Anubhav Mohanty ଓ Rani Panda ଙ୍କ ଯୋଡି କେମିତି ଲାଗୁଛି ? ରାଣୀ ପୋଷ୍ଟ କଲେ ବର କନିଆଁ ବେଶରେ ଫଟୋ, ଦେଖନ୍ତୁ କଣ କହୁଛନ୍ତି ନେଟିଜେନ୍ସ

କେବେ ଓଡିଶାର ଦିବଙ୍ଗତ ନେତା ପ୍ରଦୀପ ମହାରଥୀ ତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆଉ କେବେ ବଲିଉଡ ସୁପରଷ୍ଟାର ସଲମାନ ଖାନ । ଆଉ ଏବେ କେନ୍ଦ୍ରପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି ଯାତ୍ରା ଆଇଟମ ଗାର୍ଲ ରାଣୀ ପଣ୍ଡା । ଗତ 24 ତାରିଖରେ ଅନୁଭବଙ୍କ ଜନ୍ମଦିନ ଯାଇଛି ଏବଂ ତାଙ୍କ ଜନ୍ମଦିନରେ ରାଣୀ ଶୁଭେଚ୍ଛା ଜଣେଇବାକୁ ଭୁଲି ଯାଇଥିଲେ ।

ତେବେ ବିଳମ୍ବ ହେଲେ ରାଣୀ ଭିଡିଓ ମାଧ୍ୟମରେ ଅନୁଭବଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ବିବାହ ଅଫର୍ ମଧ୍ୟ ଦେଇଛନ୍ତି । ଅନୁଭବ ଯଦି ରାଜି ହେବେ ତାଙ୍କୁ ବାହା ହେବାକୁ ପଛେଇବେ ନାହିଁ ବୋଲି ରାଣୀ ପଣ୍ଡା ଦୁଇ ଦୁଇଥର ସ୍ପଷ୍ଟ କରି ସାରିଲେଣି । ପ୍ରଥମେ ଜନ୍ମଦିନରେ ଅନୁଭବ ଏକ ଭିଡିଓ ଜାରି କହିଥିଲେ କି, ଯେଉଁ ଦିନ ତାଙ୍କର ଡିଭୋର୍ସ ହୋଇଯିବ ସେଦିନ ତାଙ୍କର ନୂଆ ଜନ୍ମ ହେବ ଓ ସେଦିନ ସେ ଜନ୍ମଦିନ ପାଳନ କରିବେ ।

ଗତ ଦୁଇ ବର୍ଷ ଧରି ଅନୁଭବ ପାରିବାରିକ ବିବାଦରେ ଛନ୍ଦି ହୋଇ ରହିଥିବା ବେଳେ ରାଣୀଙ୍କ ଭିଡିଓ ଏବଂ ଆଉ ଏକ ଫେସବୁକ ପୋଷ୍ଟ ଏବେ ଏହି ଚର୍ଚ୍ଚାରେ ଘିଅ ଢାଳିବା କାମ କରିଛି । ରାଣୀଙ୍କ ଦ୍ଵାରା କରା ଯାଇଥିବା ଏହି ଫେସବୁକ ପୋଷ୍ଟରେ ଅନୁଭବ ବର ବେଶରେ ବସିଛନ୍ତି ଆଉ ତାଙ୍କ ପାଖରେ ରାଣୀ କନିଆଁ ବେଶରେ ଅଛନ୍ତି । ଗୋଟିଏ ଫ୍ରେମରେ ଉଭୟଙ୍କ ଫଟୋ ସହ ଉପରେ କ୍ୟାପସନରେ ରଣୟ ଲେଖିଛନ୍ତି, “ଆମ ଯୋଡି କେମିତି ଲାଗୁଛି ?”

ତେବେ ରାଣୀଙ୍କ ପୋଷ୍ଟରେ ଲୋକେ ଅନେକ କିଛି କମେଣ୍ଟ କରୁଛନ୍ତି । କେହି କେହି ତାଙ୍କ ଯୋଡି ବେଶ ଭଲ ଲାଗୁଛି ବୋଲି କହୁଥିବା ବେଳେ ଆଉ କେହି କେହି ପ୍ରଶ୍ନ କରୁଛନ୍ତି କି ଅନୁଭବ କଣ ସତରେ ଏଥିରେ ରାଜି ହେବେ ? ଆଉ ରାଣୀ ପଣ୍ଡା ବି କମେଣ୍ଟ ଗୁଡିକୁ ଯାହା ରିପ୍ଲାଇ ଦେଉଛନ୍ତି ତାହା ଆପଣ ନିଜେ ତାଙ୍କ ଫେସବୁକ ପୋଷ୍ଟରେ ଦେଖିନେବା ଭଲ ହେବ । ଅନୁଭବ ମହାନ୍ତିଙ୍କ ପାଇଁ ତାଙ୍କର ଟିକିଏ ଦୁର୍ବଳତା ରହୁଛି ବୋଲି ରାଣୀ କହିଛନ୍ତି ।

ତାଙ୍କୁ ବାହା ହେଲେ ସେ ତାଙ୍କୁ ବହୁତ ଖୁସିରେ ରଖିବେ ଆଉ ଭଲରେ ଜନ୍ମଦିନ ପାଳନ କରିବେ ବୋଲି କହିଥିଲେ । ଏହାସହ ଅନୁଭବଙ୍କ ପତ୍ନୀ ବର୍ଷା ତାଙ୍କୁ ଖୁବ ନିର୍ଯ୍ୟାତନା ଦେଲେଣି ବୋଲି ରାଣୀ କହିଛନ୍ତି । ତେବେ ସୁପରଷ୍ଟାର ଅନୁଭବ ମହାନ୍ତି ଏବେ ଯାଏଁ ଏନେଇ ମୁହଁ ଖୋଲି ନାହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।