କାହା ଭୁଲ ପାଇଁ ପୁଣି ଥରେ ଚାଲି ଯାଇଥାନ୍ତା ଶହ ଶହ ଲୋକଙ୍କର ଜୀବନ, ରେଳ ବିଭାଗ କହିଲା ଆମର କିଛି ଭୁଲ ନାହିଁ

ନମସ୍କାର ବନ୍ଧୁଗଣ । ବାହାନଗା ର ଛାତିଥରା  ଦୁର୍ଘଟଣା ଏ ଯାଏଁ ମନରୁ ଲିଭି ନାହିଁ । କିନ୍ତୁ ଗତ କାଲି ଗୋଟିଏ ଟ୍ରାକ ରେ ପୁଣି ଥରେ ମୁହାଁ ମୁହିଁ ହୋଇଥାନ୍ତା ଦୁଇ ଟ୍ରେନ । ପୁଣି ମାଲବାହୀ ଟ୍ରେନ କୁ ପିଟି ଥାନ୍ତା ପ୍ୟାସେଞ୍ଜର ଟ୍ରେନ । ଆଉ ଚାଲି ଯାଇଥାନ୍ତା ଶହ ଶହ ଲୋକଙ୍କର ଜୀବନ । ଦର୍ଶକ ବନ୍ଧୁ ବାହାନଗା ର ଭୟଙ୍କର ଦୁର୍ଘଟଣା ପରେ ରେଳ ଚଳାଚଳର ସୁରକ୍ଷା ବ୍ୟବସ୍ଥା କୁ ମଜବୁତ କରିବା ପାଇଁ ଯୋଜନା ଚଲାଇଛି ରେଳ ବିଭାଗ ।

କିନ୍ତୁ ଏହାରି ଭିତରେ ଛତିଶଗଡ ବିଳାସପୁର ରେ ଏକ ବଡ ରେଳ ଦୁର୍ଘଟଣା ତଳି ଯାଇଛି । ଗୋଟିଏ ଟ୍ରାକ ରେ ଦୁଇ ଟି ଟ୍ରେନ ଆସିବାକୁ ମୁହାଁ ମୁହିଁ ଧକ୍କା ଭଳି ସ୍ଥିତି ଦେଖା ଯାଇଥିଲା । ମାତ୍ର ପରସ୍ପର ଠାରୁ 150 ରୁ 200 ମିଟର ଦୂର ରେ ଅର୍ଥାତ ହାତେ ଚାଖଣ୍ଡେ ଦୂର ରେ ଅଟକି ଥିଲା ଟ୍ରେନ । ଫଳରେ ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଥିଲେ ସବୁ ଯାତ୍ରୀ ।

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏ ମୋବାଇଲ ରୁ ସେ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି । ଭିଡିଓ ଟି ହେଉଛି ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ବିଳାସପୁର ର । ବିଳାସପୁର ଜିଲ୍ଲା ର ଜୟନଗର ରେ ଏବଂ ଯାଞ୍ଜଗିରି ଚମ୍ପା ଜିଲ୍ଲା ର ଟୋପିସନା ମଝିରେ ଏକ ମାଲବାହୀ ଟ୍ରେନ ଓ ପ୍ୟାସେଞ୍ଜର ଟ୍ରେନ ଗୋଟିଏ ଟ୍ରାକ ରେ ଆସୁଥିଲା ।

ତେବେ ଏହା ପୂର୍ବରୁ ତ୍ଵରିତ ପଦକ୍ଷେପ ନିଆ ଯିବାରୁ ଏକ ନିଶ୍ଚିନ୍ତ ଦୁର୍ଘଟଣା ରୁ ସବୁ ଅଯାତ୍ରୀ ବଞ୍ଚି ଯାଇଥିଲେ । ଆଉ ସେପଟେ ରେଲୱେ ପକ୍ଷରୁ ସ୍ପଷ୍ଟିକରଣ ଦିଆ ଯାଇଛି କି ଏହା ଏକ ସାଧାରଣ ସିଗନାଲ ପ୍ରକ୍ରିୟା କିଛି ବି ଅସୁବିଧା ହୋଇ ନ ଥାନ୍ତା । ମାଲବାହୀ ଟ୍ରେନ ଟି ସନ୍ଧ୍ୟାରେ ହୋମ ସିଗନାଲ ଥିବା ଟ୍ରାକ ରେ ଛିଡା ହୋଇଥିଲା । ଅନ୍ୟ ପଟୁ ଆସୁଥିବା ପ୍ୟାସେଞ୍ଜର ଟ୍ରେନ ସିଗନାଲ ପାଇ ସେଠାରେ ଅଟକିଥିଲା ।

ମାତ୍ର 150 ରୁ 200 ମିଟର ଭିତରେ । କିନ୍ତୁ ଏହା ଜାଣି ନ ଥିବା ଲୋକ ମାନେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ତେବେ କେମିତି ବା ସାଧାରଣ ଲୋକେ ବୁଝିବେ ଏ ନିୟମ ? ଯେତେବେଳେ ବାହାନଗା ଭଳି ଏକ ବଡ ଦୁର୍ଘଟଣା ଘଟି ଯାଇଛି ସମସ୍ତଙ୍କ ମନରେ ଛନକା ପସିଛି ଆଉ ଠିକ ସେତିକି ବେଳେ ଗୋଟେ ପଟେ ମାଲବାହୀ ଟ୍ରେନ ଠିଆ ହୋଇଛି ଆଉ ଗୋଟେ ପଟେ ପ୍ୟାସେଞ୍ଜର ଟ୍ରେନ ଯାଇ ଅଟକି ଯାଇଛି । କାରଣ ରେଲୱେ ର ନିୟମ ସବୁ ଜାଣି ନାହାନ୍ତି । ତା ହେଲେ ବନ୍ଧୁଗଣ ଏଭଳି ଆଗକୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ, ସେୟାର ଓ କମେଣ୍ଟ କରନ୍ତୁ ।