ସ୍ଵାମୀ ଗ୍ରହଣ କରୁନି କି ପିଲାର ବି ଦେହ ଭଲ ନାହିଁ, ଏତେ ଦୁଃଖରେ ବି ହସୁଛନ୍ତି Deepika, ହେଲେ କାହିଁକି ? ଦେଖନ୍ତୁ video

ନିଜ ପିଲାକୁ ବାପାର ପରିଚୟ ଦେବା ପାଇଁ ସଂଘର୍ଷ କରି ଚାଲିଛନ୍ତି କେ. ଦୀପିକା । ଆଜିକୁ ପ୍ରାୟ ୨୦ରୁ ଉର୍ଦ୍ଧ୍ଵ ଦିନ ହେବ ଦୀପିକା ପ୍ରେମିକ ଦିନେଶଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ଦିନେଶ ତାଙ୍କୁ ପ୍ରେମ କରି ବିବାହ ପ୍ରତିଶ୍ରୁତି ଦେଇଥିଲେ ଓ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । କିନ୍ତୁ ଦୀପିକା ଗର୍ଭବତୀ ହେବା ପରେ ଯେତେବେଳେ ବାହାଘର କଥା ଦିନେଶଙ୍କୁ କହିଥିଲେ ସେତେବେଳେ ଦିନେଶ ବଦଳି ଯାଇଥିଲେ । ଦୀପିକାଙ୍କୁ ସେ ବିବାହ କରିବେ ନାହିଁ ମନା କରି ଦେଇଥିଲେ ।

ଦୀପିକା କିନ୍ତୁ ଦିନେଶଙ୍କ ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଆଉ ଦୀପିକାଙ୍କ ପୁଅକୁ ଏବେ ୧୯ ମାସ ହେଲାଣି, ତଥାପି ଦିନେଶ ଦୀପିକାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରୁନାହାନ୍ତି କି ନିଜ ସନ୍ତାନକୁ ମଧ୍ୟ ଆପଣେଇବାକୁ ଇଚ୍ଛା କରୁନାହାନ୍ତି । ଆଉ ସେପଟେ ଘରଲୋକଙ୍କ କଥାରେ ଅନ୍ୟତ୍ର ବିବାହ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏସବୁ କଥା ଜାଣିପାରି ଶେଷରେ ଦୀପିକା ବାଧ୍ୟ ହୋଇ ଆଇନର ଆଶ୍ରୟ ନେଇଥିଲେ । ଯାହାଫଳରେ ଦିନେଶଙ୍କୁ ତିନି ମାସ ପାଇଁ ଜେଲ ଯିବାକୁ ପଡିଥିଲା ।

ଦୀପିକାଙ୍କ କହିବା ଅନୁଯାୟୀ ଦିନେଶଙ୍କ ବାପାମା ପୁଅକୁ ଜେଲ ପଠାଇଲେ ପଛେ ଦୀପିକାଙ୍କ ସହ ବିବାହ କରିବା ପାଇଁ ରାଜି ହେଲେ ନାହିଁ । ଦିନେଶଙ୍କ ମା’ କହିଲେ ତୁ ଜେଲ ଯାଆ ଆମେ ତୋତେ ଶୀଘ୍ର ବାହାର କରିଦେବୁ । ସେଇଠି ଯଦି ଦିନେଶ ଦୀପିକାଙ୍କୁ ଓ ତାଙ୍କ ପିଲାଙ୍କୁ ଗ୍ରହଣ କରି ନେଇଥାନ୍ତେ ତେବେ ସେ ଜେଲ ମଧ୍ୟ ଯାଇ ନଥାନ୍ତେ । ଦୀପିକା ଏବେବି ଦିନେଶଙ୍କୁ ଭଲପାଆନ୍ତି ଓ ସେ ବି ଚାହୁଁ ନଥିଲେ କି ସେ ଜେଲ ଯାଆନ୍ତୁ ବୋଲି ।

ଆଇନର ଆଶ୍ରୟ ନେବା ପରେ ଏବେ ଦୀପିକା ଦିନେଶଙ୍କ ଘରଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେଉଛନ୍ତି । ଏତେ ଦିନ ବୀତି ଯାଇଥିଲେ ମଧ୍ୟ ଦିନେଶ କି ତାଙ୍କ ଘରଲୋକ କାହାର ମଧ୍ୟ ହୃଦୟ ତରଳୁନି । ସ୍ଵାମୀ ଗ୍ରହଣ କରୁନାହାନ୍ତି ସେପଟେ ତାଙ୍କ ପିଲା ମାଆ ଠାରୁ ଦୂରେଇ ରହୁଥିବାରୁ ତା’ର ଦେହ ମଧ୍ୟ ଭଲ ରହୁନାହିଁ ।

ଖରାତାତି ଓ ବର୍ଷା ମାଡ ସହି ଦୀପିକା ଦିନେଶଙ୍କ ଘର ଆଗରେ ପଡି ରହିଛନ୍ତି । ଏତେ ସବୁ ଦୁଃଖ ଓ ସମସ୍ଯାରେ ଥିଲେ ବି ଦୀପିକା ହସିବାକୁ ଭୁଲିନାହାନ୍ତି । ତଥାପି ତାଙ୍କ ମନରେ ଆତ୍ମବିଶ୍ଵାସ ଅଛି ଓ ଆଶା ମରିନି ବୋଲି ତାଙ୍କ ହସ ସ୍ପଷ୍ଟ ବହବେ କହୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।