ବ୍ଯାଙ୍କରେ ଜରୁରୀ କାମ ଥିବା ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, ଜାନୁୟାରୀ 2023 ରେ 14 ଦିନ ବନ୍ଦ ରହିବ ବ୍ଯାଙ୍କ, ଏହିଦିନ କରିପାରିବେ ବ୍ଯାଙ୍କ କାମ, ଦେଖନ୍ତୁ ଛୁଟି ତାଲିକା

ଆଉ ମାତ୍ର ଚାରୋଟି ଦିନ ପରେ ଆରମ୍ଭ ହୋଇଯିବ ନୂଆବର୍ଷ 2023 । ଜାନୁୟାରୀ  1 ତାରିଖ ଛୁଟିଦିନ ରବିବାର ପଡୁଥିବାରୁ ଏଥର ନୂଆବର୍ଷ ସମସ୍ତଙ୍କୁ ଖୁସି ଦେବ । ହେଲେ ନୂଆବର୍ଷରେ ବ୍ୟାଙ୍କରେ କାମ ଥିବା ଗ୍ରାହକଙ୍କ ପାଇଁ ଆମେ ନେଇ ଆସିଛୁ ଜରୁରୀ ସୂଚନା । କାରଣ ଏଥର ନୂଆବର୍ଷ ଜାନୁୟାରୀ ମାସରେ ପ୍ରାୟ 14 ଦିନ ବନ୍ଦ ରହିବ ବ୍ଯାଙ୍କ । ଏନେଇ ରିଜିର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ ଛୁଟି ତାଲିକା ଜାରି କରି ସାରିଲାଣି । ବ୍ଯାଙ୍କରେ କାମ ଥିଲେ ବ୍ଯାଙ୍କ ଛୁଟିଦିନ ଗୁଡିକୁ ଜାଣି ରଖିବା ଉଚିତ ।

ନଚେତ ଆପଣ ଜରୁରୀ କାମରେ ବ୍ଯାଙ୍କ ଯିବାବେଳେ ବ୍ଯାଙ୍କ ବନ୍ଦ ଥିବ ଓ ଆପଣ ଅସୁବିଧାରେ ପଡିବେ । ତେଣୁ ଜରୁରୀ କାମକୁ ବ୍ଯାଙ୍କ ଖୋଲା ଥିବା ଦିନ ମାନଙ୍କରେ କରିବା ଉଚିତ ହେବ । ତେବେ ଜାନୁୟାରୀରେ ଦ୍ଵିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାରକୁ ମିଶାଇ ମୋଟ 14 ଦିନ ବ୍ଯାଙ୍କ ଛୁଟି ରହିବ । ଦେଶର ବିଭିନ୍ନ ରାଜ୍ୟର ପର୍ବପର୍ବାଣିକୁ ଧ୍ୟାନରେ ରଖି ଏହି ଛୁଟି ତାଲିକା ପ୍ରସ୍ତୁତ ହୋଇଛି । ଜାନୁୟାରୀ 1 ରେ ରବିବାର ସାପ୍ତାହିକ ଛୁଟି ଓ 2 ରେ ମିଜୋରାମ ନୂଆବର୍ଷ ।

ଜାନୁୟାରୀ 8 ରବିବାର ସାପ୍ତାହିକ ଛୁଟି ଏବଂ ଜାନୁୟାରୀ 11 ମିଶନାରୀ ଦିବସ ଛୁଟି । ସେହିପରି ଜାନୁୟାରୀ 12 ରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ଓ 14 ରେ ମକର ସଂକ୍ରାନ୍ତି ସହ ଗୁଜୁରାଟ, କର୍ଣ୍ଣାଟକ, ଆସାମ, ସିକିମ ଓ ତେଲେଙ୍ଗାନା ପାଇଁ ବିହୁ ଛୁଟି । ଜାନୁୟାରୀ 15 ପୋଙ୍ଗଲ ପାଇଁ ଛୁଟି ।

ଜାନୁୟାରୀ 22 ରବିବାର ସାପ୍ତାହିକ ଛୁଟି ଏବଂ 23 ତାରିଖରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଓ ହିମାଚଳ ପ୍ରଦେଶର ରାଜ୍ୟ ପାହ୍ୟା ଦିବସ । ଜାନୁୟାରୟ 26 ରେ ସାଧାରଣତନ୍ତ୍ର ଦିବସ ଛୁଟି ସାଙ୍ଗକୁ 18 ଜାନୁୟାରୀରେ ଦ୍ଵିତୀୟ ଶନିବାର ଛୁଟି । 29 ଜାନୁୟାରୀ ମଧ୍ୟ ରବିବାର ସାପ୍ତାହିକ ଛୁଟି ଏବଂ 19 ରେ ଆସାମର ମି-ଦମ-ମି-ଫି ଛୁଟି । ତେବେ କେବଳ ଏତିକି ନୁହେଁ ବରଂ ନୂଆବର୍ଷରେ ବ୍ଯାଙ୍କ ଗୁଡିକ ପାଇଁ ଆରବିଆଇ ନୂଆ ନିୟମ ମଧ୍ୟ ଜାରି କରିଛନ୍ତି ।

ଗ୍ରାହକଙ୍କ ସୁବିଧା ପାଇଁ ନୂଆ ଲକର୍ ନିୟମ ଲାଗୁ କରାଯାଇଛି । ଡିସେମ୍ବର ଶେଷ ସୁଧା ଗ୍ରାହକଙ୍କ ସ୍ଵାକ୍ଷର ନବୀକରଣ କରିବା ସହ ଲକର୍ ରେ ଥିବା ଧନ ପାଇଁ ବ୍ଯାଙ୍କମାନେ ଉତ୍ତରଦାୟୀ ହେବେ ବୋଲି ପରିଷ୍କାର ଭାବେ କୁହାଯାଇଛି । ଗ୍ରାହକଙ୍କୁ ହଇରାଣ କରିବା ପାଇଁ ନୂଆ ନିୟମ ଲାଗୁ ନ କରିବାକୁ ମଧ୍ୟ କୁହାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।