ବାସ୍ ଅଳ୍ପ ଚାଉଳରେ ଧନ ପ୍ରାପ୍ତିର ଚମତ୍କାର ଉପାୟ ! ଘରେ ଯଦି ଟଙ୍କା ଟିକିକି ରହୁନି ତେବେ ଥରେ କରି ଦେଖନ୍ତୁ ଏହି ପ୍ରତିକାର, 100% କାମ କରିବ

ନମସ୍କାର ବନ୍ଧୁଗଣ, ପଇସା ରୋଜଗାର କରିବାର ମୂଳ ଲକ୍ଷ ହୋଇଥାଏ ଆଗାମୀ ଭବିଷ୍ୟତ ପାଇଁ କିଛି ସଞ୍ଚୟ କରିବା । ଅକ୍ଲାନ୍ତ ପରିଶ୍ରମ କରି କିଛି ଲୋକ ଧନ ତ କମାଇଥାନ୍ତି କିନ୍ତୁ ତାହା ତାଙ୍କ ପାଖରେ ରୁହେ ନାହିଁ । ଆୟ ଠାରୁ ବ୍ୟୟ ଅଧିକ ହେବାକୁ ଲାଗିଥାଏ ତେଣୁ ସେ ଯେତେ ଚେଷ୍ଟା କଲେ ମଧ୍ୟ ଧନ ସଞ୍ଚୟ ପାଇଁ ଅକ୍ଷମ ହୋଇଯାନ୍ତି । ତେଣୁ ଆପଣ ଆମେ ଜଣାଇବାକୁ ଯାଉଥିବା ଉପାୟଟିକୁ ନିହାତି କରନ୍ତୁ ଆପଣଙ୍କ ଘରେ ଧନ ସ୍ଥଗିତ ହୋଇ ନିହାତି ରହିବାକୁ ଲାଗିବ ।

 

ଆପଣ ପ୍ରଥମେ ଗୋଟିଏ ଛୋଟ ମାଟିରେ ତିଆରି ମାଠିଆଟିଏ ନିଅନ୍ତୁ । ଘରେ ବ୍ୟବହାର କରୁଥିବା ପୁରୁଣା ମାଠିଆ ନେବେ ନାହି । ଯଦି ଆପଣ ମାଠିଆ ସଂଗ୍ରହ କରିପାରିବେ ନାହିଁ ତେବେ ଆପଣ ଏକ ବଡ ମାଟି ଦୀପ ମଧ୍ୟ ନେଇପାରିବେ । ଏବେ ଆପଣଙ୍କୁ ଏହି ମାଠିଆ କିମ୍ବା ଦୀପରେ ଚାଉଳ ରଖିବାର ଅଛି । ଆପଣ ମାଠିଆକୁ ଫୁଲ କରି ଚାଉଳ ନେବା ଆବଶ୍ୟକ ।

ଚାଉଳ ମାଠିଆରେ ରଖିବା ପରେ ଏହା ସହ ଦୁଇଟି ଦୁବ ଘାସ ମଧ୍ୟ ରଖନ୍ତୁ । ଏହା ଭଗବାନ ଗଣେଶଙ୍କୁ ବହୁତ ପ୍ରିୟ ହୋଇଥାଏ । ଏହାପରେ ଆପଣ ଏଥିରେ 1 ଟଙ୍କିଆ ମୁଦ୍ରା ଟିଏ ରଖିବା ଆବଶ୍ୟକ । ଏବେ ଆପଣ ଏହିସବୁ ଜିନିଷ ମାଠିଆରେ ଭର୍ତ୍ତି କରିସାରିବା ପରେ ବା ଦୀପରେ ରଖିବା ପରେ ଆପଣ ଏକ ନାଲି କପଡାରେ ମାଠିଆର ମୁହଁକୁ ନାଲି ସୂତା ସାହାର୍ଯ୍ୟରେ ବାନ୍ଧି ଦିଅନ୍ତୁ ।

ଯଦି ଆପଣ ଦୀପ ନେଇଛନ୍ତି ତେବେ ଆପଣ ନାଲି କପଡା ମଧ୍ୟରେ ଦୀପକୁ ବାନ୍ଧିପାରିବେ । ଆପଣଙ୍କ ଘରେ ଧନକୁ ଟାଣି ରଖିବାର କଳସ ଏବେ ପ୍ରସ୍ତୁତ ହୋଇଗଲା । ଏହି କଳସ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିଥାଏ । ମନେ ରଖିବେ କଳସ ଭିତରେ ଅରୁଆ ଚାଉଳ ହିଁ ଆପଣଙ୍କୁ ଭରିବାର ଅଛି । ଏବେ ଆପଣ ଏହି କଳସକୁ ଆପଣଙ୍କ ଘରର ଉତ୍ତର ପଶ୍ଚିମ କୋଣରେ ରଖିଦିଅନ୍ତୁ ।

ଆପଣ ଏହି କଳସଟିକୁ ଏକ ବର୍ଷ ପର୍ଯ୍ୟନ୍ତ ସେହିଭଳି ଭାବରେ ସ୍ତିର ରହିବାକୁ ଦେବେ । ବିଲକୁଲ ମଧ୍ୟ ଏହି କଳସକୁ ହଲଚଲ କରିବେ ନାହିଁ । ଗୋଟେ ବର୍ଷ ପରେ ଆପଣ ଭଗବାନଙ୍କୁ ସ୍ମରଣ କରି ପାଖରେ ଥିବା ନଦୀ କିମ୍ବା ପୋଖରୀରେ ଭସାଇ ଦେବେ । ମାଠିଆରେ ଥିବା ପଇସାକୁ ଭସାଇବେ ନାହିଁ । ତେଣୁ ଆପଣ ସେହି ପଇସାକୁ ରଖି ପୁଣି ଥରେ ଉପାୟରେ ବ୍ୟବହାର କରିପାରିବେ କିମ୍ବା କାହାକୁ ଦାନ ମଧ୍ୟ କରିପାରିବେ ।

ଆପଣ ଏହି ଉପାୟଟି କରିବା ଫଳରେ ଆପଣଙ୍କ ଘରକୁ ଆସୁଥିବା ଧନ ସଞ୍ଚୟ ହେବାକୁ ଲାଗିଥାଏ । ଧ୍ୟାନ ରଖିବେ ଆପଣଙ୍କୁ ଏହି ଉପାୟର ଆରମ୍ଭ ଗୁରୁବାର କିମ୍ବା ଶୁକ୍ରବାର ଦିନ କରିବା ଉଚିତ ।  ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।