Anubhav ଙ୍କୁ ବିବାହ ପ୍ରସ୍ତାବ ଦେବା ନେଇ ପୁଣି ଥରେ ମୁହଁ ଖୋଲିଲେ Rani Panda, Varsha Priyadarshini ଙ୍କୁ ନେଇ ଯାହା କହିଲେ ନା… ଦେଖନ୍ତୁ video

ନିକଟରେ ଓଲିଉଡ ଇଣ୍ଡଷ୍ଟ୍ରିର ଆଗଧାଡିର ନାୟକ ଅନୁଭବ ମହାନ୍ତିଙ୍କ ଜନ୍ମଦିନ ଯାଇଛି । ଆଉ ନିଜ ଜନ୍ମଦିନ ପାଳନ କରିବାକୁ ନେଇ ଅନୁଭବ ବୟାନ ଦେଇଥିଲେ କି, ଯେଉଁ ଦିନ ତାଙ୍କର ଡିଭୋର୍ସ ହେବ ସେଦିନ ଠାରୁ ସେ ଜନ୍ମଦିନ ପାଳନ କରିବେ । ତେବେ ଅନୁଭବଙ୍କ ଏଭଳି ବୟାନକୁ ନେଇ ଯାତ୍ରା ଦୁନିଆର ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ନିଜ ମତ ରଖି ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ଅନୁଭବଙ୍କ ଉଦ୍ଦେଶ୍ୟରେ ରାଣୀ ପଣ୍ଡା ଏକ ଭିଡିଓ ଜାରି କହିଛନ୍ତି କି, ଅନୁଭବ ତୁମର ଡିଭୋର୍ସ ହେଲା ପରେ ମୋତେ ବାହା ହେଇ ଯାଅ ।

ମୁଁ ତୁମକୁ ବହୁତ ଖୁସିରେ ରଖିବି । ତେବେ ଏନେଇ ରାଣୀ ପଣ୍ଡା ପୁଣି ଥରେ ଆଉ ଏଗଣମାଧ୍ୟମ ସାକ୍ଷାତକାରରେ ସଫେଇ ଦେଇଛନ୍ତି । ରାଣୀ କହିଛନ୍ତି କି, ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ ମାମଲା ଯେତେବେଳେ ସାମ୍ନାକୁ ଆସିଥିଲା ତାଙ୍କୁ ବହୁତ ଦୁଃଖ ଲାଗିଥିଲା ଓ ସେ ଚାହିଁଥିଲେ କି ଯାହା ବି ହୋଇଛି ସମାଧାନ ହୋଇଯାଉ ବୋଲି । କିନ୍ତୁ ଏବେ ମାମଲା ଯେତେ ଦୂର ଗଲାଣି ଆଉ ଲାଗୁନି କି ସେମାନେ କେବେ ଏକାଠି ହେବେ । ଅନୁଭବ ବି ଜଣେ ପୁରୁଷ ହିସାବରେ ବହୁ ନିର୍ଯ୍ୟାତନା ସହିଲେଣି ।

ତେଣୁ ପୁରୁଷ ସମାଜ ତାଙ୍କ ସମର୍ଥନରେ ଆଗେଇ ଆସିବା ଆବଶ୍ୟକ । ଆଉ ବର୍ଷା ସବୁବେଳେ ଚତୁରତାର ସହ ମୌନ ରହୁଛନ୍ତି । ଅନୁଭବ ଯଦି ତାଙ୍କ ସ୍ତ୍ରୀ ସହ ରହିବେ ତେବେ ତାଙ୍କ ଭବିଷ୍ୟତ ଏକଦମ ଅନ୍ଧାର ହେଇଯିବ । ବର୍ଷାଙ୍କ ପେଡି ଖୋଲିଲେ ଖାଲି ହୁତୁହୁତୁ ନିଆଁ ଜଳିବ ଯାହା ମୁଁ କରିବାକୁ ଚାହୁଁନି । ସେ ଯଦି ସତରେ ଏତେ ମହାନ ହୋଇଥାନ୍ତେ ତେବେ ଅନୁଭବଙ୍କୁ ଏତେ କଷ୍ଟ ସହିବାକୁ ଦେଇ ନଥାନ୍ତେ । ଆହୁରି ମଧ୍ୟ କହିଛନ୍ତି କି, ଅନୁଭବ ହୁଏତ ଜଣେ ସାଂସଦ ହିସାବରେ ନିଜ କର୍ତ୍ତବ୍ୟ ଭଲ ଭାବେ କରିପାରିଲେନି ।

ତେଣୁ ଲୋକେ ତାଙ୍କ ପାଇଁ ବାହାରୁ ନାହାନ୍ତି । ଯାହା ବି ହେଉ ଅନୁଭବ ଯେହେତୁ ଜଣେ ଆଗଧାଡିର ଅଭିନେତା ତେଣୁ ସବୁ ମାମଲାରେ ତାଙ୍କ ନାଁ ଆଗକୁ ଆସିଯାଉଛି । ତେବେ ଅନୁଭବଙ୍କୁ ଖୋଲାଖୋଲି ବାହାଘର ପ୍ରସ୍ତାବ ଦେବା କଥା ନେଇ ରଣୟ ପଣ୍ଡା କହିଛନ୍ତି କି, ଅନୁଭବ ଯଦି ରାଜି ହେବେ ତେବେ ମୋର କଣ ଅଛି । ଓଲିଉଡ ଇଣ୍ଡଷ୍ଟ୍ରିରେ କେତେ କଳାକାର ଅଛନ୍ତି ଯେଉଁ ମାନେ ଡିଭୋର୍ସ ପରେ ଆଉ କାହାକୁ ବାହା ହେଉଛନ୍ତି ଆଫେୟାର କରୁଛନ୍ତି ।

ତେଣୁ ଅନୁଭବ ଯଦି ରାଜି ହେବେ ତାଙ୍କୁ ବାହା ହେବାରେ ମୋର ଆପତ୍ତି ନାହିଁ । ଏହାସହ ରାଣୀ କହିଛନ୍ତି କି, ମୋ ମୁହଁରେ ଯାହା ଆସେ ମୁଁ କହିଦିଏ । ତେଣୁ ବହୁତ ଲୋକ ମୋତେ ଭଲ ପାଆନ୍ତିନି । ସେ ଯାହାବି ହେଉ ଅନୁଭବ ଭାଇଙ୍କ ପ୍ରତି ମୋର ସମ୍ମାନ ଓ ଭଲପାଇବା ଅଛି । ତେବେ ରାଣୀ ପଣ୍ଡାଙ୍କ ଏଭଳି ମନ୍ତବ୍ୟ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।