଷ୍ଟେସନ ମାଷ୍ଟର ତ୍ରୁଟି ଥିବା ଜାଣିବା ପରେ ଦୁର୍ଘଟଣା ଦିନ ପୂର୍ବାହ୍ନ 10ଟା ରେ ସମ୍ପୃକ୍ତ ଟେକଶିଆନ ଙ୍କୁ ଡ଼ାକିଥିଲେ । ଟେକଶିଆନ ପହଞ୍ଚିବାରେ ଡେରି ହେବାରୁ ଷ୍ଟେସନ ମାଷ୍ଟର ତାଙ୍କୁ ବାରମ୍ବାର ଫୋନ କରିଥିଲେ । ଟ୍ରେନ ଚଳାଚଳ କରିବା ପାଇଁ ସିଗନାଲ ଠିକ କରି ଦେବାକୁ କହିଥିଲେ । ହେଲେ ଦିନ 11ଟା ରେ ଟେକଶିଆନ ଷ୍ଟେସନ ରେ ପହଞ୍ଚି ସିଗନାଲ ଠିକ କରିଥିଲେ ।
ଆଉ ଏହା ସଠିକ ଭାବେ କାମ କରୁଛି କି ନାହିଁ ତାହା ଷ୍ଟେସନ ମାଷ୍ଟର ସଠିକ ଭାବେ ଯାଞ୍ଚ କରି ନ ଥିଲେ । ଆଉ ଯାହା ପାଇଁ ଏତେ ବଡ ଅଘଟଣ ଘଟିଗଲା । ଅପରାହ୍ନ ରେ ଡିୟୁଟି ରେ ଥିବା ଷ୍ଟେସନ ମାଷ୍ଟର ଙ୍କ ସ୍ଥାନ ରେ ଅନ୍ୟ ଜଣେ ଷ୍ଟେସନ ମାଷ୍ଟର କାର୍ଯ୍ୟ ରେ ଯୋଗ ଦେଇଥିଲେ । ଆଉ ଯେଉଁଥି ପାଇଁ କମ୍ୟୁନିକେଶନ ଜ୍ଞାପ ରହିଥିଲା । ଆଉ ଏ ସିଗନାଲ ସିଷ୍ଟମ ରେ ଗଡବଡ ହୋଇଥିବା ସିବିଆଇ ଜାଣିବା ପରେ 3 କର୍ମଚାରୀ ଙ୍କୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ରଖିକି ପଚରା ଉଚରା କରୁଛି ।
ଆଉ ସବୁଠୁ ବଡ କଥା ନଜରରେ ରହିଛି ଆଉ 9 ଜଣଙ୍କୁ । ସିବିଆଇ ର ତଦନ୍ତ ପରତେ ଏ ଘଟଣାର ପ୍ରକୃତ ସତ୍ୟ କଣ ସାମନା କୁ ଆସିବ ବୋଲି ଲୋକେ ଆଶା ବାନ୍ଧି ଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ ଓ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।