“ଭାଇ ମୋ ରୁମ ରେ ମୋ ସାଙ୍ଗ ସହ ସବୁ କଲେ…” ଯୁବତୀ ଜଣକ ଖୋଲିଦେଲେ ଆର୍ମି ଅଫିସରଙ୍କ ସବୁ କାରନାମା

ଜଣେ ଆର୍ମି ଅଫିସରଙ୍କ ନାଁରେ ତାଙ୍କ ପ୍ରେମିକା ସାଂଘାତିକ ଅଭିଯୋଗ ଆଣିଛନ୍ତି । ଦୀର୍ଘ ଆଠ ବର୍ଷ ଧରି ଉଭୟ ପ୍ରେମ ସମ୍ପର୍କରେ ଥିଲେ ଓ ସେମାନଙ୍କ ମଧ୍ୟରେ ଅନେକ ଥର ଶାରୀରିକ ସମ୍ପର୍କ ମଧ୍ୟ ରହିଛି । ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଆର୍ମି ଅଫିସର ଜଣକ । ହେଲେ ବର୍ତ୍ତମାନ ଆର୍ମି ଅଫିସର ଯୁବତୀଙ୍କୁ ବିବାହ କରିବାରୁ ଓହରି ଯାଇଛନ୍ତି ଓ ଅନ୍ୟତ୍ର ଝିଅ ଦେଖାଦେଖି ମଧ୍ୟ ଆରମ୍ଭ କରି ଦେଇଛନ୍ତି ।

ଆର୍ମି ଅଫିସରଙ୍କ ନାମ ହେଉଛି ଲୋପେଣ୍ଡି ପବିତ୍ର ରେଡ୍ଡି ଓ ବ୍ରହ୍ମପୁର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଜକଲି ଗ୍ରାମରେ ତାଙ୍କ ଘର । ଯୁବତୀ ପିଙ୍କିଙ୍କ ମାଉସୀ ଘର ପବିତ୍ରଙ୍କ ଗାଁରେ । ସେଠାରେ ପିଙ୍କିଙ୍କୁ ଦେଖିବା ପରେ ପବିତ୍ର ବାରମ୍ବାର ତାଙ୍କୁ ପ୍ରେମ ନିବେଦନ କରିଥିଲେ ଓ ପିଙ୍କି ମଧ୍ୟ ପରେ ତାହା ସ୍ଵୀକାର କରିଥିଲେ । ଏହିପରି ଦୀର୍ଘ ଆଠ ବର୍ଷ ଧରି ତାଙ୍କର ପ୍ରେମ ସମ୍ବନ୍ଧ ଚାଲିଥିଲା । କିନ୍ତୁ ବର୍ତ୍ତମାନ ପବିତ୍ର ବିବାହ କରିବାକୁ ମନା କରିବାରୁ ବାଧ୍ୟ ହୋଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି ପିଙ୍କି ।

ତେବେ ପିଙ୍କିଙ୍କ ଜଣେ ବାନ୍ଧବୀଙ୍କ କହିବା ଅନୁଯାୟୀ, ପିଙ୍କି ଏବଂ ପବିତ୍ର ଉଭୟ ପ୍ରେମ ସମ୍ପର୍କରେ ଥିଲେ ଓ ଅନେକ ଥର ତାଙ୍କ ରୁମ୍ ରେ ଯାଇ ମଧ୍ୟ ସେମାନେ ଶାରୀରିକ ସମ୍ବନ୍ଧ ରଖିଛନ୍ତି ।ପବିତ୍ର ପିଙ୍କିଙ୍କ ସହ ପ୍ରଥମେ ଜବରଦସ୍ତି କରି ତାଙ୍କ ସହ ସମ୍ବନ୍ଧ ରଖିଥିଲେ ଓ ବିବାହ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ପବିତ୍ର ଯେତେବେଳେ ବି ଛୁଟିରେ ଆସନ୍ତି ପିଙ୍କି ରାତିଅଧ ହେଲେ ବି ତାଙ୍କୁ ଆଣିବା ପାଇଁ ଯାଆନ୍ତି । ପିଙ୍କିଙ୍କ ମାଆଙ୍କ ସହ ମଧ୍ୟ ପବିତ୍ର ଭଲ କଥାବାର୍ତ୍ତା କରନ୍ତି । ହେଲେ ପିଙ୍କି ପବିତ୍ରଙ୍କ ଦ୍ଵାରା ଗର୍ଭବତୀ ହୋଇ ଆବର୍ସନ ମଧ୍ୟ କରିଥିଲେ ।

ଏକଥା କେହିବି ଜାଣି ନାହାନ୍ତି । ପିଙ୍କି ତାଙ୍କ ମା’ଙ୍କ ଠାରୁ ଏକଥା ଲୁଚାଇଥିଲେ । ଏତେ ବର୍ଷ ସମ୍ପର୍କରେ ରହିବା ପରେ ଏବେ ପବିତ୍ର କହୁଛନ୍ତି କି ତାଙ୍କ ଘରେ ପିଙ୍କିଙ୍କୁ ସେ ବାହା ହୁଅନ୍ତୁ ବୋଲି ଚାହୁଁନାହାନ୍ତି । ସେ ଯଦି ପିଙ୍କିଙ୍କୁ ବାହା ହେବେ ତେବେ ସେ ବିଶ ଖାଇଦେବେ ବୋଲି ତାଙ୍କୁ କୁଆଡେ ଚାପ ପକାଉଛନ୍ତି ।

ଆଉ ସେଥିପାଇଁ ପବିତ୍ର ପିଙ୍କିଙ୍କୁ ବାହା ହେବେନି ବୋଲି ମନା କରୁଛନ୍ତି । ଏପରିକି ଘରଲୋକଙ୍କ କଥାରେ ସେ ଝିଅ ଦେଖିବାକୁ ମଧ୍ୟ ଯାଉଛନ୍ତି । ଯାହାପରେ ଯୁବତୀ ଜଣକ ଏବେ ଆଇନର ଆଶ୍ରୟ ନେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।