ଦୁଇ ବର୍ଷ ହେଲା ଗୋଟିଏ ଜାଗାରେ ଖୁଣ୍ଟ ଭଳି ଠିଆ ହୋଇ ରହିଛନ୍ତି ମହିଳା, ଆଜି ଯାଏଁ କେହି ତାଙ୍କ ମୁହଁ ବି ଦେଖିନାହାନ୍ତି, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ video

ଠିଆ ଠିଆ ଦୁଇ ବର୍ଷ ବିତେଇ ଦେଲେଣି ଏହି ଉଚ୍ଚ ଶିକ୍ଷିତା ମହିଳା । ଦିନରାତି ମୁହଁ ଲୁଚେଇ ଠିଆ ହୋଇ ରହୁଛନ୍ତି ପ୍ରଭାସିନୀ ନାୟକ । କହିବାକୁ ଗଲେ ସେ ଏକ ପ୍ରକାର ଖୁଣ୍ଟ ପାଲଟି ଯାଇଛନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ଏକଦମ ସତ ଘଟଣା । ଘଣ୍ଟେ ଦୁଇ ଘଣ୍ଟା କି ମାସେ ଦୁଇମାସ ନୁହେଁ ବରଂ ଦୀର୍ଘ ଦୁଇ ବର୍ଷ ହେଲା ଏମିତି ଛିଡା ହୋଇ ରହିଛନ୍ତି ପ୍ରଭାସିନୀ । ଖରା ବର୍ଷା ଓ ଦିନରାତି କିଛି ନମାନି ପୋଖରୀ କୂଳରେ ମୁହଁକୁ ଲୁଚେଇ ଏମିତି ଠିଆ ହୋଇ ରହୁଛନ୍ତି ମହିଳାଜଣକ ।

ଥରେ ବି କେଉଁଠି ବସୁ ନାହାନ୍ତି କି ଟିକେ ଆଉଜି ହେଉ ନାହାନ୍ତି । ଯଦି କେହି କିଛି ତାଙ୍କୁ କହୁଛନ୍ତି କିମ୍ବା ସେଠାରୁ ଯିବାକୁ କହୁଛନ୍ତି ତେବେ ସେ ଭୀଷଣ ଗାଳିଗୁଲଜ କରୁଛନ୍ତି । ତେଣୁ ଭୟରେ ତାଙ୍କୁ କେହି କିଛି କହୁ ନାହାନ୍ତି । ତାଙ୍କର ଚିକିତ୍ସା ଯେତେ ଚେଷ୍ଟା କରିଲେ ଓ ଔଷଧ ଦେବାକୁ ଚାହିଁଲେ ମଧ୍ୟ କିଛି କାମ ଦେଲାନି ବୋଲି କହିଛନ୍ତି ଜଣେ ସ୍ଥାନୀୟ ବାସିନ୍ଦା । ପ୍ରଭାସିନୀ ହେଉଛନ୍ତି ଗଞ୍ଜାମ ବେଲକୁଣ୍ଠ ବ୍ଲକ କଇଠପଲ୍ଲୀ ଗାଁର ଜଣେ ବେଶ ପାଠୁଆ ମହିଳା ।

ତାଙ୍କର ଘର ପରିବାର ସମସ୍ତେ ଅଛନ୍ତି । କିନ୍ତୁ ମାନସିକ ବିକାରଗ୍ରସ୍ତ ହୋଇଯିବାରୁ ଘରଛାଡି ଦୀର୍ଘ ଦୁଇ ବର୍ଷ ହେବ ଗାଁ ପୋଖରୀ କୂଳରେ ସବୁଦିନ ଏମିତି ଛିଡା ହୋଇ ରହୁଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦୁଇ ବର୍ଷ ଧରି ସେ କେବେବି ମେଡିକାଲ ଯାଇ ନାହାନ୍ତି ।

ମାନସିକ ବିକାରଗ୍ରସ୍ତ ହେବା ପରେ ସ୍ଵାମୀ ପର କରିଦେବାରୁ ଏବେ ଝିଅ ସହ ବାପଘର ଗାଁରେ ପ୍ରଭାସିନୀ ରହୁଛନ୍ତି । ଝିଅ କଲେଜରୁ ଫେରିଲେ ମା’କୁ ଖାଇବା ପାଇଁ ଡାକିବାକୁ ପୋଖରୀ କୁଳକୁ ଯାଆନ୍ତି । ପ୍ରଭାସିନୀ କେତେବେଳେ ଝିଅ କଥା ମାନି ଖାଇ ଦିଅନ୍ତି ତ ଆଉ କେତେବେଳେ ତାକୁ ଠେଲି ଦିଅନ୍ତି । ସେ ନିଜ ମୁହଁକୁ କପଡାରେ ଏମିତି ଘୋଡେଇ ରଖନ୍ତି ଯେ ଗାଁ ଲୋକେ ବି ତାଙ୍କୁ ଆଜିଯାଏଁ ଭଲରେ ଦେଖିନାହାନ୍ତି ।

ଛିଡା ହୋଇ ରହିବା ସହ ମନେ ମନେ ଗୁଣୁଗୁଣୁ ହୋଇ କଣ ସବୁ କହିଯାନ୍ତି । ତାଙ୍କର ଏଭଳି ଅବସ୍ଥା ଦେଖିବାକୁ ଲୋକଙ୍କୁ ଚକିତ କରିଦେଉଛି । ତେଣୁ ପ୍ରଭାସିନୀଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବା ପାଇଁ ଗାଁ ଲୋକେ ଅନୁରୋଧ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।